ବ୍ରହ୍ମୋସ ଏୟାର୍ ଲଞ୍ଚ୍ଡ ପରିବର୍ଦ୍ଧିତ ମିଶାଇଲର ସଫଳ ପରୀକ୍ଷଣ: ଏବେ ଶତ୍ରୁ ପକ୍ଷକୁ ଉଚିତ୍ ଜବାବ ଦେଇପାରିବ ଭାରତୀୟ ସେନା
29/12/2022 at 5:37 PM

ନୂଆଦିଲ୍ଲୀ: ବ୍ରହ୍ମୋସ ଏୟାର୍ ଲଞ୍ଚ୍ଡ ପରିବର୍ଦ୍ଧିତ ରେଞ୍ଜ୍ର ମିଶାଇଲର ସଫଳ ପରୀକ୍ଷଣ କରିଛି ଭାରତୀୟ ସେନା। ବୁଧବାର ଏହି ମିସାଇଲ୍ର ପରୀକ୍ଷଣ କରାଯାଇଥିବା ବେଳେ ଏହା ଲକ୍ଷ୍ୟ ଭେଦ କରିବାରେ ସଫଳ ହୋଇଛି ବୋଲି ବାୟୁ ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ମିସାଇଲ୍ର ଲକ୍ଷ୍ୟଭେଦ କ୍ଷମତା ୪୦୦ କିମି ପର୍ଯ୍ୟନ୍ତ ରହିଛି ବୋଲି ବାୟୁ ସେନା ଟ୍ୱିଟ୍ କରି ସୂଚନା ଦେଇଛି।

ବାୟୁସେନାର ସୂଚନା ଅନୁସାରେ, ଏହି ମିଶାଇଲ୍ଟି ସୁଖୋଇ ଏସ୍ୟୁ-୩୦ ଏୟକ୍ରାଫ୍ଟରୁ ଲଞ୍ଚ କରାଯାଇଥିଲା। ଆଣ୍ଟିସିପ୍ ଭର୍ସନର ଏହି ମିସାଇଲ୍ଟି ବଙ୍ଗୋପସାଗରରେ ଥିବା ଏକ ଜାହାଜକୁ ଟାର୍ଗେଟ୍ କରିଥିଲା।
ସୁଖୋଇ ଏସ୍ୟୁ-୩୦ ଏୟକ୍ରାଫ୍ଟରୁ ଅଧିକଦୂରତା ସମ୍ପନ୍ନ ବ୍ରହ୍ମୋସ ମିସାଇଲ୍ର ଏହା ପ୍ରଥମ ପରୀକ୍ଷଣ ଥିଲା। ଏହି ପରୀକ୍ଷଣ ପରେ ଭାରତୀୟ ବାୟୁ ସେନା ଏସ୍ୟୁ-୩୦ ଏୟକ୍ରାଫ୍ଟରୁ ଜଳ ଓ ସ୍ଥଳ ମାର୍ଗରେ ଆକ୍ରମଣ କରିପାରିବାର କ୍ଷମତା ହାସଲ କରିଛି।
The IAF successfully fired the Extended Range Version of the Brahmos Air Launched missile. Carrying out a precision strike against a Ship target from a Su-30 MKI aircraft in the Bay of Bengal region, the missile achieved the desired mission objectives. pic.twitter.com/fiLX48ilhv
— Indian Air Force (@IAF_MCC) December 29, 2022
ଭାରତୀୟ ବାୟୁସେନା, ଭାରତୀୟ ଜଳ ସେନା, ଡିଆର୍ଡିଓ, ବିଏପିଏଲ୍ ଏବଂ ଏଚ୍ଏଲ୍ର ମିଳିତ ଉଦ୍ୟମ ଫଳରେ ଭାରତକୁ ଏହ ବଡ଼ ସଫଳତା ମିଳିଛି। ଭାରତରେ ସେନାର ଭଳ ବଢ଼ିଛି। ଫଳରେ ଏବେ ସେନା ଏୟାରକ୍ରାଫ୍ଟରେ ଜଳରୁ ଓ ସ୍ଥଳରୁ ଉଭୟ ଦିଗରୁ ଶତ୍ରୁର ଜାବବ ଦେଇପାରିବ।