ଜେଲରେ ମୋତେ ଦୁର୍ବ୍ୟବହାର କରିବା ସହ ମାଡ଼ ମରାଯାଉଥିଲା: ମରାଠି ଅଭିନେତ୍ରୀ କେତକୀ ଚିତାଲେ

Published By : Prameya-News7 Bureau | July 01, 2022 IST

ମୁମ୍ବାଇ: ଏନ୍‌ସିପି ନେତା ଶରଦ ପାୱାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ଜେଲ୍ ଭୋଗିଥିବା ମରାଠି ଅଭିନେତ୍ରୀ କେତକୀ ଚିତାଲେ ଥାନାରେ ତାଙ୍କ ସହିତ ଘଟଣାର ଖୁଲାସା କରିଛନ୍ତି। ପୁଲିସ କଷ୍ଟୁଡିରେ ଥିବା ବେଳେ ସେ ଦୁର୍ବ୍ୟବହାର ଶିକାର ହେବା ସହ ମାଡ଼ ଖାଇଛନ୍ତି।

କେତକୀ କହିଛନ୍ତି “ ବେଆଇନ୍ ଭାବେ ମୋତେ ମୋ ଘରୁ ଉଠାଇ ନିଆଯାଇଥିଲା। ବିନା ଆରେଷ୍ଟ ୱାରେଣ୍ଟ ଓ ନୋଟିସରେ ମୋତେ ଜେଲ୍ ଭିତରେ ରଖାଯାଇଥିଲା। କିନ୍ତୁ ମୁଁ ଜାଣିଥିଲେ ଯେ ମୁଁ କୌଣସି ବେଆଇନ କାର୍ଯ୍ୟ କରିନାହିଁ। ମୁଁ ଠିକ୍ ଥିଲା। ତେଣୁ ମୁଁ ଏହାର ସାମ୍ନା କରିପାରିଥାନ୍ତି।”

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ କେତକୀ ଚିତାଲେ କହିଛନ୍ତି “ ମୁଁ ଦୁର୍ବ୍ୟବାହର  ଶିକାର ହୋଇଛି। ମୋତେ ମାଡ଼ି ବି ମରାଯାଇଛି। କାଳି ବୋଲି କହି ମୋତେ ବିଷାକ୍ତ କଳା ରଙ୍ଗା ଫିଙ୍ଗାଯାଇଥିଲା।”

ଫେସବୁକରେ ପୋଷ୍ଟରେ ଶରଦ ପାୱାରଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ କେତକୀ ଚିତାଲେ। ପରେ ଜୁନ ୨୨ ତାରିଖରେ ଥାନେ କୋର୍ଟରୁ ତାଙ୍କୁ ଜାମିନ ମିଳିଥିଲା।

ତେବେ ସେ ବେଲ୍‌ରୁ ବାହାରିଛି। ଏବେ ବି ଯୁଦ୍ଧ ଜାରି ରହିଛି ବୋଲି କେତକୀ କହିଛନ୍ତି। ତାଙ୍କ ବିରୋଧରେ ୨୨ଟି ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ଗୋଟିକରେ ତାଙ୍କୁ ବେଲ୍ ମିଳିଛି ବୋଲି କେତକୀ କହିଛନ୍ତି।

ସୂଚନା ଥାଉକି ଫେସ୍‌ବୁକ ପୋଷ୍ଟ ଯୋଗୁ ଚଳିତ ବର୍ଷ ମେ ୧୪ ତାରିଖରେ ପୁଲିସ କେତକୀଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ଧାରା ୫୦୫(୨), ୫୦୦,୫୦୦୧ ଓ ୧୫୨ଏ ଲାଗୁ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.