ରବିବାର କ୍ରିକେଟ୍ ମହାସମରର ମହାମୁକାବିଲା, ପ୍ରଦର୍ଶୀତ ହେବ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ’

Published By : Prameya-News7 Bureau | November 17, 2023 IST

ଅହମ୍ମଦାବାଦ,୧୭/୧୧: ଚଳିତ ବିଶ୍ୱକପ୍‌ର ୪୭ଟି ମ୍ୟାଚ୍‌ ଶେଷ ହୋଇଛି । କେବଳ ଫାଇନାଲ୍‌ ମ୍ୟାଚ୍‌ ବାକି ରହିଛି । ଭାରତ ଚତୁର୍ଥ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି । ରୋହିତ ଶର୍ମାଙ୍କ ଭାରତୀୟ ଦଳ ୧୨ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଏଥର ବିଶ୍ୱକପ୍‌ ଜିତିବାକୁ ପ୍ରୟାସ କରିବ । ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ସମ୍ମୁଖରେ ଟ୍ରଫି ଉଠାଇବାର ଅନୁଭୁତି ସ୍ୱତନ୍ତ୍ର ହେବ । ଏପଟେ ଆୟୋଜକ ବିସିସିଆଇ ଫାଇନାଲ୍‌ ମୁକାବିଲାକୁ ସ୍ମରଣୀୟ କରିବା ପାଇଁ ଜୋରଦାର ଆୟୋଜନ ଜଳାଇଛି ।

ଟାଇଟଲ ଲଢେଇ ପୂର୍ବରୁ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରି ଦର୍ଶକଙ୍କ ଉତ୍କଣ୍ଠା ବଢାଇବା ପାଇଁ ଯୋଜନା କରାଯାଇଛି । ବିଶ୍ୱର ସର୍ବ ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଦେଖିବା ପାଇଁ ଅହମ୍ମଦାବାଦରେ ସିନେ ତାରକା ଓ ରାଜନେତାଙ୍କ ଭିଡ଼ ଜମିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ବସି ଫାଇନାଲ୍‌ ମ୍ୟାଚ୍‌ ଦେଖିବେ । ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ବାୟୁ ସେନା ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

you can also read.....

wp:embed {"url":"https://www.prameyanews7.com/team-india-world-cup-2023-most-runs-wickets-indian-players-virat-kohli-rohit-sharma-moham/","type":"wp-embed","providerNameSlug":"prameya-news-7"}
https://www.prameyanews7.com/team-india-world-cup-2023-most-runs-wickets-indian-players-virat-kohli-rohit-sharma-moham/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.