oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ମୁଁ ଆଇପିଏଲ ତିଆରି କଲି, ମୋ ନାମକୁ ବ୍ୟାନ କରି ଦେଲେ, ମିଡିଆ ରାଇଟ୍ସ ନିଲାମକୁ ନେଇ ଏମିତି କହିଲେ ଲଳିତ ମୋଦୀ

14/06/2022 at 9:38 PM

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଉପରେ ଯଦି ଆଲୋଚନା କରାଯିବ ତେବେ ଲଳିତ ମୋଦୀ ଚର୍ଚ୍ଚାରେ ନ ଆସିବେ ତାହା ବହୁତ କମ ଘଟିଥିବ । ମିଡିଆ ରାଇଟ୍ସ(ଗଣମାଧ୍ୟମ ଅଧିକାର) ନିଲାମ କାରଣରୁ ଆଇପିଏଲ ସଂପ୍ରତି ଚର୍ଚ୍ଚାରେ ରହିଛି । ଏଥିରୁ ବିସିସିଆଇ ୪୮ ହଜାର କୋଟି ଟଙ୍କା ଆୟ କରିଛି । ଏ ସଂପର୍କରେ ସାମାଜିକ ଗଣମାଧ୍ୟମରେ ଆଲୋଚନା ହେବାରୁ ଆଇପିଏଲର ଜନକ କୁହାଯାଉଥିବା ଲଳିତ ମୋଦୀ ନିଜର ରାୟ ରଖିଛନ୍ତି ।
ଲଳିତ ମୋଦୀ ଟୁଇଟ୍ କରି କହିଛନ୍ତି, ମୋ ନାମକୁ ମଧ୍ୟ ବ୍ୟାନ କରି ଦିଆଗଲା । କମେଣ୍ଟ୍ରି ସମୟରେ ଥରୁଟିଏ ବି ମୋ ନାମ ନିଆଗଲା ନାହିଁ । ସେମାନଙ୍କ ଭିତରେ ଭୟ ରହିଛି କାରଣ ଏହାକୁ ତିଆରି କରିବାରେ ସେମାନେଙ୍କ ଅବଦାନ କିଛି ନାହିଁ । ମୋତେ ଏଥିରେ କିଛି ଫରକ ପଡେ ନାହିଁ । ଏହା ଏକ ଛୋଟ ମାନସିକତା । କିନ୍ତୁ ତଥ୍ୟକୁ ବଦଳା ଯାଇ ପାରିବ ନାହିଁ ଯେ, ଆଇପିଏଲ ମୁଁ ଆରମ୍ଭ କରିଥିଲି । ମୋ ପାଇଁ ଏହା ପର୍ଯ୍ୟାପ୍ତ ବୋଲି ଲଲୀତ ମୋଦୀ କହିଛନ୍ତି।

ଉଲ୍ଲେଖନୀୟ ଲଳିତ ମୋଦୀ ଏହି ଜବାବ ଏକ ଟୁଇଟକୁ ନେଇ ଦେଇଛନ୍ତି । ଉକ୍ତ ଟୁଇଟରେ ଲେଖା ହୋଇଛି ଯେ, ବିସିସିଆଇକୁ ଲଳିତ ମୋଦୀଙ୍କୁ ଧନ୍ୟବାଦ ଜଣାଇବା ଉଚିତ୍ । କାରଣ ତାଙ୍କ ବିନା ଏହା ସମ୍ଭବ ହୋଇ ପାରିନଥାନ୍ତା । ଲଳିତ ମୋଦୀ ସେହି ଲୋକଙ୍କ ମଧ୍ୟରେ ଜଣେ ଯିଏ ଆଇପିଏଲ ଆରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଲଳିତ ମୋଦୀ ପ୍ରଥମ ଆଇପିଏଲର ଚେୟାରମ୍ୟାନ ଥିଲେ ଏବଂ ତାଙ୍କ ନେତୃତ୍ୱରେ ଆଇପିଏଲର ଶୁଭାରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ତାଙ୍କର ବିସିସିଆଇ ସହ ସଂପର୍କ ବିଗିଡିଥିଲା । ତାଙ୍କ ଉପରେ ଅନେକ ସଙ୍ଗୀନ ଅଭିଯୋଗ ଲାଗିଥିଲା । ଲଳିତ ମୋଦୀ ଦୀର୍ଘ ସମୟରୁ ଦେଶରୁ ବାହାରେ ଅଛନ୍ତି ।

ଯଦି ଆଇପିଏଲ ଗଣମାଧ୍ୟମ ଅଧିକାର ଉପରେ ନଜର ପକାଇବା ତେବେ ବିସିସିଆଇ ଆଇପିଏଲ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ବିକ୍ରି କରିଛି। ଏଥିରୁ ବିସିସିଆଇକୁ ମିଳିଛି ୪୮ ହଜାର କୋଟିରୁ ଅଧିକ ଟଙ୍କା । ଏଥର ଷ୍ଟାର ଟିଭି ରାଇଟ୍ସ କିଣିଥିବା ବେଳେ ଭାୟାକମ-୧୮ ଡିଜିଟାଲ୍ ରାଇଟ୍ସ କିଣିଛି ।

   Related Posts