ବ୍ରିଜଭୂଷଣଙ୍କ ବିରୋଧରେ ଅନ୍ତର୍ଜାତୀୟ ରେଫ୍ରୀଙ୍କ ବିସ୍ଫୋରକ ବୟାନ; 'ମୁଁ ଦେଖିଛି, ନାବାଳିକା କୁସ୍ତିଯୋଦ୍ଧାଙ୍କ ଶରୀରକୁ ସେ ଛୁଇଁଥିଲେ, ମୁହଁପୋତି ପଳାଇଥିଲେ ଖେଳାଳି'

Published By : Prameya-News7 Bureau | June 09, 2023 IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ କୁସ୍ତିଯୋଦ୍ଧା ଆନ୍ଦୋଳନ ନୂଆ ମୋଡ଼ । ମହିଳା କୁସ୍ତିଯୋଦ୍ଧା ଯୌନ ଶୋଷଣ ମାମଲାର ଘଟଣାକ୍ରମ ସାମ୍ନାକୁ ଆସିଛି । ବିଜେପି ସାଂସଦ ତଥା କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କ ବିରୋଧରେ ମୁହାଁ ଖୋଲିଲେ ଅନ୍ତରାଷ୍ଟ୍ରୀୟ ରେଫ୍ରୀ ଜଗବୀର ସିଂହ । ବ୍ରିଜଭୂଷଣ ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କୁ ଆପତ୍ତିଜନକ ଭାବେ ଛୁଇଁଥିଲେ ବୋଲି ସେ ସ୍ବିକାର କରିଛନ୍ତି । ମହିଳା କୁସ୍ତିଯୋଦ୍ଧା ଏହାକୁ ବିରୋଧ କରିବା ସହିତ ନିଜକୁ ତାଙ୍କ ଠାରୁ ଦୂରେଇ ନେବାକୁ ଚେଷ୍ଟା କରିଥିଲେ ।  ଯୌନ ଶୋଷଣ ମାମଲାରେ ପୋଲିସ ଜେରା କରିଥିବା ୧୨୫ ସାକ୍ଷୀଙ୍କ ମଧ୍ୟରୁ ଅନ୍ତର୍ଜାତୀୟ ରେଫ୍ରୀ ଜଗବୀର ସିଂହ ଅନ୍ୟଜଣେ ବୋଲି କୁହାଯାଉଛି ।

wp:embed {"url":"https://www.prameyanews7.com/black-day-in-the-history-of-us-we-are-going-down-fast-as-a-country-says-donald-trump/","type":"wp-embed","providerNameSlug":"prameya-news-7"}
https://www.prameyanews7.com/black-day-in-the-history-of-us-we-are-going-down-fast-as-a-country-says-donald-trump/
/wp:embed

କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହକୁ ଗିରଫ ପାଇଁ ଅଧିକାଂଶ ଅଲିମ୍ପିକ୍ ପଦକ ବିଜେତା ଅଡ଼ିବସିଛନ୍ତି । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ୍  ଏବଂ ବିନେଶ ଫୋଗାତଙ୍କ ଜୋରଦାର ବିରୋଧ ପ୍ରଦର୍ଶନ ପରେ ଦିଲ୍ଲୀ ପୋଲିସ ଅପ୍ରେଲ ମାସରେ ଦୁଇଟି ମାମଲା ରୁଜୁ କରିଛି ।

ବ୍ରିଜ୍ ଭୂଷଣ ସରଣ ସିଂହଙ୍କ ବିରୋଧରେ ୬ଜଣ ମହିଳା କୁସ୍ତିଯୋଦ୍ଧା FIR ରୁଜୁ କରିଥିଲେ । ଗତବର୍ଷ ମାର୍ଚ୍ଚ ମାସରେ ଲକ୍ଷ୍ନୌରେ ଏସିଆନ୍ ଚାମ୍ପିଅନସିପ୍ ଟ୍ରାଏଲ ଶେଷରେ ଫଟୋସେସନ୍ ପାଇଁ ସମସ୍ତେ ବ୍ୟସ୍ତଥିବା ବେଳେ ଏହି ସମୟରେ ବ୍ରିଜଭୂଷଣ ନାବାଳିକା କୁସ୍ତିଯୋଦ୍ଧାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନକୁ ହାତ ମାରିଥିଲେ । ଯାହା ପରେ କୁସ୍ତି ଯୋଦ୍ଧା ଜଣଙ୍କ ମୁହଁପୋତି ସେଠାରୁ ଚାଲିଯାଇଥିଲେ । ଅନ୍ତର୍ଜାତୀୟ ରେଫ୍ରୀ ଜଗବୀର ସିଂହ ପୋଲିସର ଜେରା ବେଳେ ଏଭଳି କିଛି କହିଛନ୍ତି ।

wp:embed {"url":"https://www.prameyanews7.com/woman-starves-herself-to-22kg-for-husband-who-said-she-had-plump-cheeks/","type":"wp-embed","providerNameSlug":"prameya-news-7"}
https://www.prameyanews7.com/woman-starves-herself-to-22kg-for-husband-who-said-she-had-plump-cheeks/
/wp:embed

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜଗବୀର ସିଂହ କହିଛନ୍ତି, ଫଟୋସେନ ବେଳେ ନାବାଳିକା ପାଖରେ ଛିଡ଼ା ହୋଇଥିଲା । ବ୍ରିଜଭୂଷଣ ଏପରି ଅଭଦ୍ରାମୀ ବ୍ୟବହାର କରିବା ପରେ ମହିଳା କୁସ୍ତିଯୋଦ୍ଧା ନିଜକୁ ଠାରୁ ଦୂରେଇବାକୁ ଚେଷ୍ଟା କରିଥିଲେ । ପରେ ରାଷ୍ଟ୍ରପତିଙ୍କ ନିକଟରେ ଛିଡ଼ା ହୋଇଥିଲେ । ମହିଳାଙ୍କ ସହିତ କିଛି ଠିକ୍ ହୋଇନାହିଁ ବୋଲି ରେଫ୍ରୀ କହିଛନ୍ତି । ଏସବୁ ମୁଁ ପାଖରେ ଛିଡ଼ା ହୋଇ ଦେଖିଛି । ମହିଳା ଯୌନ ଶୋଷଣ ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୧୨୫ଜଣ ସାକ୍ଷୀଙ୍କୁ ଜେରା କରିଛି । ଏମାନଙ୍କ ମଧ୍ୟରେ ବ୍ରିଜଭୂଷଣଙ୍କ ସମ୍ପର୍କୀୟ ମଧ୍ୟ ରହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.