ସନି ଲିଓନିଙ୍କ ସହ ମ୍ୟୁଜିକ୍‌ ଭିଡିଓ, ଏବେ ଜନପୁରରୁ ଲଢିବେ ନିର୍ବାଚନ, କିଏ ଏହି ଚର୍ଚ୍ଚିତ IAS ଅଧିକାରୀ ?

Published By : Prameya-News7 Bureau | March 03, 2024 IST

ନୂଆଦିଲ୍ଲୀ ୦୩।୦୩: ୟୁପିର ବିବାଦୀୟ IAS ଅଫିସର । ଏବେ ରାଜନୀତି ମୁହାଁ । ଗତବର୍ଷ ଫେବୃୟାରୀ ହୋଇଥିଲେ ସସପେଣ୍ଡ । ଏହାର ୫ ମାସ ପରେ ଇସ୍ତଫା ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର । କୁହାଯାଉଛି କି ସେ ବର୍ତ୍ତମାନ ଜନପୁର ଆସନରୁ ନିର୍ବାଚନ ଲଢିବେ । ଏନେଇ ଚାଲିଛି ଖୁବ୍ ଚର୍ଚ୍ଚା । ୟୁପିର ଏହି IAS ଅଫିସର ହେଉଛନ୍ତି ଅଭିଷେକ ସିଂ । ତାଙ୍କ କ୍ୟାରିୟର ସବୁବେଳେ ରହି ଆସିଛି ବିବାଦରେ ।

{"id":916611,"sizeSlug":"full","linkDestination":"none"}

କେତେବେଳେ ନିଜ ପଦରୁ ହଟିବା ନେଇ ତ ଆଉ କେତେବେଳେ ସନି ଲିଓନିଙ୍କ ସହ ମ୍ୟୁଜିକ୍‌ ଭିଡିଓ ଆଉ ବର୍ତ୍ତମାନ ରାଜନୀତିରେ ଏଣ୍ଟ୍ରିକୁ ନେଇ ଖୁବ୍ ଚର୍ଚ୍ଚାରେ ... ଅଭିଷେକ ସିଂକୁ ୨୦୧୫ରେ ୩ ବର୍ଷ ପାଇଁ ଦିଲ୍ଲୀ ପଠାଯାଇଥିଲା । ଏହାପରେ ଏହି ଅବଧିକୁ ୨୦୧୮ରେ ଆଉ ୨ ବର୍ଷ ପାଇଁ ବୃଦ୍ଦି କରାଯାଇଥିଲା । କିନ୍ତୁ ଏହି ସମୟରେ ଅଭିଷେକ ମେଡିକାଲ ଲିଭ୍‌ରେ ଚାଲିଯାଇଥିଲେ ।

{"id":916612,"width":840,"height":582,"sizeSlug":"full","linkDestination":"none"}

ଏହାପରେ ଦିଲ୍ଲୀ ସରକାର ଅଭିଷେକଙ୍କୁ ତାଙ୍କ ମୂଳ କ୍ୟାଡର ୟୁପିକୁ ପଠାଇଥିଲେ । କିନ୍ତୁ ବହୁତ ସମୟ ଧରି ଚାକିରିରେ ଯୋଗ ଦେଇନଥିଲେ ଅଭିଷେକ । ଅବଶ୍ୟ ୨୦୨୨ରେ ସେ ପୁନଃ ଚାକିରିରେ ଯୋଗ ଦେଇଥିଲେ । ୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଅଭିଷେକଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଥିଲା ।

{"id":916613,"width":841,"height":631,"sizeSlug":"full","linkDestination":"none"}

