ଦିଲ୍ଲୀରେ ମୁଁ ଯେଉଁଭଳି ସରକାର ଚଳାଉଛି ମୋତେ ନୋବେଲ୍ ପୁରସ୍କାର ମିଳିବା ଉଚିତ୍: ଅରବିନ୍ଦ କେଜରିୱାଲ୍

Published By : Prameya-News7 Bureau | February 25, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବିଲ୍ ନେଇ ବିକ୍ଷୋଭ କରୁଥିବା ଆମ୍‌ ଆଦ୍‌ମୀ ପାର୍ଟି ନେତା ଓ କର୍ମୀଙ୍କୁ ସମ୍ବୋଧନ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ବିଜେପିକୁ ବିରୋଧ କରି ରାଜଧାନୀ କେଜରିୱାଲ୍ କହିଛନ୍ତି ଯେ ଦିଲ୍ଲୀରେ କେତେ କଷ୍ଟରେ ମୁଁ ସରକାର ଚଳାଉଛି, ଏଥିପାଇଁ ମୋତେ ନୋବେଲ୍ ପ୍ରାଇଜ୍ ମିଳିବା କଥା। ବିଜେପିକୁ କଟାକ୍ଷ କରି ଏପରି କହିଛନ୍ତି କେଜରିୱାଲ୍।

ସେ କହିଛନ୍ତି “ ବିଜେପି ଦିଲ୍ଲୀରେ ସ୍କୁଲ୍ ଓ ହସ୍‌ପିଟାଲ୍ ତିଆରି କରିବାକୁ ଦେଉ ନାହିଁ। ସେମାନଙ୍କ ପିଲା ଯେଉଁ ଶିକ୍ଷା ପାଉଛନ୍ତି, ଗରିବ ପିଲାଟି ବି ସେହିଭଳି ଶିକ୍ଷା ପାଉ ଏସବୁ ସେମାନେ ଚାହୁଁ ନାହାନ୍ତି। କେବଳ ମୁଁ ଜାଣିଛି ଯେ ଦିଲ୍ଲୀରେ ମୁଁ କିଭଳି ସରକାର ଚଳାଉଛି। ମୋତେ ନୋବେଲ୍ ପୁରସ୍କାର ମିଳିବା ଦରକାର। ହେଲେ ମୋ ନୋବେଲ୍ ତ ଆପଣମାନେ(ଜନତା)”

wp:html /wp:html

ବକେୟା ଜଳ ବିଲ୍ ପୈଠକ ନେଇ ଦିଲ୍ଲୀ ସରକାର ‘ୱାନ୍‌ ଟାଇମ୍ ସେଟଲମେଣ୍ଟ’ ନିୟମ ଆଣିବାକୁ ଚାହୁଁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଭୟରେ ସରକାରୀ ଅଫିସରମାନେ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶର ପାଳନ କରୁ ନଥିବାରୁ ଆଇନ୍ ଆସିପାରୁ ନାହିଁ ବୋଲି କେଜରିୱାଲ୍ କହିଛନ୍ତି।  

ପଢ଼ନ୍ତୁ-ଲୋକସଭା ନିର୍ବାଚନକୁ ନେଇ ବିଜେପି ମୁଖ୍ୟାଳୟରେ ବଡ଼ ବୈଠକ, ଖୁବ ଶୀଘ୍ର ପ୍ରାର୍ଥୀଙ୍କ ପ୍ରଥମ ସୂଚୀ ଜାରି କରିବ

ସେ କହିଛନ୍ତି  “ଦିଲ୍ଲୀ ଜଳବୋଡ଼ ଯୋଜନା ପାସ୍ ହୋଇଛି। ବର୍ତ୍ତମାନ ଏହା କ୍ୟାବିନେଟ୍ ମୋହର ଲାଗିବାର ଅଛି। ହେଲେ ଯୋଜନାକୁ ଅଟକାଇ ରଖିବାକୁ ବିଜେପି ଦିଲ୍ଲୀ ଏଲ୍‌ଜିଙ୍କୁ କହିଛି। ସୌରଭ ଭରଦ୍ୱାଜ ଓ ଅତିଶୀ ଅଫିସରଙ୍କୁ ଡାକିବାରୁ ସେମାନେ ଧମକ ଦିଆଯାଇଛି ବୋଲି ଅଫିସର କହୁଛନ୍ତି। ଯଦି ଯୋଜନା ପାସ୍ ହୁଏ ଆମକୁ ନିଲମ୍ବିତ କରାଯିବ ବୋଲି ଆମକୁ ଧମକ ମିଳିଥିବା ଅଫିସରମାନେ କହିଛନ୍ତି। ସତୈନ୍ଦ୍ର ଜୈନ୍ ଓ ମନୀଷ ସିସୋଦିଆଙ୍କ ଭଳି ଇଡି ଓ ସିବିଆଇରେ ମିଛ କେସ୍‌ରେ ଫସାଇ ଜେଲ୍‌ରେ ପୂରାଇ ଦିଆଯିବ ବୋଲି ଅଫିସରଙ୍କୁ ଧମକ ଦିଆଯାଇଛି।”

ଏହା ପୂର୍ବରୁ  ଦିଲ୍ଲୀବାସୀଙ୍କୁ ମିଳିଥିବା ବର୍ଦ୍ଧିତ ଜଳ ବିଲ୍ ନ ଦେବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଥିଲେ ଅରବିନ୍ଦ କେଜରିୱାଲ୍। ବିଲ୍‌କୁ ଚିରି ଫିଙ୍ଗିଦେବାକୁ କେଜରିୱାଲ୍ କହିଥିଲେ। ସୂଚନା ଥାଉକି ଦଲ୍ଲୀରେ ବର୍ଦ୍ଧିତ ଜଳ ବିଲ୍‌ ନେଇ ଆପ୍ ନେତାମାନେ କେନ୍ଦ୍ରକୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି। ବକେୟ ଜଳ ବିଲ୍‌ ଦେବାକୁ ଆପ୍ ୱାନ୍‌ ଟାଇମ୍ ସେଟଲ୍‌ମେଣ୍ଟ ଦାବି କରିଛି। ଏନେଇ ଦିଲ୍ଲୀ ବିଧାନସଭାରେ ପ୍ରସ୍ତାବ ମଧ୍ୟ ପାରିତ ହୋଇସାରିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.