ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ବାୟୁସେନା ଫାଇଟର ଜେଟ୍ କ୍ରାସ ନେଇ ଆସିଲା ବଡ ଅପଡେଟ୍, ଆକାଶରେ ଧକ୍କା ଲାଗିଥିଲେ ଦୁଇ ବିମାନ!

28/01/2023 at 3:46 PM

ନୂଆଦିଲ୍ଲୀ ୨୮।୧: ଭାରତୀୟ ବାୟୁସେନା ଯୁଦ୍ଧବିମାନ ସୁଖୋଇ-୩୦ ଓ ମିରାଜ-୨୦୦୦ ପରସ୍ପର ସହ ଧକ୍କା ଲାଗି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ଏହା ପୁଷ୍ଟି କରିଛନ୍ତି। ଏହି ଦୁର୍ଘଟଣା ନେଇ ଅଧିକ ସୂଚନା କୋର୍ଟ ଅଫ ଇନକ୍ୱାରୀରେ ଜଣାପଡିବ। ଏହି ଦୁର୍ଘଟଣାରେ ଜଣେ ପାଇଲଟ ସହିଦ ହୋଇଥିବା ଅଧିକାରୀକ ଭାବେ ପୁଷ୍ଟି ହୋଇଛି। ସେପଟେ ହେଲିକପ୍ଟରରେ ଦୁର୍ଘଟଣାସ୍ଥଳକୁ ପହଞ୍ଚିଥିବା ବାୟୁସେନା କର୍ମଚାରୀ ପାଇଲଟଙ୍କୁ ଠାବ କରି ଗ୍ୱାଲିୟର ବାୟୁସେନା ଘାଟିକୁ ନେଇ ଆସିଛନ୍ତି।  ଆହତ ପାଇଲଟମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ବାୟୁସେନା (ଆଇଏଏଫ)ଙ୍କ ଦୁଇଟି ଯୁଦ୍ଧବିମାନ ସୁଖୋଇ-୩୦ ଓ ମିରାଜ ୨୦୦୦ ଶନିବାର ମଧ୍ୟପ୍ରଦେଶ ମୁରୈନା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତେବେ ଏଥିରୁ ଗୋଟିଏ ବିମାନର ଅଂଶ ରାଜସ୍ଥାନର ଭରତପୁର ପିଙ୍ଗୋରା ଗାଁ ନିକଟରେ ପଡିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ୨ ବିମାନ ଗ୍ୱାଲିୟର ବାୟୁସେନା ଘାଟିରୁ ଉଡାଣ କରିଥିଲେ। ଦୁର୍ଘଟଣାର ତଦନ୍ତ ଲାଗି ଆଇଏଏଫ କୋର୍ଟ ଅଫ ଇନକ୍ୱାରୀ ଗଠନ କରିଛନ୍ତି।

କୁହାଯାଉଛି ପ୍ରଶିକ୍ଷଣ ଉଡାଣରେ ସୁଖୋଇରେ ୨ ଜଣ ଓ ମିରାଜରେ ଜଣେ ପାଇଲଟ ଉଡାଣ କରୁଥିଲେ। ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ବାୟୁସେନା ମୁଖ୍ୟ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ସୂଚିତ କରିଛନ୍ତି। ପୁରା ଘଟଣାକ୍ରମ ଉପରେ ଏବେ ରାଜନାଥ ନଜର ରଖିଛନ୍ତି। ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ଟ୍ୱିଟ୍‌ କରି ମୁରୈନାର କୋଲାରସ ନିକଟରେ ବାୟୁସେନାର ସୁଖୋଇ-୩୦ ଓ ମିରାଜ-୨୦୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଖବର ଅତ୍ୟନ୍ତ ହୃଦୟ ବିଦାରକ ବୋଲି ଉଲ୍ଲେଖ କରିଛନ୍ତି।

ଏ ନେଇ ବାୟୁସେନାର ବୟାନ ମଧ୍ୟ ଆସିଛି। ଏଥିରେ ଭାରତୀୟ ବାୟୁସେନାର ୨ଟି ଯୁଦ୍ଧବିମାନ ଶନିବାର ସକାଳେ ଗ୍ୱାଲିୟର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କହିଛନ୍ତି। ଏଥିରେ ଥିବା ୩ ପାଇଲଟଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବାୟୁସେନା କହିଛନ୍ତି।

   Related Posts