 ଏହି ସମୟରେ ସରକାରୀ ଗାଡି ସାମ୍ନାରେ ଠିଆ ହୋଇ ଫଟୋ ଉଠାଇଥିଲେ ଅଭିଷେକ, ଆଉ ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାପରେ ବଢିଯାଇଥିଲା ବିବାଦ । ନିର୍ବାଚନ ଆୟୋଗ ଏହାକୁ ଅନୈତିକ କହିଥିଲେ ଏବଂ ତାଙ୍କୁ ନଭେମ୍ବରରେ ପଦରୁ ହଟିବାକୁ ପଡିଥିଲା ।

{"id":916614,"sizeSlug":"full","linkDestination":"none"}

ଅଭିନୟ ପ୍ରତି ଅଭିଷେକଙ୍କର ରହିଛି ଖୁବ୍‌ ଦୁର୍ବଳତା । ସେ ସନିଲିଓନିଙ୍କ ସହ ମ୍ୟୁଜିକ୍‌ ଭିଡିଓ କରିଛନ୍ତି । ଏହା ବ୍ୟତୀତ ସେ 'ଦିଲ୍ ତୋଡ୍ କେ' ଗୀତ ସହିତ ରାତାରାତି ଆସିଥିଲେ ଲାଇମଲାଇଟ୍କୁ । ଏହାପରେ ସିଙ୍ଗର ଜୁବିନ୍ ନାଉଟିଆଲଙ୍କ ଗୀତ 'ତୁଝେ ଭୁଲନା ତୋ ଚାହା ...' ଗୀତରେ IASଙ୍କୁ ଦେଖିବାକୁ ମିଳିଥିଲା । ସେ OTT ପ୍ଲାଟଫର୍ମ ନେଟଫ୍ଲିକ୍ସର ୱେବ୍ ସିରିଜ୍ 'ଦିଲ୍ଲୀ କ୍ରାଇମ୍'ର ସିଜନ୍ ୨ ରେ ମଧ୍ୟ କାମ କରିଛନ୍ତି  ।  

{"id":916615,"width":840,"height":630,"sizeSlug":"full","linkDestination":"none"}

ଅଭିଷେକ ସିଂ ଜନପୁରରେ ରାଜନୈତିକ ଏବଂ ସାମାଜିକ ଭାବେ ଖୁବ୍‌ ସକ୍ରିୟ । ସେ ଫେବୃୟାରୀରୁ ଅଯୋଦ୍ଧାକୁ ମାଗଣା ବସ୍‌ ସେବା ଯୋଗାଇଛନ୍ତି । ପ୍ରତିଦିନ ୫ଟି ବସ୍‌ ଶ୍ରଦ୍ଧାଳୁଙ୍କୁ ନେଇ ଅଯୋଧ୍ୟା ଧାମକୁ ଯାଉଛି । ଅଭିଷେକ ଏହି ବସ୍ଗୁଡ଼ିକର ନାଁ 'ଜନପୁର ନିଶାଦ ରଥ' ରଖିଛନ୍ତି ।

{"id":916616,"sizeSlug":"large","linkDestination":"none"}

IAS ଅଧିକାରୀ ଅଭିଷେକ ସିଂଙ୍କ ପତ୍ନୀ ହେଉଛନ୍ତି ଦୁର୍ଗା ଶକ୍ତି ନାଗପାଲ । ସେ ବର୍ତ୍ତମାନ ବୃନ୍ଦା ଜିଲ୍ଲା ମାଜିଷ୍ଟ୍ରେଟ ଅଟନ୍ତି । ସେ ପ୍ରଥମେ ପଞ୍ଜାବ କ୍ୟାଡରରେ ନିଯୁକ୍ତି ପାଇଥିଲେ । ଏହାପରେ ଅଭିଷେକଙ୍କୁ ବିବାହ ପରେ ତାଙ୍କୁ ମିଳିଥିଲା ୟୁପି କ୍ୟାଡର । ଦୁର୍ଗାଙ୍କ ଶ୍ୱଶୁର ଅର୍ଥାତ ଅଭିଷେକଙ୍କ ପିତା ମଧ୍ୟ ଜଣେ ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.