ବାୟୁ ସେନା କିଣିବ ଆଣ୍ଟି ରେଡିଏସନ ମିଶାଇଲ ରୁଦ୍ରମ, କେନ୍ଦ୍ରକୁ ପଠାଇଲା ୧୪୦୦ କୋଟି ଟଙ୍କାର ପ୍ରସ୍ତାବ

Published By : Prameya-News7 Bureau | November 24, 2022 IST

ନୂଆଦିଲ୍ଲୀ: ଶତ୍ରୁକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ବାୟୁ ସେନା ନିଜ ଶକ୍ତି ଲଗାତାର ବଢାଉଛି । ମେକ୍ ଇନ ଇଣ୍ଡିଆ ଅଧିନରେ ବିଶକିତ କରାଯାଇଥିବା ଦେଶର ପ୍ରଥମ ସ୍ୱଦେଶୀ ଆଣ୍ଟି ରେଡିଏସନ ମିଶାଇଲ ରୁଦ୍ରମକୁ ଅଧିଗ୍ରହଣ କରିବା ପାଇଁ ସରକାରଙ୍କୁ ୧,୪୦୦ କୋଟି ଟଙ୍କାରୁ ଅଧିକର ପ୍ରସ୍ତାବ ଦେଇଛନ୍ତି ।

ଜଣେ ଅଧିକାରୀ ଏହି ସୂଚନା ଦେଇଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକାରୀ କହିଛନ୍ତି, ଏହି ଆଣ୍ଟି ରେଡିଏସନ ମିଶାଇଲ ଶତ୍ରୁଙ୍କ ରଡାର ଲୋକେସନକୁ ଟ୍ରାକ କରି ନଷ୍ଟ କରିବ । ଡିଆରଡିଓ ଦ୍ୱାରା ବିକଶିତ ଉନ୍ନତ ମିଶାଇଲର ଅଧିଗ୍ରହଣ ପ୍ରସ୍ତାବ ରକ୍ଷା ମନ୍ତ୍ରାଳୟ ନିକଟରେ ରହିଛି ଏବଂ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ।

ସୂଚନା ଅନୁସାରେ ନୂତନ ପିଢିର ଆଣ୍ଟି ରେଡିୟସନ ମିଶାଇଲକୁ ଭାରତୀୟ ବାୟୁ ସେନା ନିଜ ସୁଖୋଇ- ୨୦ ଯୁଦ୍ଧ ବିମାନରେ ପରୀକ୍ଷଣ କରିସାରିଛି । ଏହି ମିଶାଇଲ ଯୁଦ୍ଧ ସମୟରେ ଶତ୍ରୁର ରଡାର ସ୍ଥାନକୁ ନଷ୍ଟ କରିବା । ରଡାର ସିଷ୍ଟମ ନଷ୍ଟ ହେବା ପରେ ଭାରତୀୟ ବାୟୁ ସେନା ନିଜ ଲକ୍ଷ୍ୟକୁ ସହଜରେ ଭେଦିପାରିବ।

ରୁଦ୍ରମକୁ ସୁଖୋଇ-୩୦ ଏବଂ ମିରାଜ-୨୦୦୦ ପରି ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନରୁ ମାଡ କରାଯାଇ ପାରିବ । ରୁଦ୍ରମ ଭାରତର ପ୍ରଥମ ସ୍ୱଦେଶୀ ରୁପେ ବିକଶିତ ବିକିରଣ ରୋଧୀ ମିଶାଇଲ ଯାହାର ଗତି ଶବ୍ଦର ଗତିଠାରୁ ଦୁଇ ଗୁଣ ଅଧିକ । ଉଲ୍ଲେଖଯୋଗ୍ୟ ଯେ ଏହି ମିଶାଇଲକୁ ଯେକୌଣସି ଉଚ୍ଚତାରୁ ଛଡା ଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.