କାହିଁକି ଋଷଭ ପନ୍ତଙ୍କୁ ଚାପୁଡା ମାରିବାକୁ ଚାହୁଁଛନ୍ତି କପିଲ ଦେବ ? ପୂର୍ବତନ ଅଧିନାୟକଙ୍କର ଆସିଲା ଏଭଳି ବୟାନ…
8/02/2023 at 5:06 PM

ନୂଆଦିଲ୍ଲୀ ୦୮।୦୨ : ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ । ଡିସେମ୍ବର ୩୦ରେ ଏକ ବଡ ଦୁର୍ଘଟଣାର ଶିକାର ହୋଇଛନ୍ତି ପନ୍ତ । ଏଥିରେ ମାତ୍ରାଧିକ ଆଘାତ ଲାଗିଛି । ବର୍ତ୍ତମାନ ଧିରେ ଧିରେ ସୁସ୍ଥ ହେଉଛନ୍ତି ପନ୍ତ । କିନ୍ତୁ ଅତି କମରେ ଏକ ବର୍ଷ ଯାଏଁ କ୍ରିକେଟରୁ ବାଦ ପଡିଛନ୍ତି ପନ୍ତ । ଯାହାପରେ ଏବେ ଟିମ ଇଣ୍ଡିଆ ପାଇଁ ବଢିଛି ସଙ୍କଟ । ବିଗିଡି ଯାଇଛି ମେନ ଇନ୍ ବ୍ଲ୍ୟୁର ସନ୍ତୁଳନ ।
ଏହାରି ମଧ୍ୟରେ ପନ୍ତଙ୍କୁ ନେଇ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ଦେଇଥିବା ବୟାନ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ପନ୍ତଙ୍କ ଦୁର୍ଘଟଣାରେ ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତ୍ରୀ କ୍ରିକେଟର କପିଲ ଦେବ ଜମା ବି ଖୁସି ନାହାନ୍ତି । କପିଲ ଦେବ କହିଛନ୍ତି ଯେ, ପନ୍ତ ଠିକ୍ ହେବା ପରେ ସେ ତାଙ୍କ ନିକଟକୁ ଯାଇ ପନ୍ତଙ୍କୁ ଚାପୁଡା ମାରିବେ ।
ବାସ୍ତବରେ କପିଲ ଦେବ କହିଛନ୍ତି ଯେ, ‘ମୁଁ ତାଙ୍କୁ ବହୁତ ଭଲ ପାଏ। ମୁଁ ଚାହୁଁଛି ସେ ଶୀଘ୍ର ସୁସ୍ଥ ହୁଅନ୍ତୁ ଏବଂ ଯେତେବେଳେ ସେ ସୁସ୍ଥ ହେବେ, ମୁଁ ଯାଇ ତାଙ୍କୁ ଜୋରରେ ଚାପୁଡ଼ା ମାରି କହିବି ଦେଖ, ତୁମର ଆଘାତ ଟିମ ଇଣ୍ଡିଆର ସନ୍ତୁଳନ ବିଗିଡି ଯାଇଛି । ତୁମେ ଶୀଘ୍ର ସୁସ୍ଥ ହୋଇଯାଅ । ଭଲପାଇବା ଏବଂ ସ୍ନେହ ତ ରହିଛି, କିନ୍ତୁ ରାଗ ମଧ୍ୟ ଆସୁଛି ଯେ, ଆଜିର ଯୁବକମାନେ ଏପରି ଭୁଲ କରନ୍ତି କାହିଁକି? ଏଥିପାଇଁ ଏକ ଚାପୁଡ଼ା ହେବା ଉଚିତ୍ ।
ତେବେ କପିଲ ଦେବ କଥାରୁ ଜଣା ଯାଇଛି ଯେ, ପନ୍ତଙ୍କ ବିନା ଟିମ ଇଣ୍ଡିଆ ମ୍ୟାନେଜମେଣ୍ଟ ନା କେବଳ ଓ୍ବିକେଟ କିପିଂରେ ବରଂ ମିଡିଲ ଅର୍ଡରରେ ବି ଖେଳାଳି ସନ୍ଧାନରେ ଅଛନ୍ତି । ତେବେ ପନ୍ତଙ୍କ ଭଳି ଆକ୍ରମଣାତ୍ମକ ଖେଳାଳି ଚୟନ କରିବା ଟିମ୍ ଇଣ୍ଡିଆ ପାଇଁ କାଠିକର ପାଠ ହେବ ।