ସମଲିଙ୍ଗୀ ସମ୍ପର୍କ ପ୍ରସଂଗ : ”ମୋତେ ମୋ ହିସାବରେ ଜିଇଁବାକୁ ଦିଅ” କହିଲେ ଦୌଡରାଣୀ ଦୁତି
21/05/2019 at 7:28 PM

ଭୁବନେଶ୍ବର ୨୧|୫: ଦେଶର ଏକନମ୍ବର ଦୌଡ ରାଣୀ ଦୁତୀ ଚାନ୍ଦଙ୍କ ସମିଲଙ୍ଗୀ ସଂପକର୍କୁ ନେଇ ଥମୁନି ଚର୍ଚ୍ଚା । ତେବେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦୁତୀ ଚାନ୍ଦ । ସମଲିଙ୍ଗୀ ସଂପର୍କ ନେଇ ନିଜେ ଦୂତୀ ଗମମାଧ୍ୟମରେ ସ୍ବିକାର କରିବା ସହ, ତାଙ୍କ ବିରୋଧରେ ଏକ ବଡ ସଡଯନ୍ତ୍ର ହୋଇଛିବା ସେ ସ୍ବିକାର କରିଛନ୍ତି …..

”ମୋତେ ମୋ ହିସାବରେ ଜିଇଁବାକୁ ଦିଅ” । ମୋର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରନି । ନିଜର ଜଣେ ବାନ୍ଧବୀଙ୍କୁ ବାହା ହେବା ଚର୍ଚ୍ଚାକୁ ଖୁଲମଖୁଲା ସ୍ବିକାର କରିଛନ୍ତି ଦୂତି । ଏନେଇ ଦୂତୀ କହିଛନ୍ତି ସେ କିଛି ଭୁଲ୍ କରିନାହାଁନ୍ତି । ମୋ ବିରୋଧରେ ହୋଇଛି ସାଂଘାତିତ ସଡଯନ୍ତ୍ର । ପୂର୍ବରୁ ମଧ୍ୟ ମୋ ଖେଳ କ୍ୟାରିଅରକୁ ସମାପ୍ତି କରିବାସହ ମୋତେ ପୁଅ ଭାବେ ପ୍ରମାଣ କରିବାକୁ ବଡ ମସୁଧା ହୋଇଥିଲେ । ଆଉ ମୋତେ ଠିକ୍ ପ୍ରମାଣ କରିବାକୁ ଓ ନ୍ୟାୟ ପାଇବାକୁ ୨ବର୍ଷର ନ୍ୟାୟିକ ସଂଘର୍ଷ ପରେ ମୋତେ ନ୍ୟାୟ ମଳିଲା । ନିଜର ସମଲୀଙ୍ଗୀ ସଂପର୍କକୁ ପୂର୍ବରୁ ସ୍ବିକାର କରିଥିବା ଦ୍ବିତି ଆଜି ମଧ୍ୟ ଗଣମାଧ୍ୟମ ସାମନାରେ ସେହି କଥା ହିଁ ଦୋହରାଇଛନ୍ତି ।

ଦୂତୀଙ୍କ ଏଭଳି କଠୋର ନିଷ୍ପତ୍ତିକୁ ତାଙ୍କ ପରିବାର ମା ଓ ବଡ ଭଉଣୀ ଘୋର ବିରୋଧ କରି ଆସୁଛନ୍ତି । ସମଲିଙ୍ଗୀ ବିବାହ କରିବାକୁ ଦୂତି ନେଇଥିବା ନିଷ୍ପତ୍ତି ଆମ ମୁ୍ଣ୍ଡ ତଳକୁ କରିଛି ବୋଲି ତାଙ୍କ ମା କହିଛନ୍ତି । ଦୂତୀଙ୍କୁ ଫସଯାଇ ଟଙ୍କା ହଡପ କରିବା ପାଇଁ ଷଡଯନ୍ତ୍ର କରାଯାଇଥିବା ଦୂତୀଙ୍କ ବାପା ମା ପୂର୍ବରୁ ଅଭିଯୋଗ କରିଛନ୍ତି । ଯାହାକୁ ବିରୋଧ କରି ଗତ କିଛି ମାସ ହେଲା ଦୂତୀ ତାଙ୍କ ମା କିମ୍ବା ପରିବାର ସହ କଥା ହେଉନାହାନ୍ତି ଏବଂ ପରିବାର ଠାରୁ ଦୂରେଇ ଯାଇଥିବା ତାଙ୍କ ମା ଅଭିଯୋଗ କରିଥିଲେ