oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

୨୧ ବର୍ଷରେ IAS ଅଫିସର, ବାପା ଅଟୋ ଚଳାଉଥିଲେ

10/04/2022 at 7:47 AM

ନୂଆଦିଲ୍ଲୀ ୧୦।୪:ସ୍ବପ୍ନ ବଡ ଦେଖ। ତାକୁ ପୂରଣ କରିବାକୁ ନିରନ୍ତର ଚେଷ୍ଟା କର। ଦେଖିବ ଦିନେ ନା ଦିନେ ସେ ସ୍ବପ୍ନ ବାସ୍ତବତାର ରୂପ ନେବ। ସେମିତି ଏକ ସ୍ବପ୍ନ ଦେଖିଥିଲେ ଅନସାର ଶେଖ୍‌। ବାପା ଅଟୋ ଚଳାଉଥିଲେ। ମାଆ ଚାଷ କାମ କରୁଥିଲେ। ପୁଅ କିନ୍ତୁ ଦେଖୁଥିଲେ IAS ଅଫିସର ହେବାର ସ୍ବପ୍ନ। ଅନେକ ବାଧା ବିଘ୍ନକୁ ପାର କରି କଠିନ ପରିଶ୍ରମ ଦ୍ବାରା ସେ ଏଥିରେ ସଫଳ ହୋଇଛନ୍ତି। ମାତ୍ର ୨୧ ବର୍ଷରେ IAS ଅନସର।

ମହାରାଷ୍ଟ୍ରର ମରାଠୱାଡା ଶେଲଗାଓଁରେ ଅନସରଙ୍କ ଜନ୍ମ| ତାଙ୍କ ବାପା ଜଣେ ଅଟୋ ରିକ୍ସା ଚାଳକ। ମାଆ ଜଣେ କୃଷକ ଭାବରେ କାମ କରୁଥିଲେ |  ଅନସରଙ୍କ ବାପା ୪ ଟି ବିବାହ କରିଥିଲେ। ଯେଉଁଥିପାଇଁ ପରିବାର ପ୍ରତିପୋଷଣ କରିବା ତାଙ୍କ ପାଇଁ କଷ୍ଟ ହୋଇପଡୁଥିଲା। ଅନେକ ସମୟରେ ପରିବାରରେ ଖାଦ୍ୟର ଅଭାବ ଦେଖା ଦେଉଥିଲା |
ଅନସର ଯେତେବେଳେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ, ବାପାଙ୍କ ଉପରେ ତାଙ୍କର ପାଠପଢା ବନ୍ଦ କରିବାକୁ ସମ୍ପର୍କୀୟମାନେ ଚାପ ପକାଉଥିଲେ। ତାଙ୍କ କଥାରେ ପ୍ରଭାବିତ ହୋଇ ଅନସରଙ୍କ ବାପା ସ୍କୁଲ୍‌ ଯାଇ ଶିକ୍ଷକଙ୍କୁ ତାଙ୍କ ପଢା ବନ୍ଦ କରିବାକୁ କହିଥିଲେ। କିନ୍ତୁ ଶିକ୍ଷକମାନେ ରାଜି ହୋଇନଥିଲେ। ଅନସର ଜଣେ ମେଧାବୀ ଛାତ୍ର। ତେଣୁ ତାଙ୍କ ପଢା ବନ୍ଦ ନକରିବାକୁ ଶିକ୍ଷକ ମାନେ ଅନସରଙ୍କ ବାପାଙ୍କୁ  ବୁଝାଇଥିଲେ।  ଏହାପରେ ତାଙ୍କ ବାପା ତାଙ୍କର ପଢା ଆଉ ଅଟକାଇନଥିଲେ।
ଅନସାର ମରାଠୀ ମାଧ୍ୟମରୁ ୯୧% ମାର୍କ ସହିତ ଦ୍ବାଦଶ ଶ୍ରେଣୀ ପାସ୍ କଲେ | ଏହା ପରେ ସେ ପୁଣେର ଜଣାଶୁଣା ଫର୍ଗୁସନ୍ କଲେଜରେ ଆଡମିଶନ ପାଇଲେ। କିନ୍ତୁ ତାଙ୍କ ପାଖରେ କଲେଜ୍‌ ଫି ଦେବାକୁ ଟଙ୍କା ନଥିଲା। ତେଣୁ ତାଙ୍କ ସାନ ଭାଇ ମାସିକ ଦରମାରୁ ଅନସାରଙ୍କୁ ୬ ହଜାର ଟଙ୍କା ପଠାଉଥିଲେ ।
ଅନସର କୁହନ୍ତି, ଯେତେବେଳେ ସେ କଲେଜରେ ନାମ ଲେଖାଇଲେ, ସେତେବେଳେ ତାଙ୍କର କେବଳ ଗୋଟିଏ ଚପଲ ଏବଂ ଦୁଇ ଯୋଡା ପୋଷାକ ଥିଲା | ମରାଠୀ ମାଧ୍ୟମରେ ଅଧ୍ୟୟନ ଏବଂ ପଛୁଆ ପରିବେଶରେ ରହିବା ହେତୁ ସେ ଇଂରାଜୀକୁ ଭୟ କରୁଥିଲେ କିନ୍ତୁ ସେ କେବେ ହାର ମାନିନଥିଲେ ।
କଲେଜର ପ୍ରଥମ ବର୍ଷରେ ସେ UPSC ପାଇଂ ପ୍ରସ୍ତୁତି ଆରମ୍ଭ କଲେ। ଏହାପରେ ସେ UPSC କୋଚିଂ ନେବାକୁ ସ୍ଥିର କଲେ | କିନ୍ତୁ କୋଚିଂ ଫି ଦେବାକୁ ତାଙ୍କ ପାଖରେ ଟଙ୍କା ନଥିଲା। ସେ ତାଙ୍କ ଆର୍ଥିକ ସ୍ଥିତି ବିଷୟରେ କୋଚିଂ ସେଣ୍ଟରର ମୁଖ୍ୟଙ୍କ ସହ କଥା ହୋଇଥିଲେ। କୋଚିଂ ହେଡ୍ ଅନସରଙ୍କ ଦକ୍ଷତା ଦେଖି ତାଙ୍କୁ ଅଧା ଫିରେ କୋଚିଂ ନେବାର ଅନୁମତି ଦେଇଥିଲେ।  ଅନସର କୁହନ୍ତି, ଯେତେବେଳେ ସେ କୋଚିଂ କ୍ଲାସକୁ ଯାଉଥିଲେ, ସେଠାରେ ଥିବା ସମସ୍ତ ଶିକ୍ଷାର୍ଥୀ ତାଙ୍କଠାରୁ ବୟସ୍କ ଥିଲେ | ଯେତେବେଳେ ସେ ଅଧ୍ୟାପିକାଙ୍କୁ କିଛି ବଙ୍କା ପ୍ରଶ୍ନ ପଚାରୁଥିଲେ, ଅନ୍ୟମାନେ ତାଙ୍କୁ ପରିହାସ କରୁଥିଲେ।

