ଖନନ ଦୁର୍ନୀତି ମାମଲାରେ ଆଇଏଏସ ବି.ଚନ୍ଦ୍ରକଳାଙ୍କୁ ସମନ ଜାରି କଲା ଇଡି

Published By : Prameya-News7 Bureau | January 18, 2019 IST

ହମିରପୁର ୧୮/୧ : ଉତ୍ତର ପ୍ରଦେଶର ବାଲି ଖନନ ଦୁର୍ନୀତି ସାମ୍ନାକୁ ଆସିବା ପରେ ଆଇଏଏସ ବି.ଚନ୍ଦ୍ରକଳାଙ୍କ ଲକ୍ଷ୍ନୌ ସ୍ଥିତ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା | ଚଢ଼ାଉ ତାଙ୍କ ଘରର ଏବଂ ସମ୍ପତ୍ତିର ବିଭିନ୍ନ କାଗଜପତ୍ର ଜବତ କରିଥିଲା | ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚନ୍ଦ୍ରକଳାଙ୍କୁ ସମନ ଜାରି କରିଛି | ଖନନ ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ହମିରପୁରର ପୂର୍ବତନ ଜିଲ୍ଲା ମାଜିଷ୍ଟ୍ରେଟ ବି.ଚନ୍ଦ୍ରକଳାଙ୍କୁ ସମନ ଜାରି କରିଛି |

{"id":75293}


ସୂଚନାଯୋଗ୍ୟ ଯେ, ଦୁର୍ନୀତି ମାମଲାରେ ତଦନ୍ତ ଆସନ୍ତା ସପ୍ତାହରେ କରାଯିବ | ପଚରାଉଚୁରା ପାଇଁ ଚନ୍ଦ୍ରକଳାଙ୍କୁ ଜାନୁଆରୀ ୨୪ ତାରିଖରେ ହାଜିର ହେବାକୁ କୁହାଯାଇଛି | ଲକ୍ଷ୍ନୌସ୍ଥିତ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ତାଙ୍କୁ ପଚରାଉଚୁରା କରାଯିବ | ସମାଜବାଦୀ ପାର୍ଟିର ଏମଏଲସି ରମେଶ ମିଶ୍ର ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଅଛନ୍ତି | ତାଙ୍କୁ ଜାନୁଆରୀ ୨୮ ତାରିଖରେ ହାଜିର ହେବ ପାଇଁ ଇଡି ନୋଟିସ ଜାରି କରିଛି ଇଡି | ଇଡି ତରଫରୁ ୪ଜଣ ଅଭିଯୁକ୍ତଙ୍କୁ ପଚରାଉଚୁରା ପାଇଁ ନୋଟିସ ପଠାଯାଇଛି | ଉତ୍ତରପ୍ରଦେଶର ହମିରପୁର ମାମଲାରେ ଦାଖଲ କରାଯାଇଥିବା ଏଫଆଇଆର ଆଧାରରେ ଏଡି ଯାଞ୍ଚ କରିବ | ବର୍ତ୍ତମାନ ଇଡି ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଯାଞ୍ଚ କରୁଛି |

{"id":75294}


ସୂଚନାଯୋଗ୍ୟ ଯେ, ଜାନୁଆରୀ ୫ତାରିଖରେ ଚନ୍ଦ୍ରକଳାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା | ଚନ୍ଦ୍ରକଳା ବୁଲନ୍ଦସହର, ହମିରପୁର, ମଥୁରା, ମିରଠ ଏବଂ ବିଜ୍ନେରରେ ମାଜିଷ୍ଟ୍ରେଟ ଥିଲେ | ଚନ୍ଦ୍ରକଳାଙ୍କ ଘର ତେଲେଙ୍ଗାନାର କରିମନଗରରେ | ସେ ୨୦୦୮ର ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ | ୨୦୧୪ ମସିହାରେ ବୁଲନ୍ଦସହରରେ ଥିବାବେଳେ ଚନ୍ଦ୍ରକଳାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା | ତାଙ୍କର ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ବହୁତ ପ୍ରସିଦ୍ଧ ହୋଇଯାଇଥିଲେ | ଖରାପ ରାସ୍ତା ଯୋଗୁଁ ସେ ଠିକାଦାର ଏବଂ ଇଂଜିନିୟରଙ୍କୁ ମଝି ରାସ୍ତାରେ ଗାଳି କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା |

{"id":75295}


୨୦୦୮ ବ୍ୟାଚ ଆଇଏଏସ ଅଧିକାରୀ ବି.ଚନ୍ଦ୍ରକଳା ଲକ୍ଷ୍ନୌ ଯୋଜନା ଭବନ ପାଖରେ ସଫାୟାର ଆପାର୍ଟମେଣ୍ଟରେ ରୁହନ୍ତି | ପ୍ରଥମଥର ପାଇଁ ଚନ୍ଦ୍ରକଳାଙ୍କ ପୋଷ୍ଟିଙ୍ଗ ହମିରପୁରରେ ହୋଇଥିଲା | ହମିରପୁର ଜିଲ୍ଲାରେ ୬୦ ଟି ମୋରମ ଖନନ ପଟ୍ଟା ଭୁଲ ତରିକାରେ ପାସ କରାଯାଇଥିଲା | ୨୦୧୨ ମସିହା ଜୁଲାଇରେ ହମିରପୁର ଜିଲ୍ଲାରେ ମୋରମ ଖନନର ପଟ୍ଟା ପ୍ରସ୍ତୁତ କରିଥିଲେ ବୋଲି ଅଭିଯୋଗ ହୋଇଛି | ଇ-ଟେଣ୍ଡର ମାଧ୍ୟମରେ ମୋରମର ପଟ୍ଟାରେ ସ୍ୱୀକୃତି ଦେବାର ନିୟମ ରହିଥିଲା | କିନ୍ତୁ ଚନ୍ଦ୍ରକଳା ସମସ୍ତ ନିୟମ ଅଣଦେଖା କରିଥିଲେ | ୨୦୧୫ ମସିହାରେ ବେଆଇନ ମୋରମ ଖନନ ମାମଲାରେ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା | ୨୦୧୫ ମସିହା ଅକ୍ଟୋବର ୧୬ ତାରିଖରେ ହାଇକୋର୍ଟ ହମିରପୁର ଜିଲ୍ଲାରେ ଜାରି କରାଯାଇଥିବା ସମସ୍ତ ୬୦ ଟି ମୋରମ ଖନନ ପଟ୍ଟାକୁ ଅବୈଧ ଘୋଷଣା କରି ରଦ୍ଦ କରିଦେଇଥିଲେ |

{"id":75296}


ଏହ୍ଲାବାଦ ହାଇକୋର୍ଟ ନିର୍ଦେଶ ଅନୁଯାୟୀ, ସିବିଆଇ ଜାନୁଆରୀ ୫ ତାରିଖରେ ଚନ୍ଦ୍ରକଳାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ବାସଭବନରେ ଚଢ଼ାଉ କରିଥିଲା | ଜାନୁଆରୀ ୧ ତାରିଖରେ ସିବିଆଇର ଡେପୁଟି ଏସପି କେ.ପି.ଶର୍ମା ଖନନ ମାମଲାରେ ଚନ୍ଦ୍ରକଳାଙ୍କ ବିରୋଧରେ ମାମଲା ଦାଏର କରିଥିଲେ | ଉତ୍ତରପ୍ରଦେଶରେ ପାଖାପାଖି ୨୫୦୦ କୋଟି ଟଙ୍କାର ଅବୈଧ ଖନନ ହୋଇଥିବା ଅନୁମାନ କରାଯାଉଛି |

{"id":75297}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.