କ୍ରିକେଟ୍ କମେଣ୍ଟ୍ରୀରୁ ଇୟାନ ଚାପେଲଙ୍କ ସନ୍ନ୍ୟାସ ଘୋଷଣା, ୪୫ ବର୍ଷର କ୍ୟାରିୟରକୁ କଲେ ଅଲବିଦା

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଇୟାନ ଚାପେଲ କ୍ରିକେଟ କମେଣ୍ଟ୍ରୀରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏହାସହ ଏହି ମହାନ କ୍ରିକେଟର ନିଜର ୪୫ ବର୍ଷର କମେଣ୍ଟ୍ରୀ କ୍ୟାରିୟରରୁ ଅବସର ନେଇଛନ୍ତି । ୭୮ ବର୍ଷୀୟ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ନିଜର ଚିନ୍ତାଧାରା ଏବଂ କୌଣସି ପ୍ରଶ୍ନର ସିଧା ଉତ୍ତର ତାଙ୍କୁ ବିଶ୍ୱ ସ୍ତରରେ ଅଧିକ ପରିଚିତ କରାଇଛି । ରିଚୀ ବେନାଉଡ, ବିଲ ଲରୀ ଏବଂ ନୋଟୀ ଗ୍ରେଗଙ୍କ ସହ ତିନି ଦଶନ୍ଧିରୁ ଅଧିକ ସମୟ ଯାଏଁ ଅଷ୍ଟ୍ରେଲିଆ କ୍ରିକେଟ ପ୍ରସାରଣ ଟିମର ସଦସ୍ୟ ଥିଲେ।

ଚାପେଲ ନିଜ ସନ୍ନ୍ୟାସ ଘୋଷଣା କରି କହିଛନ୍ତି, 'ଆଜି ବି ସେହି ଦିନ ମନେ ଅଛି, ଯେତେବେଳେ ମୋ ପାଖରେ କ୍ରିକେଟ ଖେଳିବା ପାଇଁ ପର୍ଯ୍ୟାପ୍ତ ସମୟ ଥିଲା, କିନ୍ତୁ ମୁଁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଥିଲି ଏବଂ କମେଣ୍ଟ୍ରୀ କରିବା ଆରମ୍ଭ କରିଥିଲି । ମୁଁ ଗତ ଦିନରେ ମହାନ ରଗବୀ ଲିଗ୍ କମେଣ୍ଟେଟର ରେ' ୱାରେନଙ୍କ ଅବସର କଥା ଶୁଣିଥିଲି, ଏହାପରେ ମୁଁ ଏହି ନିଷ୍ପତ୍ତି ନେଇଛି'।

ଚାପେଲ ୭୫ଟି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ । ଏଥିରୁ ୩୦ଟି ମ୍ୟାଚରେ ସେ ଟିମର ଅଧିନାୟକ ଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.