ବଦଳିଲେ ଟ୍ବିନ୍ ସିଟି ପୋଲିସ୍ କମିଶନର୍ ; ସତ୍ୟଜିତ ମହାନ୍ତି ନୂଆ ପୋଲିସ୍ କମିଶନର୍

Published By : Prameya-News7 Bureau | July 29, 2018 IST

ଭୁବନେଶ୍ୱର ୨୯/୭ : ବଦଳିଲେ ଟ୍ବିନ୍ ସିଟି ପୋଲିସ୍ କମିଶନର୍ । ଆଇ.ପି.ଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏ.ଡି.ଜି ପ୍ରୋଭିଜନିଂ ଥିବା ସତ୍ୟଜିତ ମହାନ୍ତି ହେଲେ ନୂଆ ପୋଲିସ୍ କମିଶନର୍ ଭାବେ ନିଯୁକ୍ତି ପାଇଛନ୍ତି । ପୋଲିସ୍ କମିଶନର୍ ପଦରୁ ୱାଇ.ବି.ଖୁରାନିଆଙ୍କୁ ହଟାଇ ସତ୍ୟଜିତ ମହାନ୍ତିଙ୍କ ପୂର୍ବ ସ୍ଥାନକୁ ପଠାଇ ଦିଆଯାଇଛି । ଖୁରାନିଆ ହୋଇଛନ୍ତି ଏ.ଡି.ଜି ପ୍ରୋଭିଜନିଂ । ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର୍ କରାଯାଇଥିବା ବେଳେ, ଆଇ.ଜି ଅମିତାଭ ଠାକୁରଙ୍କୁ ରାଜ୍ୟ ସଶସ୍ତ୍ର ପୋଲିସର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ଭଦ୍ରକ ଓ କଳାହାଣ୍ଡି ଏସ୍.ପି ଅଦଳ ବଦଳ ହୋଇଛନ୍ତି । ପଣ୍ଡିତ ରାଜେଶ ଭଦ୍ରକ ଆସିଥିବା ବେଳେ, କଳାହାଣ୍ଡି ଯାଇଛନ୍ତି ବି. ଗଙ୍ଗାଧର । ଏମ୍. ଏସ୍. ସମ୍ପତ୍ କ୍ରାଇମବ୍ରାଞ୍ଚ ସି.ଆଇ.ଡି.ର ଏସ୍.ପି ହୋଇଛନ୍ତି । ଓ.ପି.ଏସ୍-ୱାନ୍ ଦେବୀପ୍ରସାଦ ଦାଶଙ୍କୁ ସୋନପୁର ଏସ୍.ପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ , ସମାନ କ୍ୟାଡରର ଶଶିଭୂଷଣ ଶତପଥୀ ହୋଇଛନ୍ତି ନୟାଗଡ଼ ଏସ୍.ପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.