୨୧ ବର୍ଷ ବୟସରେ ସେ UPSCରେ ସେ କୃତକାର୍ଯ୍ୟ ହେଲେ ଅନସର। ସେ ପ୍ରତିଦିନ ୧୨-୧୪ ଘଣ୍ଟା ପାଠ ପଢୁଥିଲେ। ଅଭାବ ସତ୍ତ୍ବେ ସେ ସଂଘର୍ଷ ରୁ ଓହରି ନଥିଲେ।  ଅନେକ ଥର ସେ କେବଳ ବଡା ପାଭ ଖାଇ ରହୁଥିଲେ | କିନ୍ତୁ ପାଠ ପଢାର ଜିଦ୍‌ ଏବଂ ଲକ୍ଷ୍ୟରୁ ଓହରି ନତିଲେ ଅନସର। ଶେଷରେ ତାଙ୍କୁ ପରିଶ୍ରମର ଫଳ ମିଳିଲା। ସେ ପ୍ରଥମ ପ୍ରୟାସରେ UPSCରେ କୃତକାର୍ଯ୍ୟ ହେଲେ।  ୨୦୧୫ ବ୍ୟାଚର ଆଇଏଏସ୍‌ ଅଫିସର ଅନସର। ମାତ୍ର ୨୧ ବର୍ଷରେ IAS । ଅଭାବକୁ ଜିଇଁ ନିରନ୍ତର ଚେଷ୍ଟା କରି ପାଇଛନ୍ତି ସଫଳତା।

   Related Posts