ଶତ୍ରୁ ମୁହଁରୁ ଫେରିଲା ସିଂହ : ସ୍ବଦେଶରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ, ସାରା ଦେଶରେ ଉତ୍ସାହ ଓ ଉତ୍ସବ

Published By : Prameya-News7 Bureau | March 02, 2019 IST

ନୂଆଦିଲ୍ଲୀ ୨|୩ : ଶତ୍ରୁ ମୁହଁରୁ ସିଂହ ଫେରିଛି । ପାଖାପାଖି ୬୦ ଘଣ୍ଟା ପରେ ୱାଘା-ଅଟାରି ସୀମା ଦେଇ ଭାରତରେ ପହଞ୍ଚିଛନ୍ତି ବାୟୁବୀର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ରାତି  ୯ଟା ୨୧ରେ ସେ ଭାରତରେ ଏଣ୍ଟ୍ରି କରିଥିବା ବେଳେ ଦିଲ୍ଲୀ ଅଣାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

{"id":89873}

ଡେରିରେ ହେଉ ପଛେ ସେ ଫେରିଛନ୍ତି । ଅଟାରିରେ ଦେଶଭକ୍ତିର ଏହି ଅସମ୍ଭବ ଭିଡ଼ ଭିତରେ  ସେ ଭାରତ ମାଟିରେ ପାଦ ଥାପିଛନ୍ତି। ଦେଶ ବି ତାର ବୀର ସନ୍ତାନକୁ ଜୋରଦାର ସ୍ବାଗତ କରିଛି।  କିଏ ଭାରତ ମାତା କି ଜୟ କହୁଛି ଆଉ କିଏ ସେଠାରେ ଲହରାଉଛି ତ୍ରିରଙ୍ଗା । ଆଉ କିଏ ବାଣ ବି ଫୁଟାଉଛନ୍ତି । କିଏ ବାଜା ବଜେଇ ନାଚୁଛି। ଏ ଉତ୍ସାହ ପଛରେ ରହିଛି ବାୟୁପୁତ୍ରଙ୍କୁ ଅଭିନନ୍ଦନ ଜଣାଇବା, ସାବାସି ଜଣାଇବା।  ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ  ସଗୌରବେ ଭାରତ ସୀମାରେ ପହଞ୍ଚିବା ପରର ଏହି ଦୃଶ୍ୟ । ଅଭିନନ୍ଦନ ପହଞ୍ଚିବା ପରେ ବାୟୁ ସେନା ବି କରିଥିଲା ସାମ୍ବାଦିକ ସମ୍ମିଳନୀ।

{"id":89870,"width":569,"height":323}

କୂଟନୀତିର ଚକ୍ରବ୍ୟୁହରେ ଫସିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନା ଖାନ ଗତାକାଲି ଘୋଷଣା କରିଥିଲେ ଯେ ପାକିସ୍ତାନ ସେନା କବଜା କରିରଖିଥିବା ଭାରତର ୱିଙ୍ଗ କମାଣ୍ଡରଙ୍କୁ ଆଜି ଛଡ଼ାଯିବ । କିନ୍ତୁ ଏହା ପୂର୍ବରୁ ସକାଳେ ଲାହୋର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ପାକିସ୍ତାନ ସରକାରଙ୍କ ଘୋଷଣାକୁ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ପାକ୍ କୋର୍ଟ ତାକୁ ଖାରଜ କରିଦେଇଥିଲେ। ତେଣୁ ପୂର୍ବ ଘୋଷଣା ମୁତାବକ ୱାଘା ନିକଟରେ ପହଞ୍ଚିଥିଲା ପାକିସ୍ତାନୀ ସେନାର କନଭୟ । ସାଙ୍ଗରେ ଆସିଥିଲେ ଅଭିନନ୍ଦନ। ସେଠାରୁ ଅଟାରି ଗେଟ୍। ଅଭିନନ୍ଦନଙ୍କୁ ଆସିବାକୁ ନେଇ ଆଜି ୱାଘାରେ ଭାରତର ବିଟିଂ ଦ ରିଟ୍ରିଟକୁ ବନ୍ଦ କରାଯାଇଥିଲା।

{"id":89867}

ଯେତେବେଳେ ଆକାଶରେ ପାକିସ୍ତାନ ଓ ଭାରତର ବିମାନ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଅଭିନନ୍ଦନ ଦେଖାଇଥିଲେ ଅପୂର୍ବ ସାହସିକତା। ମିଗ୍ ବିମାନରେ ପାକିସ୍ତାନର ଏଫ ସିକ୍ସଟିନ ବିମାନକୁ ଚ୍ୟାଲେଞ୍ଜ ଦେବା କିଛି ଛୋଟିଆ କଥା ନଥିଲା। ଆଉ ପାକିସ୍ତାନର ଏଫ ୧୬ ମଧ୍ୟ ଖସାଇଦେଇଥିଲେ। ତେବେ ନିଜ ବିମାନ କ୍ରାସ ହୋଇଯିବାରୁ ପାକିସ୍ତାନରେ ଖସିଯାଇଥିଲେ ସେ । ସେଠାରେ ମଧ୍ୟ ଅପୂର୍ବ ସାହସିକତା ଦେଖାଇଥିଲେ। ନିଜ ପାଖରେ ଥିବା ସବୁ ପ୍ରମାଣକୁ ନଷ୍ଟ କରିଦେଇଥିଲେ। ଆଉ ମନରୁ ବିଶ୍ବାସ ତୁଟିନଥିଲା ସେ ନିଶ୍ଚୟ ଫେରିବେ। ଆଉ ସମାନ ବିଶ୍ବାସ ରଖିଥିଲେ ଅଭିନନ୍ଦନଙ୍କ ବାପା ମା। ଯିଏ ତାଙ୍କୁ ସ୍ବାଗତ କରିବା ଲାଗି ଦିଲ୍ଲୀରେ ପହଞ୍ଚିଥିଲେ।

{"id":89868,"width":574,"height":239}

ଏପଟେ ଅଭିନନ୍ଦନଙ୍କୁ ସାରା ଦେଶ ଅଭିନନ୍ଦନ ଜଣାଇଛି। ସାରା ଦେଶ ତାଙ୍କୁ ସାବାସି ଜଣାଇଛି ଆଉ ତାମିଲନାଡୁରେ ଏକ ସଭାରେ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.