କୋଲକାତା: ବିଜେପି ବିରୋଧରେ ମେଣ୍ଟ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜୋର୍ସୋର୍ରେ ଲାଗିପଡ଼ିଛନ୍ତି। ୨୦୨୪ ଲୋକସଭା ନିର୍ବଚାନରେ ବିଜେପି ବିରୋଧୀଙ୍କୁ ଏକାଠି କରିବାକୁ ଆଜି ନୀତୀଶ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ କୋଲକାତା ଯାଇ ମମତାଙ୍କୁ ଭେଟିଛନ୍ତି ନୀତୀଶ।
ବୈଠକ ପରେ ୩ ନେତା ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଆଲୋଚନା ସକ୍ରିୟ ରହିଲା ବୋଲି କହିଥିଲେ। ମିଡିଆଙ୍କୁ ସମ୍ବୋଧନ କରି ନୀତୀଶ କହିଥିଲେ “ ଆସନ୍ତା ସଂସଦ ନର୍ବାଚନ ପାଇଁ ସବୁ ପାର୍ଟି ଏକାଠି ହୋଇ ପ୍ରସ୍ତୁତ କରିବାକୁ ଆଲୋଚନା ହେଲା। ଆଗାମୀ ଦିନରେ ଯାହା ହେବ ତାହା ଦେଶରେ ହୀତରେ ହେବ। ବର୍ତ୍ତମାନ ଯେଉଁମାନେ ଶାସନ କରୁଛନ୍ତି, ନିଜ ପ୍ରଚାର ଛଡ଼ା ସେମାନଙ୍କ ପାଖରେ ଆଉ କିଛି କାମ ନାହିଁ। ଦେଶର ବିକାଶ ପାଇଁ କିଛି ବି କରାଯାଇ ନାହିଁ।”
ଅନ୍ୟପଟେ ମମତା କହିଛନ୍ତି “ ମୁଁ ନୀତୀଶ କୁମାର ଗୋଟିଏ ମାତ୍ର ଅନୁରୋଧ କଲି। ଜୟପ୍ରକାଶ ଜୀଙ୍କ ଆନ୍ଦୋଳନ ବିହାରରୁ ହୋଇଥିଲା। ଯଦି ଆମେ ବିହାରରେ ଏକ ସର୍ବଦଳୀୟ ବୈଠକ କରିବା ତେବେ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେଇହେବ। କିନ୍ତୁ ପ୍ରଥମେ ଆମେ ଏକ ବୋଲି ଏକ ମେସେଜ୍ ଦେବାକୁ ପଡ଼ିବ। ମୁଁ ପୂର୍ବରୁ ହିଁ କହିଛି ମୋର କୌଣସି ସମସ୍ୟା ନାହିଁ। ମୁଁ ବିଜେପିକୁ ଶୂନ କରିଦେବାକୁ ଚାହେଁ। ମିଛ ଓ ମିଡିଆ ସମର୍ଥନରେ ସେମାନେ ହିରୋ ହେଉଛନ୍ତି। ଆମେ ଏକାଠି ଚାଲିବୁ। ଆମ ଭିତରେ ବ୍ୟକ୍ତିଗ ଗର୍ବ ନାହିଁ। ଆମ ସଂଗଠନାତ୍ମକ ଭାବେ ଏକାଠି କାମ କରିବାକୁ ଚାହୁଁଛୁ।”
ସୂଚନା ଥାଉକି ନୀତୀଶ କୁମାର ଓ ତେଜସ୍ୱୀ ଯାଦବ ଅଖିଳେଶ ଯାଦବଙ୍କୁ ଭେଟିବାର ନେଇ ମଧ୍ୟ ସୂଚନା ରହିଛି। ସନ୍ଧ୍ୟା ୫ଟାରେ ଲକ୍ଷ୍ନୌରେ ସେମାନେ ଅଖିଳେଶଙ୍କୁ ଭେଟିପାରନ୍ତି।
ନିକଟରେ ନୀତୀଶ କୁମାର ଦିଲ୍ଲୀରେ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଆଲୋଚନା କରିଥିଲେ। ଏକାଧିକ ଦଳକୁ ଏକାଠି କରିବାକୁ ଚେଷ୍ଟା କରୁଛୁ ବୋଲି ନୀତୀଶ କହିଥିଲେ।