ବାୟୁସେନା ବିମାନ ଏଏନ୍-୩୨ ନିଖୋଜ, ୫ଯାତ୍ରୀ ଓ ୮ ବିମାନ କର୍ମଚାରୀଙ୍କ ମିଳୁନି ପତା

Published By : Prameya-News7 Bureau | June 03, 2019 IST

ଜୋରହଟ୍ ୩।୬:  ଆସାମ ଜୋରହଟରୁ ଅରୁଣାଚଳ ପ୍ରଦେଶ ମେଚୁକା ବାୟୁସେନା ବିମାନ ଘାଟୀକୁ ଯାଉଥିବା ଏକ ଏଏନ୍-୩୨ ବିମାନ ନିଖୋଜ ହୋଇଯାଇଥିବା ଜଣାପଡିଛି । ବିମାନରେ ୫ ଜଣ ଯାତ୍ରୀ ଥିବା ବେଳେ ୮ ଜଣ ଚାଳକଦଳ ସଦସ୍ୟ ଥିଲେ। ବିମାନ ସହ ମଧ୍ୟାହ୍ନ ଗୋଟାଏ ବେଳେ ଶେଷଥର ସମ୍ପର୍କ ସ୍ଥାପିତ ହୋଇଥିଲା। ତେବେ ତା ପରଠାରୁ ବିମାନର ଖୋଜ ଖବର ମିଳୁନାହିଁ  ବୋଲି ବାୟୁସେନା ସୂତ୍ରରୁ ସୂଚନା ମିଳିଛି।  

ବିମାନଟି ଜୋରହଟରୁ ମଧ୍ୟାହ୍ନ ୧୨ଟା ୨୫ ମିନିଟରେ ଉଡାଣ କରିଥିଲା। ପ୍ରାୟ ୫୫ ମିନିଟ ପରେ  ବିମାନର  ଗ୍ରାଉଣ୍ଡ ସମ୍ପର୍କ ବିଛିନ୍ନ ହୋଇଥିବା ଭାରତୀୟ ବାୟୁସେନା ସୂଚନା ଦେଇଛନ୍ତି। ବାୟୁସେନାର ମେଚୁକା ଆଡଭାନ୍ତ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଚୀନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ। ଏହା ଏକ ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବାରୁ ପାଗ ଖରାପ ଯୋଗୁ ସର୍ଚ୍ଚ ଅପରେସନରେ ମଧ୍ୟ ଅସୁବିଧା ହେଉଥିବା ବାୟୁସେନା ସୂଚନାରୁ ଜଣାପଡିଛି।

ତେବେ ସିଆଙ୍ଗ ଘାଟିରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ବାୟୁସେନା ଆଶଙ୍କା ପ୍ରକାଶ କରିଛି। ବିମାନର ଧ୍ବଂସାବଶେଷ ଠାବ ହୋଇଥିବା ନେଇ ବାୟୁସେନା ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସମ୍ପର୍କରେ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ହେଲେ ନିରୁଦ୍ଧିଷ୍ଟ ବିମାନର ସନ୍ଧାନ ନିମନ୍ତେ ଏଏଲଏଚ୍ଏ ହେଲିକପ୍କଟରର ସି-୧୩୦ ଜେ, ଓ ଏକ ଏମଆଇ-୧୭କୁ ମୁତୟନ କରାଯାଇଥିବା ବାୟୁସେନା ଘଟଣାର ତୁରନ୍ତବାଦ ଘୋଷଣା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣା ନେଇ ବାୟୁସେନା ମୁଖ୍ୟଙ୍କ ସହ ଆଲୋଚନା କରିଥିବା ଜଣଆପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.