ଦିନେ ବିଜେପି ବିରୋଧରେ କରୁଥିଲେ ବିରୋଧୀଙ୍କୁ ଏକଜୁଟ, ଆଜି କହିଲେ ମୋଦିଙ୍କ ହାତ ଛାଡିବିନି

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ ୭/୬: ଦିନେ ବିଜେପି ଓ ମୋଦିଙ୍କ ବିରୋଧରେ ବିରୋଧୀଙ୍କୁ ଏକଜୁଟ କରୁଥିଲେ । ହେଲେ ଆଜି ମୋଦିଙ୍କ ହାତ ଧରି କହିଛନ୍ତି କେବେ ଛାଡିବିନି । ପଲଟୁରାମ ନାମରେ ଜଣାଶୁଣା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଇଣ୍ଡିଆ ମେଣ୍ଟକୁ ଛାଡି ବିଜେପି ସହ ହାତ ମିଶାଇଛନ୍ତି । ଶୁକ୍ରବାର ଏନଡିଏ ଦଳ ବୈଠକରେ ବଡ କଥା କହିଛନ୍ତି ନୀତିଶ କୁମାର । ବୈଠକରେ ସମ୍ବୋଧନ କରି ନୀତିଶ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି । ଆଉ ଏପଟେ କେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛାଡିବେନି ବୋଲି ପ୍ରତିଶୃତି ବି ଦେଇଛନ୍ତି । 

ବୈଠକ ଆରମ୍ଭରେ ନୀତିଶ ମୋଦିଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ । ହେଲେ ମୋଦି ତାଙ୍କ ହାତକୁ ଧରିନେବାରୁ ସେହି ଅବସ୍ଥାରେ ସେ ଆଶୀର୍ବାଦ ନେଇଛନ୍ତି । ନୀତିଶ ଆହୁରି କହିଛନ୍ତି ବିରୋଧୀଙ୍କର ଦେଶ ପ୍ରତି କିଛି ଅବଦାନ ନାହିଁ ।  ଚଳିତ ନିର୍ବାଚନରେ ବିଜେପିକୁ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳୁନଥିବାରୁ ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ଗୁରୁତ୍ବ ଏନ୍‌ଡିଏରେ ବଢିଯାଇଛି । ବିଜେପି ଏଥର ନୀତିଶ ଓ ଚନ୍ଦ୍ରବାବୁ ନାଇଡୁଙ୍କ ସମର୍ଥନରେ କେନ୍ଦ୍ରରେ ସରକାର ଗଠନ କରିବ । ଏବେ ବିଜେପିକୁ ସମର୍ଥନ କରୁଥିବା ନୀତିଶ ପୁଣି ପର ମୁହୂର୍ତ୍ତରେ ପଲଟିଯିବାର ଆଶଙ୍କାଙ୍କୁ ଏଡାଇ ଦିଆଯାଇନପାରେ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.