ଜମ୍ମୁ ତଓ୍ବି ନଦୀରେ ଫସିଥିବା ଦୁଇ ଜଣଙ୍କୁ ଉଦ୍ଧାର କଲେ ବାୟୁସେନା କର୍ମଚାରୀ, ଦେଖନ୍ତୁ ପୂରା ଚିତ୍ର…
19/08/2019 at 1:30 PM

ଶ୍ରୀନଗର ୧୯|୮: ଉତ୍ତର ଭାରତରେ ଲଗାଣ ବର୍ଷା ଜାରି ରହିଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଜମ୍ମୁର ତଓ୍ବି ନଦୀରେ ହଠାତ୍ ବନ୍ୟାଜଳ ମାଡିଆସିବାରୁ ଫସିଥିବା ଦୁଇ ଜଣଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନା କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ଜମ୍ମୁ ତଓ୍ବି ନଦୀକି ମାଛ ଧରିବାକୁ ଯାଇଥିବାବେଳେ ହଠାତ୍ ନଦୀରେ ବନ୍ୟା ଜଳ ଆସିଯାଇଥିଲା ।

ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇବାରୁ ସେଠାରେ ଫସିଯାଇଥିଲେ ଦୁଇ ଜଣ । କଲଭର୍ଟ ଉପରେ ଚଢିଯାଇଥିଲେ ଏହି ଦୁଇ ଜଣ । ଚାରିଆଡେ ପାଣି ହିଁ ପାଣି ଥିଲା । ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ ।

ଏ ନେଇ ସୂଚନା ମିଳିବା ପରେ ଭାରତୀୟ ବାୟୁସେନା କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭାରତୀୟ ବାୟୁସେନାର ଚପର ସାହାର୍ଯ୍ୟରେ ଉଭୟଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରାଯାଇଛି ।
