ମୁଖ୍ୟ କୋଚ୍ ଭାବେ କାର୍ଯ୍ୟକାଳ ବଢ଼ିଲା ବୋଲି ଘୋଷଣା କଲା ବିସିସିଆଇ, ହେଲେ ରାହୁଲ କହିଲେ, ମୁଁ କଣ୍ଟ୍ରାକ୍ଟ ସାଇନ୍ କରି ନାହିଁ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦଳର ମୁଖ୍ୟ କୋଚ ଭାବେ ରାହୁଲ ଦ୍ରାବିଡ଼ଙ୍କ କଣ୍ଟ୍ରାକ୍ଟକୁ ବଢ଼ାଇ ଦିଆଯାଇଥିବା ମଙ୍ଗଳବାର ଘୋଷଣା କରିଥିଲା ବିସିସିଆଇ। ହେଲେ ଗୁରୁବାର ଆଶ୍ଚର୍ଯ୍ୟକର ବୟାନ ଦେଇଛନ୍ତି ରାହୁଲ ଦ୍ରାଭିଡ଼ । ସେ ଏପର୍ଯ୍ୟନ୍ତ ବର୍ଦ୍ଧିତ କଣ୍ଟ୍ରାକ୍ଟରେ ସାଇନ୍ କରି ନାହାନ୍ତି ବୋଲି ଦ୍ରାବିଡ଼ କହିଛନ୍ତି।

ଟି-୨୦ ବିଶ୍ୱକପ୍‌ ପରେ ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ରହିବେ କି ବୋଲି ପ୍ରଶ୍ନ କରିବାରୁ ରାହୁଲ କହିଛନ୍ତି ବିସିସିଆଇ ଅଫିସିଆଲ୍ କଣ୍ଟ୍ରାକ୍ଟରେ ସାଇନ୍ କରିବା ପରେ ମୁଁ ଏ ବିଷୟରେ ଚିନ୍ତା କରିବି। ୨୦୨୧ରେ ଦ୍ରାବିଡ଼ଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତ କରାଯାଇଥିଲା। ୨୦୨୩ ବିଶ୍ୱକପ୍‌ ସରିବା ପରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ଏହାପରେ ଦ୍ରାବିଡ଼ଙ୍କୁ କୋଚ୍‌ରୁ ହଟାଇ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିସିସିଆଇ ତାଙ୍କ ସହ ଆଲଚୋନା କରିବା ପରେ କଣ୍ଟ୍ରାକ୍ଟ ବଢ଼ାଇଥିବା ଘୋଷଣା କରିଥିଲା

ଏନେଇ ରାହୁଲ ଦ୍ରାବିଡ଼ କହିଛନ୍ତି “ମୁଁ ଏପର୍ଯ୍ୟନ୍ତ ବିସିସିଆଇ ସହ କଣ୍ଟ୍ରାକ୍ଟ ସାଇନ୍ କରି ନାହିଁ। କିନ୍ତୁ କାର୍ଯ୍ୟକାଳ ବୃଦ୍ଧି ନେଇ ଆଲୋଚନା କରିଛି। ଥରେ ପେପର ପାଇସାରିବା ପରେ ମୁଁ ସାଇନ କରିବି।”  

ଭାରତ ବିଶ୍ୱକପ୍ ହାରିବା ପରେ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବାକୁ ଟିକେ ସମୟ ନେବି ବୋଲି ଦ୍ରାଭିଡ଼ କହିଥିଲେ। ଏମିତି ଲାଗୁଥିଲା ଯେମିତି ରାହୁଲଙ୍କୁ କୋଚ୍ ପଦରୁ ବିଦା କରାଯିବ। ତାଙ୍କ ସ୍ଥାନରେ ଭିଭିଏସ୍ ଲକ୍ଷ୍ମଣ ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇବେ। ହେଲେ ସେମିତି କିଛି ହୋଇନାହିଁ। ବିସିସିଆଇ ରାହୁଲଙ୍କ କାର୍ଯ୍ୟକାଳ ବଢ଼ାଇବା ନେଇ ଘୋଷଣା କରିଛି।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.