ଛାଡପତ୍ରକୁ ନେଇ ମୁହଁ ଖୋଲିଲେ ସାମନ୍ଥା, କହିଲେ-ମୁଁ ମୋ ବିବାହରେ ୧୦୦% ଦେଇଛି
30/03/2023 at 1:26 PM

ମୁମ୍ଵାଇ ୩୦।୦୩: ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ବଡ ତାରକା ସାମନ୍ଥା ଏବଂ ନାଗା ଚୈତନ୍ୟ । ଯେବେ ଦୁହେଁ ଅଲଗା ହେବା ଘୋଷଣା କରିଥିଲେ ସେତେବେଳେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାଡପତ୍ର ପରେ ଅଭିନେତ୍ରୀ ବର୍ତ୍ତମାନ ତାଙ୍କ ଜୀବନରେ ଆଗକୁ ବଢିଛନ୍ତି। ଏକରୁ ଅଧିକ ପ୍ରୋଜେକ୍ଟରେ କାମ କରୁଛନ୍ତି। ନିକଟରେ ସାମନ୍ଥା ଏକ ସାକ୍ଷାତକାର ଦେଇଥିଲେ । ଯେଉଁଥିରେ ସେ ତାଙ୍କ ବିବାହ, ଛାଡପତ୍ର ଏବଂ ବୃତ୍ତି ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ଏହି ସମୟରେ ଅଭିନେତ୍ରୀ କହିଥିଲେ ଯେ ସେ ନାଗାଙ୍କ ସହ ଅଲଗା ହେବାରେ ଆଦୌ ଦୁଖିତ ନୁହଁନ୍ତି, କାରଣ ସେ ତାଙ୍କ ବିବାହରେ ତାଙ୍କୁ ୧୦୦% ଦେଇଛନ୍ତି।
ଏହି ସମୟରେ ସାମନ୍ଥା କହିଥିଲେ ଯେ ଯେତେବେଳେ ସେ ତାଙ୍କ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କଠାରୁ ଅଲଗା ହୋଇଥିଲେ। ସେତେବେଳେ ତାଙ୍କୁ ‘ଓଃ ଆଣ୍ଟୱା’ ପାଇଁ ଏକ ଅଫର ମିଳିଥିଲା। “ଏହା ଏକ ଆଇଟମ୍ ଗୀତ ଥିଲା, ଯେଉଁଥି ପାଇଁ ମୋ ପରିବାର ଏବଂ ସାଙ୍ଗମାନେ ମୋତେ ବାରଣ କରୁଥିଲେ। ଯେଉଁମାନେ ମୋତେ ସବୁବେଳେ ସମର୍ଥନ କରୁଥିଲେ ଏବଂ ମୋତେ ଉତ୍ସାହିତ କରୁଥିଲେ, ସେମାନେ ମୋତେ ଏହା ନକରିବାକୁ କହୁଥିଲେ … ମୁଁ କହିଲି ମୁଁ କରିବି। ସେତେବେଳେ ଅଲଗା ହେବାର ପ୍ରକ୍ରିୟା ଚାଲିଥିଲା ଏବଂ ମୁଁ ଲୁଚିକି ଘରେ ବସିବାକୁ ଚାହୁଁ ନଥିଲି। ମୁଁ ଏହି ଅଫରକୁ ଗ୍ରହଣ କରିଥିଲି “
ଅଭିନେତ୍ରୀଙ୍କ କହିବାନୁସାରେ, ସେ ଏହି ବିବାହରେ ନିଜର ବେଷ୍ଟ କରିଥିଲେ । ନାଗାଙ୍କ ସହ ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା କରି ସାମନ୍ତ କହିଛନ୍ତି, “ମୁଁ ନିଜକୁ କାହିଁକି ଲୁଚାଇବି? ମୁଁ କୌଣସି ଭୁଲ କରି ନାହିଁ। ସମସ୍ତେ ମୋତେ ଟ୍ରୋଲ କରିବା, ମୋତେ ଦୁର୍ବ୍ୟବହାର କରିବା, ମୋତେ ଘୃଣା କରିଥିଲେ । ଏ ସବୁକୁ ପଛରେ ଛାଡି କାମ କରିବା ଆରମ୍ଭ କରିଥିଲେ। ମୁଁ ମୋର ବିବାହକୁ ୧୦୦% ଦେଇଥିଲି। ହେଲେ ଏହା ସଫଳ ହୋଇନଥିଲା କିନ୍ତୁ ମୁଁ ନିଜକୁ ମାରିବାକୁ ଚାହୁଁନଥିଲି।