ମୋ ପାର୍ଟିର ଲୋକେ ହିଁ ମୋ ଉପରେ ଆକ୍ରମଣ କରିଥିଲେ, କଂଗ୍ରେସରେ ନିର୍ବାଚନକୁ ନେଇ ଜବାବ ଦେଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | March 02, 2021 IST

ନୂଆଦିଲ୍ଲୀ ୦୨।୦୩: ସାଙ୍ଗଠନିକ ନିର୍ବାଚନକୁ ନେଇ ପାର୍ଟିର ୨୩ ନେତାଙ୍କ ପକ୍ଷରୁ ଉଠାଯାଉଥିବା ପ୍ରଶ୍ନ ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପାର୍ଟିରେ ଗଣତନ୍ତ୍ରକୁ ନେଇ ନିଜର ଜବାବ ରଖିଛନ୍ତି। ସେ କହିଛନ୍ତି, ପାର୍ଟି ଭିତରେ ଗଣତାନ୍ତ୍ରିକ ନିର୍ବାଚନକୁ ସେ ଗୁରୁତ୍ଵପୂର୍ଣ୍ଣ ମାନନ୍ତି। ମାତ୍ର ସେ ଆଚମ୍ବିତ ପ୍ରକାଶ କରିଛନ୍ତି ଯେ, ବିଜେପି,  ବିଏସପି କିମ୍ବା ସମାଜବାଦୀ ପାର୍ଟିକୁ ପ୍ରଶ୍ନ କରାଯାଏ ନାହିଁ ଯେ ତାଙ୍କ ପାର୍ଟିରେ ଗଣତନ୍ତ୍ର ଅଛି ନା ନାହିଁ।

ରାହୁଲ ଗାନ୍ଧୀ ଆମେରିକାର କର୍ଣ୍ଣେଲ ୟୁନିଭର୍ସିଟିର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇ ପାର୍ଟିରେ ଗଣତନ୍ତ୍ର ପ୍ରସଙ୍ଗ ଉପରେ ଜବାବ ଦେଇଛନ୍ତି। ରାହୁଲ କହିଛନ୍ତି ମୁଁ ପ୍ରଥମ ବ୍ୟକ୍ତି ଯିଏ ଯୁବ ସଂଗଠନ ଓ ଛାତ୍ର ସଂଗଠନ ନିର୍ବାଚନ କରାଇଛି, ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମାଡପିଟ୍ ମଧ୍ୟ ହୋଇଛି। ନିର୍ବାଚନ କରାଇଥିବା ଯୋଗୁଁ ମୋତେ କ୍ରୁସ ଉପରେ ଚଢାଯାଇଥିଲା। ମୋ ଉପରେ ହିଁ ମୋ ପାର୍ଟିର ଲୋକେ ହମଲା କରିଥିଲେ।

ରାହୁଲ କହିଛନ୍ତି, ମୁଁ ପ୍ରଥମ ବ୍ୟକ୍ତି ଯିଏ ପାର୍ଟି ଭିତରେ ଗଣତାନ୍ତ୍ରିକ ନିର୍ବାଚନକୁ ବହୁତ ମହତ୍ଵ  ଦେଇଥାଏ। କିନ୍ତୁ ମୋ ପାଇଁ ଏହା ବହୁତ ରୋଚକ କଥା ଯେ, ଏହି ପ୍ରଶ୍ନ ଦେଶର ଅନ୍ୟ କୌଣସି ରାଜନୈତିକ ପାର୍ଟିକୁ ପଚରା ଯାଏ ନାହିଁ। କେହି ଏହା ମଧ୍ୟ ପ୍ରଶ୍ନ କରନ୍ତି ନାହିଁ ଯେ, ବିଜେପି, ବିଏସପି ଓ ସମାଜବାଦୀ ପାର୍ଟିରେ ଗଣତନ୍ତ୍ର ଅଛି କି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.