ଚା’ ବିକି ହେଲେ କଲେକ୍ଟର, ୩୫ କି.ମି ଦୂର ସ୍କୁଲ୍ ଯାଇ ପଢୁଥିଲେ

Published By : Prameya-News7 Bureau | June 06, 2022 IST

କୁହାଯାଏ every dream begin with a dreamer, ପ୍ରତ୍ୟେକ ସ୍ବପ୍ନ, ସ୍ବପ୍ନକୁ ଦେଖୁଥିବା ମଣିଷଠୁ ଆରମ୍ଭ ହୁଏ। ସ୍ବପ୍ନ ଦେଖିବାର କୌଣସି ନିର୍ଦ୍ଧିଷ୍ଟ ସ୍ଥାନ କି ନିୟମ ନଥାଏ। କିନ୍ତୁ ତାକୁ ବାସ୍ତବତାର ରୂପ ଦେବାକୁ କରିବାକୁ ହୁଏ କଠିନ ପରିଶ୍ରମ। ସେମିତି କିଛି ସ୍ବପ୍ନ ଦେଖିଥିଲେ, IAS ହିମାଂଶୁ ଗୁପ୍ତା। ୩୫ କିଲୋମିଟର ଦୂର ସ୍କୁଲ୍ ଯାଇ ପାଠ ପଢୁଥିବା ହିମାଂଶୁ ଦିନେ ଚା ବିକି ରୋଜଗାର କରୁଥିଲେ। ଦୃଢ ଇଚ୍ଛା ଶକ୍ତି ଏବଂ ନିରନ୍ତର ଅଧ୍ୟବସାୟରୁ ହେଲେ ଏଥିରେ ସଫଳ।
ଉତ୍ତରାଖଣ୍ଡରର ବାସିନ୍ଦା ହିମାଂଶୁ। ବାପା ମାଆ ଅଧିକ ପାଠ ପଢିନାହାନ୍ତି। ବାପା ଜଣେ ଚା ବିକାଳି। ପରିବାରରେ ଆର୍ଥିକ ଅଭାବ ସ୍ବଚ୍ଛ ନଥିବା ସତ୍ତ୍ବେ ବି ସେ ପିଲାଙ୍କ ଶିକ୍ଷା ଉପରେ ବିଶେଷ ଧ୍ୟାନ ଦେଉଥିଲେ। ହିମାଂଶୁ ମଧ୍ୟ ପିଲାଦିନୁ ପଢିବା ପାଇଁ ଅନେକ ପରିଶ୍ରମ କରିଛନ୍ତି। ଘରଠୁ ସେ ୩୫ କିଲୋମିଟର ଦୂର ସ୍କୁଲ୍ ଯାଇ ଶିକ୍ଷା ଲାଭ କରୁଥିଲେ। କଲେଜ ପଢିବା ସମୟରେ ସେ ପିଲାଙ୍କୁ ଟ୍ବିସନ୍ କରି ମଧ୍ୟ ପଢା ଖର୍ଚ୍ଚ ଉଠାଇଛନ୍ତି।
ପିଲାଦିନେ ସ୍କୁଲ୍ରୁ ଫେରିବା ପରେ ହିମାଂଶୁ ବାପାଙ୍କୁ ଚା ବିକ୍ରି କରିବାରେ ସାହାଯ୍ୟ କରୁଥିଲେ। ଚା ଦୋକାନ ଯାଇ ସେ ଚା ତିଆରି କରୁଥିଲେ ଏବଂ ଲୋକଙ୍କୁ ଦେଉଥିଲେ। ସେହି ରାସ୍ତା ଦେଇ ତାଙ୍କର ସ୍କୁଲ ସହପାଠୀ ଯିବା ଆସିବା କରୁଥିଲେ। ଯେଉଁମାନେ ତାଙ୍କୁ ଚା ବାଲା ଚା ବାଲା କହି ମଧ୍ୟ ଚିଡାଉଥିଲେ। କିନ୍ତୁ ହିମାଂଶୁ ଏଥିପ୍ରତି ଆଦୌ ଧ୍ୟାନ ଦେଉନଥିଲେ । ସେ ତାଙ୍କ ବାପାଙ୍କୁ ଯଥା ସମ୍ଭବ ସାହାଯ୍ୟ କରୁଥିଲେ।
ଇଂଗ୍ରାଜୀରେ କଥା ହୋଇପାରୁନଥିଲେ ହିମାଂଶୁ। ତେଣୁ ସେ ପାଠ ପଢିବା ସହ ଇଂଗ୍ରାଜୀ ଭାଷା ଉପରେ ଦଖଲ ଆଣିବା ପାଇଂ ଇଲିଂଶ ଫିଲ୍ମ ଦେଖୁଥିଲେ। ହିମାଂଶୁଙ୍କ ପାଖରେ ଶିଖିବାର ଇଚ୍ଛା ଥିଲା। ଟ୍ୟୁସନ୍ କରି ସେ ତାଙ୍କ ପଢା ଖର୍ଚ୍ଚ ବହନ କରୁଥିଲେ। ଗ୍ରାଜୁଏସନ୍ ପରେ ସେ ୟୁପିଏସ୍ସି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ୨୦୧୮ରେ ହିମାଂଶୁ ୟୁପିଏସ୍ସିରେ କୃତକାଯ୍ୟ ହେଲେ ତାଙ୍କୁ IRTS ରେ କାମ କରିବାର ସୁଯୋଗ ମିଳିଲା। ଏହାପରେ ସେ ୨୦୧୯ରେ ପୁଣିଥରେ ୟୁପିଏସ୍ସି ରେ କୃତକାର୍ଯ୍ୟ ହେଲେ । ଦ୍ବିତୀୟ ଉଦ୍ୟମରେ ତାଙ୍କୁ ପୋଲିସ୍ ସର୍ଭିସ୍ ମିଳିଲା। ଶେଷରେ ୩ୟ ଉଦ୍ୟମରେ ୨୦୨୦ରେ ୟୁପିଏସ୍ସି କ୍ରାକ୍ କରି ଆଇଏଏସ୍ ଅଫିସର ହେଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.