'ସାନ ପୁଅ ୨୦୨୪ରେ ଜଟଣୀରୁ ଲଢିବ, ୨୦୨୯ରେ ବଡ଼ ପୁଅ  ଲୋକସଭା ପ୍ରାର୍ଥୀ ହେବ, କଂଗ୍ରେସ ଛାଡ଼ିବାର ପ୍ରଶ୍ନ କେଉଁଠୁ ଉଠୁଛି'

Published By : Prameya-News7 Bureau | July 08, 2023 IST

ଭୁବନେଶ୍ଵର: କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ବିଜେଡି ପ୍ରୀତି ରହିଛି ବୋଲି କିଛି ଖବର କାଗଜରେ ପ୍ରକାଶ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ସୁରେଶ ରାଉତରାୟ।  ସେ କହିଛନ୍ତି ମହତାବଙ୍କ ନିର୍ଦ୍ଦେଶକ୍ରମେ ମୁଁ କଂଗ୍ରେସ ଯୋଗ ଦେଇଥିଲି। ବିରୋଧୀ କେତେ ଲୋଭ ଦେଖାଇବା ପରେ ମଧ୍ୟ ମୁଁ କଂଗ୍ରେସ ରହିଛି। ମୁଁ ନିର୍ବାଚନରେ ହାରିଲେ କି ଜିତିଲେ ସବୁବେଳେ ଦଳ ସହ ରହିଛି ଓ କାମ କରିଛି।  ମୋର କଂଗ୍ରେସ ଦଳ ଛାଡିବାର ନାହିଁ। ମୁଁ ପଞ୍ଚିଥିବା ପର୍ଯନ୍ତ ମୋ ପୁଅମାନେ କଂଗ୍ରେସ ଦଳରୁ ଲଢ଼ିବେ ବୋଲି ସୁରରାଉତ ରାୟ  କହିଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ଏକାମ୍ର ଭୂମିପୂଜନ ଉତ୍ସବରେ ଅଭିମାନ କଲେ ସୁର, ମାନଭଞ୍ଜନ କଲେ ମେୟର

/wp:heading

ବଡ ପୁଅ ସିଦ୍ଧାର୍ଥଙ୍କୁ ମୁଁ ୨୦୨୯ ନିର୍ବାଚନରେ ଲୋକସଭା ପ୍ରାର୍ଥୀ କରିବି। ସାନ ପୁଅ କଂଗ୍ରେସ ଦଳରୁ ଜଟଣୀରେ ଠିଆ ହେବ। ଯେଉଁ ମାନେ ମୋ ବିରୁଦ୍ଧରେ ଏଭଳି ମିଥ୍ୟା ଖବର ପରିବେଷଣ କରୁଛନ୍ତି ତାଙ୍କୁ ଜଟଣୀ ଓ ଭୁବନେଶ୍ୱରବାସୀ ଠିକ ଉତ୍ତର ଦେବେ ବୋଲି କଂଗ୍ରେସର ଏହି ବର୍ଷୀୟାନ ନେତା କହିଛନ୍ତି।

{"id":814473,"sizeSlug":"full","linkDestination":"none"}

ଦେଶରେ ଓଡ଼ିଶାର ଶିକ୍ଷାର ମାନ କମିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ସରକାର ଖାଲି ସ୍କୁଲ ଏବଂ କଲେଜର ରୂପାନ୍ତର କରୁଛନ୍ତି ରଙ୍ଗ ଲଗାଉଛନ୍ତି। କିନ୍ତୁ ବିଦ୍ୟାଳୟରେ ନା ଶିକ୍ଷକ ଅଛନ୍ତି ନା ଶିକ୍ଷୟତ୍ରୀ।  ଏହା ସହ ମହାବିଦ୍ୟାଳୟ ଗୁଡିକରେ ମଧ୍ୟ ଅଧ୍ୟାପକଙ୍କ ଅଭାବ ରହିଛି। ରାଜ୍ୟର ଶିକ୍ଷା ମାନ ୧୪ ରୁ ୨୪ ନମ୍ବରକୁ ଖସି ଆସିଛି। ସରକାର ଦିଗରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସୁରରାଉତ ରାୟ କହିଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ନିଜ ଲେଖାରେ ରାଜ୍ୟ ସରକାରଙ୍କୁ ସୌମ୍ୟ ପଟ୍ଟନାୟକଙ୍କ ତେରଚ୍ଛା ବାଣ, ରାଜନୀତିରେ ହଇଚଇ

/wp:heading

ଗତକାଲି ରାଜ୍ୟ କଂଗ୍ରେସ ଭବନରେ ପ୍ରଚାର କମିଟି ବୈଠକ ବସିଥିଲା। ବୈଠକ ବସିବା ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି କଂଗ୍ରେସ ସୁଦୃଫ କରିବା ପାଇଁ ଅନେକ କାଯ୍ୟସୂଚୀ ସ୍ଥିର କରାଯାଇଛି। ପ୍ରତ୍ୟେକ ବ୍ଲକରେ ଜନତାମାନଙ୍କ ପାଖକୁ କଂଗ୍ରେସ ନେତା ଯିବେ। ଚାଷୀ ଆତ୍ମହତ୍ୟା, ବେକାରୀ ସମସ୍ୟା, ଦରଦାମ ବୃଦ୍ଧି ଏଭଳି ଅନେକ ପ୍ରସଙ୍ଗ ନେଇ ଜନତାଙ୍କ ପାଖକୁ ଯିବ କଂଗ୍ରେସ।  ଏହା ସହ ଲୋକମାନଙ୍କର ଉନ୍ନତି ପାଇଁ କଂଗ୍ରେସ କରିଥିବା ଲୋକାଭିମୁଖୀ ଜନକଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ଲୋକମାନଙ୍କୁ ଅବଗତ କରାଇବୁ।  ପ୍ରତି ଜିଲ୍ଲାସ୍ତରରେ ମଧ୍ୟ ଗୋଟିଏ ଗୋଟିଏ କମିଟି ଗଠନ କରାଯିବ। ଅକ୍ଟୋବର ମାସରେ ଏକ ବଡ ସମ୍ମିଳନୀର ଆୟୋଜନ ହେବ ବୋଲି ସୁର  କହିଛନ୍ତି।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.