ମାଇକ୍ରୋ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ - ବାୟୁସେନା ପାଇଲଟ୍‌ ମୃତ, ୨ ଆହତ

Published By : Prameya-News7 Bureau | February 24, 2020 IST

ପଟିଆଲା ୨୪।୦୨ - ପଞ୍ଜାବର ପଟିଆଲାରେ ଏକ ମାଇକ୍ରୋ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ।ଦୁର୍ଘଟଣାରେ ଜଣେ ବାୟୁସେନା ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଏନ୍‌ସିସି କ୍ୟାଡେଟ୍‌ ଆହତ ହୋଇଛନ୍ତି ।

ଏଥିରେ ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ତାଲିମ୍‌ ଦିଆଯାଉଥିଲା । ଏହି ତାଲିମ ବିମାନଟି ପଟିଆଲା ଆଭିଏସନ୍‌ କ୍ଲବ ବିମାନବନ୍ଦରରୁ ଦିନ ୧୧ଟା ୩୦ ବେଳେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ଭିତର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଓ୍ୱିଙ୍ଗ କମାଣ୍ଡର ଜିଏସ୍‌ ଛିମାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଏନ୍‌ସିସି କ୍ୟାଡେଟ ଆହତ ହୋଇଛନ୍ତି ।

ଏହି ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ଆହତ ହୋଇଥିବା ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ସେନା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.