୨୦୧୩ରେ ଲୀନା ମନିମେକଲଇ କହିଥିଲେ- ମୋଦୀ ପ୍ରଧାନମନ୍ତ୍ରୀ ହେଲେ 'I will surrender...', ଟୁଇଟ୍ ଭାଇରାଲ୍

Published By : Prameya-News7 Bureau | July 06, 2022 IST

ନୂଆଦିଲ୍ଲୀ: ନିଜର ପ୍ରାମାଣିକ ଚଳଚ୍ଚିତ୍ରର ପୋଷ୍ଟରରେ ମା କାଳୀଙ୍କୁ ଅପମାନ କରିବା ନେଇ ବିବାଦରେ ଚଳଚ୍ଚିତ୍ର ନିର୍ମାତା ଲୀନା ମନିମେକଲଇ। ମଦୁରାଇ ଜନ୍ମିତ ଏବଂ ଟରୋଣ୍ଟୋ ନିବାସୀ ମନିମେକଲଇଙ୍କ ବିରୋଧରେ ଭାରତରେ ଅନେକ ରାଜ୍ୟରେ ମାମଲା ରୁଜୁ ହୋଇଛି। ମା କାଳୀଙ୍କୁ କଦର୍ଥ କରିବା ମାମଲାରେ ଦେଶରେ ରାଜନୀତି ଆରମ୍ଭ ହୋଇ ଯାଇଛି। ଏବେ ମେକଲଇଙ୍କ ଏକ ପୁରୁଣା ଟୁଇଟ୍ ସାମ୍ନାକୁ ଆସିଛି। ଟୁଇଟ୍ ଦେଖିଲେ ଜଣା ପଡୁଛି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ କେତେ ଘୃଣା କରନ୍ତି। ଏପରିକି ଭାରତୀୟ ଭାବେ ତାଙ୍କର କେତେ ଆସ୍ଥା ଅଛି ତାଙ୍କ କାର୍ଯ୍ୟକଳାପରୁ ବାରି ହୋଇ ପଡୁଛି।

ମେକଲଇ ନିଜ ପ୍ରାମାଣିକ ଚଳଚ୍ଚିତ୍ରର ପୋଷ୍ଟରରେ ମା କାଳୀଙ୍କୁ ସିଗାରେଟ୍ ପିଉଥିବା ଏବଂ ଗୋଟିଏ ହାତରେ ଏଲଜିବିଟି ସଂପ୍ରଦାୟର ପତାକା ଧରାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବେ ଲୀନା ମେକଲଇଙ୍କ ୨୦୧୩ର ଏକ ପୁରୁଣା ଟୁଇଟ୍ ସାମ୍ନାକୁ ଆସିଛି। ସେଥିରେ ସେ ଲେଖିଛନ୍ତି ଯେ, ଯଦି ମୋ ଜୀବନକାଳ ଭିତରେ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ନିଜର ପାସପୋର୍ଟ, ରାସନକାର୍ଡ, ପାନ କାର୍ଡ ଜମା କରିବା ସହ ନାଗରିକତା ତ୍ୟାଗ କରିବେ। ଏ ପର୍ଯ୍ୟନ୍ତ କାହିଁକି ସେ ଏପରି କରି ନାହାନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଅନେକ ୟୁଜର୍ସ ତାଙ୍କୁ ପ୍ରଶ୍ନ କରିଛନ୍ତି।

wp:html /wp:html

୨୦୨୦ରେ କରିଥିବା ଅନ୍ୟ ଏକ ଟୁଇଟ୍‌ରେ ଚଳଚ୍ଚିତ୍ର ନିର୍ମାତା ମେକଲଇ ଲେଖିଛନ୍ତି, ରାମ ଭଗବାନ ନୁହନ୍ତି। ସେ କେବଳ ମାତ୍ର ଜଣେ ବିଜେପିର ଇଲେକ୍ଟ୍ରୋନିକ ଭୋଟିଂ ମେସିନ। ଏସବୁ ଟୁଇଟ୍‌କୁ ନେଇ ଲୀନା ମନିମେକଲଇଙ୍କୁ ଟାର୍ଗେଟ୍ କରାଯାଇଛି।

wp:html /wp:html

ତାଙ୍କର ବିବାଦୀୟ ପୋଷ୍ଟରକୁ ନେଇ ବିବାଦ ଜୋର ଧରିବା ଏବଂ ଭାରତୀୟ ଉଚ୍ଚାୟୋଗଙ୍କ ଘୋର ଆପତ୍ତି ପରେ ଟରୋଣ୍ଟୋ ଏବଂ କାନାଡା ପ୍ରଶାସନ ମେକଲଇଙ୍କ ଫିଲ୍ମର ସ୍କ୍ରିନିଂ ବାତିଲ୍ କରିଛନ୍ତି। ଟୋରୋଣ୍ଟୋ ୟୁନିଭର୍ସିଟି ଏବଂ ଆଗା ଖାନ ମ୍ୟୁଜିୟମ ଏହି ଘଟଣାରେ କ୍ଷମା ମାଗିଛନ୍ତି। କାରଣ ଏହି ଦୁଇଟି ସ୍ଥାନରେ ମା କାଳୀଙ୍କ ବିବାଦୀୟ ପୋଷ୍ଟର ରିଲିଜ୍ କରାଯାଇଥିଲା।

ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ର ଗୁରୁବାର କହିଥିଲେ ଯେ, ଲୀନା ମନିମେକଲଇଙ୍କ ପ୍ରାମାଣିକ ଚଳଚ୍ଚିତ୍ରକୁ ରାଜ୍ୟରେ ବ୍ୟାନ କରିବା ଉପରେ ବିଚାର କରନ୍ତୁ। ବିହାରରେ ଦୁଇଟି କୋର୍ଟରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯାଇଛି। ଏପରିକି ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.