୩୦ ବର୍ଷର କ୍ୟାରିୟରରେ ୫୫ମ ଥର ବଦଳି ହେଲେ ଆଇଏଏସ ଅଶୋକ ଖେମକା

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ବଦଳିକୁ ନେଇ ପୂର୍ବରୁ ରେକର୍ଡ କରି ସାରିଥିବା ହରିୟାଣାର ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ(ଆଇଏଏସ) ଅଶୋକ ଖେମକାଙ୍କ ପୁଣି ଥରେ ବଦଳି ହୋଇଛି। ଅଭିଲେଖାଗାର ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ନିଜର ୩୦ ବର୍ଷର ଲମ୍ବା କାର୍ଯ୍ୟକାଳ ଜୀବନରେ ଏହାକୁ ମିଶାଇ ଖେମକାଙ୍କ ଏହା ହେଉଛି ୫୫ତମ ବଦଳି।

ଖେମକା ଅଭିଲେଖା ବିଭାଗରେ ୧୯୯୦ ବ୍ୟାଚ୍‌ର ଆଇଏଏସ ଅଫିସର ଡଃ. ରାଜା ଶେଖର ଭୁନ୍ଦ୍ରୁଙ୍କ ସ୍ଥାନ ନେବେ। ଏହା ପୂର୍ବରୁ ୧୯୯୧ ବ୍ୟାଚରର ଆଇଏଏସ ଅଫିସର ଖେମକାଙ୍କ ୨୦୨୧ ଅକ୍ଟୋବରରେ ଅଭିଲେଖାଗାର, ପ୍ରତ୍ନତତ୍ତ୍ଵ ଏବଂ ସଂଗ୍ରହାଳୟ ବିଭାଗରୁ ସ୍ଥାନାନ୍ତର କରାଯାଇ ବିଜ୍ଞାନ ଏବଂ ପ୍ରଦୌଗିକି ବିଭାଗରେ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ଏହା ପରେ ତାଙ୍କୁ ୨୦୨୨ ଫେବୃଆରୀରେ ଅତିରିକ୍ତ ମୁଖ୍ୟ ସଚିବ ପଦକୁ ପଦୋନ୍ନତି ମିଳିଥିଲା। ଏହି ସମୟରେ ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗରେ କାର୍ଯ୍ୟରତ ଥିଲେ।

ତେବେ ଖେମକାଙ୍କୁ ବର୍ତ୍ତମାନ କାହିଁକି ଟ୍ରାନ୍ସଫର କରାଗଲା ସେ ନେଇ ସରକାରଙ୍କ ପକ୍ଷରୁ କୌଣସି କାରଣ ଦର୍ଶାଯାଇ ନାହିଁ। ତାଙ୍କର ଟ୍ରାନ୍ସଫର ଆଦେଶ ସୋମବାର ଜାରି କରାଯାଇଛି। ଖେମକାଙ୍କ ବ୍ୟତୀତ ଅନ୍ୟ ଚାରି ହରିୟାଣା ପ୍ରଶାସନିକ ଅଧିକାରୀ(ଏଚସିଏସ)ଙ୍କ ବଦଳି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.