ପ୍ରକାଶ ପାଇଲା IAS-2022 : ଇଶିତା କିଶୋର ଟପ୍ପର, ପ୍ରଥମ ୪ଟି ସ୍ଥାନରେ ଝିଅ

Published By : Prameya-News7 Bureau | May 23, 2023 IST

ନୂଆଦିଲ୍ଲୀ ୨୩।୦୫ : ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ କମିଶନ ପରିଚାଳିତ ସିଭିଲ ସର୍ଭିସ ମେନ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି । ଇଶିତା କିଶୋର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ଚଳିତ ବର୍ଷ ପରୀକ୍ଷାଫଳରେ କୃତକାର୍ଯ୍ୟ ହୋଇଥିବା ୯୩୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ୪ଟି ସ୍ଥାନରେ ମହିଳାମାନେ ହିଁ ରହିଛନ୍ତି । ଗରିମା ଲୋହିଆ ୨ୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଉମା ହାରାତି ଏନ୍‌. ଅଛନ୍ତି । ୪ର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି । ଏମାନଙ୍କ ବ୍ୟତୀତ ଟପ୍‌-୧୦ରେ ଥିବା କୃତି ପରୀକ୍ଷାର୍ଥୀମାନେ ହେଉଛନ୍ତି, ମୟୁର ହାଜାରିକା, ଗହନା ନବ୍ୟା ଜେମ୍ସ, ଓ୍ୱାସିମ୍‌ ଅହମ୍ମଦ ଭଟ୍ଟ, ଅନୁରୁଦ୍ଧ ଯାଦବ, କନିକା ଗୋଏଲ୍‌, ରାହୁଲ ଶ୍ରୀବାସ୍ତବ ରହିଛନ୍ତି ।

{"id":791035,"sizeSlug":"full","linkDestination":"none"}

୨୦୨୨ ସେପ୍ଟେମ୍ବରରେ ସିଭିଲ ସର୍ଭିସର ଲିଖିତ ପରୀକ୍ଷା ହୋଇଥିଲା । ୨୦୨୩ ଜାନୁଆରୀରୁ ମେ ମଧ୍ୟରେ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ କୃତକାର୍ଯ୍ୟ ୯୩୩ ପ୍ରାର୍ଥୀଙ୍କ ମଧ୍ୟରୁ ୩୪୫ଜଣ ସାଧାରଣ ବର୍ଗ, ୯୯ ଜଣ ଆର୍ଥିକ ଅନଗ୍ରସର ବର୍ଗ, ପଛୁଆ ବର୍ଗରୁ ୨୬୩, ୧୫୪ଜଣ ଅନୁସୂଚିତ ଜାତିର ଏବଂ ୭୨ଜଣ ଅନୂସୂଚିତ ଜନଜାତି ପ୍ରାର୍ଥୀ । ଏମାନଙ୍କ ବ୍ୟତୀତ ୧୭୮ ପ୍ରାର୍ଥୀ କନସୋଲିଡେଟ୍‌ ରିଜର୍ଭ ତାଲିକାରେ ରହିଛନ୍ତି । ମନୋନୀତ ପ୍ରାର୍ଥୀମାନେ ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ଏବଂ କେନ୍ଦ୍ରୀୟ ସେବାର ଗ୍ରୁପ-ଏ ତଥା ଗ୍ରପୁ ବିରେ ନିଯୁକ୍ତି ପାଇବେ ।

ସେହିପରି ତାଲିକାର ୬୭ ତମ ସ୍ଥାନରେ ଓଡିଆ ଝିଅ କସ୍ତୁରି ପଣ୍ଡା ରହିଥିବା ବେଳେ ୫୧୬ ନମ୍ବର ରାଙ୍କରେ ତେଜସ୍ବିନୀ ବେହେରା ରହିଛନ୍ତି । ୧୬୨ ନମ୍ବର ରାଙ୍କରେ ଓଡ଼ିଆ ଛାତ୍ର ଦୁର୍ଗାପ୍ରସାଦ ଅଧିକାରୀ ରହିଛନ୍ତି ।

କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ IAS-୧୮୦ ଜଣ, IPS-୨୦୦ଜଣ, IFS- ୩୮ ଜଣ, Group Aରେ ୪୭୩ଜଣ, Group Bରେ ୧୩୧ ଜଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.