oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ୟୁପିଏସସି ପାସ୍ କରିଥିବା ଯବାନଙ୍କୁ ଇସ୍ତଫା ଦେବା ପାଇଁ ଅନୁମତି ମିଳୁ : ବାୟୁସେନାକୁ ନିର୍ଦ୍ଦେଶ ଦେଲେ ସୈନ୍ୟ ଅଦାଲତ

28/03/2022 at 11:34 AM

ନୂଆଦିଲ୍ଲୀ,୨୮/୦୩: ୟୁପିଏସସି ପାକ୍ କରିଥିବା ଯବାନଙ୍କୁ ମିଳିବ ଚାକିରୀରରେ ଯୋଗ ଦେବାର ଅନୁମତି । ବାୟୁ ସେନା ମଧ୍ୟ ମଞ୍ଜୁର କରିବ ଇସ୍ତଫା । ସଶସ୍ତ୍ର ବଳ ନ୍ୟାଧିକରଣ ବା ସୈନ୍ୟ ଅଦାଲତ ଭାରତୀୟ ବାୟୁ ସେନାକୁ ୟୁପିଏସସି ପାସ୍ କରିଥିବା ଯବାନଙ୍କୁ ଇସ୍ତଫା ଦେବା ପାଇଁ ଅନୁମତି ଦେବାକୁ କହିଛନ୍ତି । ନ୍ୟାୟାଧିଶ ସେତେବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି ଯେତେବେଳେ ବାୟୁସେନା ଅନେକ ଯବାନଙ୍କୁ ଇସ୍ତଫା ପ୍ରଦାନ ପାଇଁ ଅନୁମତି ଦେଉ ନାହିଁ । ଏପରିକି ନ୍ୟାୟାଧିଶ ବାୟୁସେନାକୁ ଏଥିପାଇଁ ଦୁଇ ସପ୍ତାହ ସମୟ ଦେଇଛନ୍ତି ।

ମାମଲାର ଶୁଣାଣି କରୁଥିବା ନ୍ୟାୟାଧିଶ ରାଜେନ୍ଦ୍ର ମେନନଙ୍କ ପୀଠ କହିଛନ୍ତି ଯେ, ବାୟୁ ସେନା ୟୁପିଏସସି ପରୀକ୍ଷା ଦେଉଥିବା ଯବାନଙ୍କ ପାଇଁ ଥିବା ନିୟମରେ ପରିବର୍ତ୍ତନ କରିବା ଦରକାର । ଏହି ମାମଲାକୁ ଆୟୁଷ ମୋର୍ଯ୍ୟ ଓ ସରଜେଣ୍ଟ୍ କୁଲଦୀପ ବିଭୁତି ନିଜ ଆଇନଜୀବୀ ଅଙ୍କୁର ଚିବ୍ବରଙ୍କ ମାଧ୍ୟମରେ ଦାଖଲ କରିଥିଲେ । ଉଭୟ ଆୟୁଷ ଓ ବିଭୁତି ସିଭିସ ସର୍ଭିସ ପାସ କରିଛନ୍ତି ।

ଆୟୁଷ ୨୦୨୧ରେ ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିଥିଲେ । ସେହିପରି ବିଭୁତି ବିହାର ସିଭିଲ ସର୍ଭିସରେ ସଫଳତା ଲାଭ କରିଥିଲେ । ଉଭୟ ପରୀକ୍ଷା ଦେବା ପାଇଁ ଅନଲାଇନରେ ଅନୁମତି ମାଗିଥିଲେ । କିନ୍ତୁ ବାୟୁ ସେନା କେବଳ ଏ ଗ୍ରେଡ୍ ଥିବା ଯବାନଙ୍କୁ ହିଁ ଏହି ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିଥାଏ । କିନ୍ତୁ ଉଭୟ ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ ଓ ସଫଳତା ପାଇଥିଲେ ।

ଆୟୁଷ ଗତବର୍ଷ ଲାବସନାରେ ସାମିଲ ହୋଇଥାନ୍ତେ । କିନ୍ତୁ ବାୟୁସେନା ତାଙ୍କୁ ପ୍ରମାଣପତ୍ର ଦେଇନଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

   Related Posts