ସାରା ଦେଶକୁ Covid-19 ଟିକା ପହଞ୍ଚାଇବା ଲାଗି ଅଣ୍ଟା ଭିଡିଲା ଭାରତୀୟ ବାୟୁସେନା, ପ୍ରସ୍ତୁତ ଅଛନ୍ତି ପରିବହନ ସ୍କ୍ୱାଡ୍ରନ

Published By : Prameya-News7 Bureau | December 06, 2020 IST

ନୂଆଦିଲ୍ଲୀ ୬।୧୨: କୋଭିଡ-୧୯ ମହମାରୀରୁ ଦେଶ ବାହାରକୁ ଆସିବାକୁ ହେଲେ ଟିକାକରଣ ଏବେ ଜରୁରି। ଏଥିରେ ଦେଶର ଦୂରଦୂରାନ୍ତ ସ୍ଥାନକୁ ଟିକା ପହଞ୍ଚାଇବା ଲାଗି ଭାରତୀୟ ବାୟୁସେନା (ଆଇଏଏଫ) ଅଣ୍ଟାଭିଡିଛି।  ନିଜର ବ୍ୟାପକ ପରିବହନ ବିମାନ ସ୍କ୍ୱାଡ୍ରନକୁ ଏଥିଲାଗି ନିୟୋଜିତ କରିବା ସହ ଦୂରଦୂରାନ୍ତ ଓ ଅଗମ୍ୟ ଅଞ୍ଚଳକୁ ଟିକା ପହଞ୍ଚାଇବାକୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିଥିବା ବାୟୁସେନାର ଅଗ୍ରଗତି ସହ ଜଡିତ ଲୋକେ ରବିବାର ସୂଚିତ କରିଛନ୍ତି। 

{"id":373667,"width":575,"height":319,"sizeSlug":"large"}

ଯଦିଓ ଏଥିଲାଗି ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ  ସଶସ୍ତ୍ର ବଳଙ୍କୁ ଅଧିକାରୀକ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନାହିଁ। ତଥାପି ସରକାର ଯଦି ଏଥିଲାଗି ଦୟିତ୍ୱ ଦିଅନ୍ତି ତେବେ ଲକ୍ଷ ଲକ୍ଷ ଭାକ୍ସିନ  ନିତ୍ୟାନ୍ତ ଆବଶ୍ୟକ କରୁଥିବା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ବାୟୁସେନା ସାମାନ୍ୟତମ ଅବହେଳା ବି କରିବ ନାହିଁ। ଏଥିଲାଗି ବାୟୁସେନାର ସାମର୍ଥ୍ୟ ଉପରେ କାହାରବି ସନ୍ଦେହର ଅବକାସ ନାହିଁ ବୋଲି ନାମ ଗୋପନ ରଖିବା ସୂତ୍ରରେ ଜନୈକ ଅଧିକାରୀ କହିଛନ୍ତି।  ଏଥିଲାଗି ବାୟୁସେନା ନିକଟରେ ଦକ୍ଷ ପରିବହନ ବିମାନ ସ୍କ୍ୱାଡ୍ରନ ଅଛି ବୋଲି ସେ କହିଛନ୍ତି।

{"id":373668,"sizeSlug":"large"}

ବାୟୁସେନା ପରିବହନ ବିମାନ ସ୍କ୍ୱାଡ୍ରନରେ ୧୧ଟି ସି-୧୭ ଗ୍ଲୋବମାଷ୍ଟର ବିମାନ ସାଙ୍ଗକୁ ସି-୧୩୦ ହରକ୍ୟୁଲସ, ଇଏଲ-୭୬ ଓ ଏଏନ୍‌-୩୦ ପରି ମାଲବାହକ ବିମାନ ମଧ୍ୟ ଅଛନ୍ତି। ସେହିପରି ଛୋଟ ଏୟାର ଫିଲ୍ଡ ସମେତ ଦୁର୍ଗମ ସ୍ଥାନକୁ ଡର୍ଣ୍ଣିୟର ଓ ହେଲିକପ୍ଟର ଯୋଗେ ମଧ୍ୟ ଟିକା ପରିବହନ କରିହେବ। ଏପରିକି ଟିକାର କୋଲ୍ଡ ଚେନ୍‌ ସନ୍ତୁଳିତ ରଖି ପରିବହନ ଲାଗି ମଧ୍ୟ ବାୟୁସେନା ସମର୍ଥ। ଟିକା ଡୋଜଗୁଡିକ ସ୍ୱତନ୍ତ୍ର ବାକ୍ସରେ ପରିବହନ କରାଯିବ। ଏଥିପାଇଁ ବିମାନକୁ ମୋଡିଫିକେସନ ମଧ୍ୟ କରିବାକୁ ପଡିବ ନାହିଁ।

{"id":373669,"width":577,"height":384,"sizeSlug":"large"}

ନିକଟରେ ବାୟୁସେନା ଲଦ୍ଦାଖକୁ ହଜାର ହଜାର ସୈନ୍ୟ ଓ ଟନ୍ ଟନ୍‌ ଇନ୍ଧନ, ଖାଦ୍ୟସାମଗ୍ରୀ ପହଞ୍ଚାଇ ନିଜର ପରାକାଷ୍ଠାର ପ୍ରମାଣ ଦେଇଛି। ଭାରତୀୟ ବାୟୁସେନାର ଚିକିତ୍ସା ସାମଗ୍ରୀ ଓ ଚିକିତ୍ସା ଯନ୍ତ୍ରପାତି ପରିବହନର ବିସ୍ତୃତ ଅଭିଜ୍ଞତା ରହିଛି। ମହାମାରୀ ପୂର୍ବରୁ ବାୟୁସେନା ପଡୋଶୀ ଦେଶ ମାଲଦ୍ୱୀପକୁ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇଥିଲା। ଏହା ଛଡା ବିମୁଦ୍ରାକରଣ ଓ ନିର୍ବାଚନ ସମୟରେ ଇଭିଏମ ପରିବହନ ମଧ୍ୟ ଅତୀତରେ ବାୟୁସେନା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.