କରୋନା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନାର ସଲାମ୍ : ହେଲିକପ୍ଟରରୁ ଫୁଲ ବର୍ଷା

Published By : Prameya-News7 Bureau | May 03, 2020 IST

ନୂଆଦିଲ୍ଲୀ ୦୩/୦୫ : କରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ପୁରା ଦେଶକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ଲକଡାଉନ ରଖାଯାଇଛି | ଇତି ମଧ୍ୟରେ କରୋନା ଯୋଦ୍ଧାଙ୍କୁ ଭାରତୀୟ ବାୟୁସେନା ନିଜ ଅନ୍ଦାଜରେ ସମ୍ମାନ ଜଣାଇଛନ୍ତି | ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ସିଡିସି ବିପିନ ରାବତ କହିଥିଲେ ଯେ, ମେ ୩ ତାରିଖରେ ଦେଶର ୩ ସେନା କରୋନା ଯୋଦ୍ଧାଙ୍କୁ ବିଶେଷ ଅନ୍ଦାଜରେ ସମ୍ମାନ ଜଣାଇବେ | ଏହାସହ ହସ୍ପିଟାଲ, ପୋଲିସ ଥାନା ଉପରେ ହେଲିକେପ୍ଟର ସାହାଯ୍ୟରେ ଫୁଲ ବର୍ଷା କରିବେ |

{"id":263890,"sizeSlug":"large"}

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁସେନାର ଏୟାରକ୍ରାଫ୍ଟ ରାଜପଥରେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇ ହେଲିକେପ୍ଟରରୁ ଫୁଲ ବର୍ଷା କରିଛନ୍ତି | ଦିଲ୍ଲୀ ସ୍ଥିତ ପୋଲିସ ବାର ମେମୋରିଆଲ ଉପରେ ମଧ୍ୟ ଫୁଲ ବର୍ଷା କରିଥିଲେ | 

ମୁମ୍ବାଇରେ ସମସ୍ତ କରୋନା ଯୋଦ୍ଧା, ଯଥା ସ୍ୱାସ୍ଥ୍ୟ କର୍ମୀ ଓ ଅଗଧାଡ଼ିର କର୍ମଚାରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଭାରତୀୟ ବାୟୁସେନାର Su-30 ବିମାନରୁ ସଲାମି ଜଣାଇଥିଲେ ଏବଂ ଫୁଲ ବର୍ଷା କରିଥିଲେ | ମୁମ୍ବାଇ ମରିନ ଡ୍ରାଇଭରେ ଭାରତୀୟ ବାୟୁସେନାର Su-30 ବିମାନରୁ କୋଭିଡ-୧୯ ବିରୋଧରେ ସାମିଲ ଯୋଦ୍ଧାଙ୍କୁ ଖାସ ଅନ୍ଦାଜରେ ସଲାମ ଜଣାଇଥିଲେ | 

{"id":263892,"sizeSlug":"large"}

ବେଙ୍ଗାଳୁରୁ ଭିକ୍ଟୋରିଆ ହସ୍ପିଟାଲ ଉପରେ ମଧ୍ୟ ଭାରତୀୟ ବାୟୁସେନା ଫୁଲ ବର୍ଷା କରିଥିଲେ |

ଓଡିଶା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇ ଭାରତୀୟ ବାୟୁସେନା ହେଲିକେପ୍ଟରରୁ ଫୁଲ ବର୍ଷା କରିଥିଲେ |

{"id":263893,"width":580,"height":348,"sizeSlug":"large"}

ଗୋଆ ରାଜଧାନୀ ପାଣାଜୀର ମେଡିକାଲ କଲେଜ ଡାକ୍ତରଙ୍କୁ କରୋନା ବିରୋଧରେ ଯୁଦ୍ଧ କରୁଥିବା ଯୋଗୁଁ ଏବଂ ସରକାରଙ୍କ ସମସ୍ତ ନିୟମ ପାଳନ କରି ନିଜର କର୍ତବ୍ୟ ପାଳନ କରୁଥିବାରୁ କୃତଜ୍ଞତା ଜ୍ଞାପନ କରି ଭାରତୀୟ ନୌସେନାର ହେଲିକେପ୍ଟରରୁ ଫୁଲ ବର୍ଷା କରାଯାଇଛି |

{"id":263894,"sizeSlug":"large"}

ହରିୟାଣା ପଞ୍ଚକୁଲାର ସରକାରୀ ହସ୍ପିଟାଲରେ ମଧ୍ୟ ଭାରତୀୟ ବାୟୁସେନା ଫୁଲ ବର୍ଷା କରିଛନ୍ତି | କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇ ହସ୍ପିଟାଲ ବାହାରେ ଭାରତୀୟ ସେନା ଏକ କାର୍ଯ୍ୟକ୍ରମ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.