oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

IAS ଅନନ୍ୟା ସିଂହ, ଗୋଟିଏ ବର୍ଷ ପ୍ରସ୍ତୁତିରେ ହେଲେ ସଫଳ; ୨୨ ବର୍ଷରେ UPSCରେ କଲେ କ୍ରାକ୍‌

20/04/2022 at 10:34 AM

ଲକ୍ଷ୍ନୌ୨୦/୦୪:ପ୍ରତିବର୍ଷ ଲକ୍ଷ ଲକ୍ଷ ପିଲା UPSC ପରୀକ୍ଷା ଦିଅନ୍ତି। କଠିନ ପରିଶ୍ରମ ଏବଂ ନିଷ୍ଠାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ବି ହୁଅନ୍ତି ହଜାରେ ପାଖାପାଖି। ଆଉ ଦେଶର ପ୍ରଶାସନିକ ସେବାର ଅଂଶ ହୋଇଥାନ୍ତି।  ତେବେ ଏହି ପରୀକ୍ଷାରେ ଝିଅମାନଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଛି । ଆଉ ସେମାନେ  IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଅନ୍ୟମାନଙ୍କ ପାଇଁ ସାଜିଥାନ୍ତି ଉଦାହରଣ।

ସିଭିଲ୍‌ ସର୍ଭିସ୍ ଦେଶର ସବୁଠୁ କଠିନ ପରୀକ୍ଷା।  ଏହି ପରୀକ୍ଷାରେ ସଫଳ ହେବାକୁ ପ୍ରାର୍ଥୀମାନେ ଦୀର୍ଘ ସମୟ ଧରି  କରିଥାନ୍ତି ପ୍ରସ୍ତୁତି ।  କୋଚିଂ କ୍ଲାସ୍, ଇଣ୍ଟରନେଟ୍‌, ନୋଟ୍ ଓ କଠିନ୍ ପରିଶ୍ରମ ମାଧ୍ୟମରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼େ।  କିନ୍ତୁ ଏପରି ଅନେକ ପରୀକ୍ଷାର୍ଥୀ ଅଛନ୍ତି ଯେଉଁମାନେ ପ୍ରଥମ ପ୍ରୟାସରେ ହିଁ IASରେ କ୍ରାକ୍‌ କରନ୍ତି। ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପ୍ରୟାରାଜର ଅନନ୍ୟା ସିଂ। ସେ ପ୍ରଥମ ପ୍ରୟାସରେ ହିଁ UPSC ରେ ସଫଳ ।  ଖାସ୍‌ କଥାଟି ହେଉଛି, ସେ ଏହି ପରୀକ୍ଷାରେ ଉତ୍ତିର୍ଣ୍ଣ ରହିବାକୁ  ମାତ୍ର ଗୋଟିଏ ବର୍ଷ ପ୍ରସ୍ତୁତ କରିଥିଲେ ।  ତେବେ ଆସନ୍ତୁ ଜାଣିବା IAS ଅନନ୍ୟା ସିଂ ଙ୍କ ସଫଳତାର ସୂତ୍ର ଥିଲା କଣ?

ପ୍ରୟାଗରାଜରୁ ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଅନନ୍ୟା ସିଂହ। ପିଲାବେଳୁ ସେ ପାଠ ପଢ଼ାରେ ଖୁବ୍‌ ଭଲ । ପ୍ରୟାଗରାଜର ସେଣ୍ଟମେରି କନଭେଣ୍ଟ ସ୍କୁଲ ଛାତ୍ରୀ ଥିଲେ। ଦଶମରେ ୯୬ ପ୍ରତିଶତ ମାର୍କ ରଖିଥିଲେ । ଆଉ ଦ୍ୱାଦଶ ପରୀକ୍ଷାରେ ୯୮.୨୫ ପ୍ରତିଶତ ମାର୍କ।

ପରେ ଅଧିକ ପାଠପଢ଼ା ପାଇଁ ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସରେ ନାମ ଲେଖାଇଥିଲେ ଅନନ୍ୟା। ସେଠାରୁ ଅର୍ଥନୀତିରେ କରିଥିଲେ ସ୍ନାତକ ଡିଗ୍ରୀ । ଆଉ ସେଇଠୁ ଆରମ୍ଭ ହୋଇଥିଲା IAS ହେବାର ଯାତ୍ରା।  ପିଲାଦିନରୁ ଅନନ୍ୟା IAS ହେବାକୁ ସ୍ୱପ୍ନ ଦେଖିଥିଲେ ।  ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସ୍ନାତକୋତ୍ତରର ଶେଷ ବର୍ଷରେ ଅନନ୍ୟା UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ ।  IAS ହେବାର ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରତିଦିନ ୭ରୁ ୮ ଘଣ୍ଟା ପାଠ ପଢ଼ୁଥିଲେ ସେ।

ୟୁପିଏସି ଫର୍ମ ଭରିବା ପରେ ଖୁବ୍‌ ପରିଶ୍ରମ ବି କରିଥିଲେ। ପରେ ତାଙ୍କୁ ସାଥ୍ ଦେଇଥିଲା ତାଙ୍କ ଭାଗ୍ୟ ଓ ପରିଶ୍ରମ।  ଗୋଟିଏ ବର୍ଷ ପ୍ରସ୍ତୁତିରେ UPSC କ୍ରାକ୍‌ କରିଥିଲେ ଅନନ୍ୟା। ୨୦୧୯, UPSC ପରୀକ୍ଷାରେ ଅଲ ଇଣ୍ଡିଆ ୫୧ ରାଙ୍କ ହାସଲ କରିଥିଲେ ଅନନ୍ୟା। ମାତ୍ର ୨୨ ବର୍ଷ ବୟସରେ  ହୋଇଥିଲେ IAS। ତାଙ୍କ  ସ୍ୱପ୍ନ ହୋଇଥିଲା ପୂରଣ।

   Related Posts