oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ୟୁଜବେନ୍ଦ୍ର ଚହଲଙ୍କ ସହ ଲଢେଇ ଉପରେ କହିଲେ ସୂର୍ଯ୍ୟକୁମାର, ‘ମୋତେ ଖୁବ୍ ମଜା ଲାଗିଲା’

1/05/2022 at 5:54 PM

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ବିଜୟ ହାସଲ କରିଛି। ଦଳ ଶନିବାର ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ତେବେ ମୁକାବିଲାରେ କିଛି ସମୟ ଗରମାଗରମ ମାହୋଲ ଦେଖିବାକୁ ମିଳିଥିଲା। ଆଉ ଏହି ଘଟଣା ସୂର୍ଯ୍ୟକୁମାର ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ଘଟିଥିଲା। ସୂର୍ଯ୍ୟକୁମାର ଯାଦବ ଘଟଣାକୁ ନେଇ କହିଛନ୍ତି ଯେ ଏଥିରେ ତାଙ୍କୁ ଖୁବ୍ ମଜା ଲାଗିଛି।

ମୁମ୍ଵାଇ ଇଣ୍ଡିଆନ୍ସ ଇନିଂସର ଅଷ୍ଟମ ଓଭରରେ ୟୁଜବେନ୍ଦ୍ର ଚହଲଙ୍କ ବଲ୍ ସୂର୍ଯ୍ୟକୁମାର ଯାଦବଙ୍କ ପ୍ୟାଡରେ ବାଜିଥିଲା। ଚହଲ ଏବଂ ବାକି ଖେଳାଳି ଏଲବିଡବ୍ଲ୍ୟୁ ପାଇଁ ଜୋରଦାର ଅପିଲ୍ କରିଥିଲେ। ଅମ୍ପାୟର ଅପିଲକୁ ନାକଚ କରିବାରୁ ରାଜସ୍ଥାନ ରୟାଲ୍ସ ଡିଆରଏସ ନେଇଥିଲା। କିଛି ସମୟ ଯାଞ୍ଚ ପରେ ଅମ୍ପାୟର୍ସ କଲ୍ କାରଣରୁ ନଟ୍ ଆଉଟ୍ ଘୋଷିତ କରାଯାଇଥିଲା।

ଅମ୍ପାୟରଙ୍କ ନିଷ୍ପତ୍ତିରେ ୟୁଜବେନ୍ଦ୍ର ଚହଲ ଖୁବ୍ ଅସନ୍ତୁଷ୍ଟ ଥିଲେ ଏବଂ ବହୁ ସମୟ ବଡ ସ୍କ୍ରିନକୁ ଚାହିଁ ରହିଥିଲେ। ସେହି ସମୟରେ ଖପ୍ପା ଥିବା ଚହଲଙ୍କ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ ସୂର୍ଯ୍ୟକୁମାର ଯାଦବ। ହେଲେ ଚହଲ ଏହି ସମୟରେ ପୂରା ସ୍ଥିର ରହିଥିଲେ ଏବଂ କୌଣସି ପ୍ରତିକ୍ରିୟା ମଧ୍ୟ ଦେଇନଥିଲେ। ଆଲିଙ୍ଗନ ସମୟରେ ସେ କ୍ଷୁବ୍ଧ ଥିବା ତାଙ୍କ ମୁହଁରୁ ସ୍ପଷ୍ଟ ଜଣା ପଡୁଥିଲା।

ମ୍ୟାଚ୍ ପରେ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ମୁଁ ସେହି ସମୟରେ କିଛି କହିନଥିଲି, କିଛି ସମୟ ମାହୋଲ ଗରମାଗରମ ଥିଲା ଏବଂ ମୁଁ ଏହାକୁ ଉପଭୋଗ କରିଥିଲି। ମୁଁ ବହୁତ ଖୁସି ଯେ, ଅମ୍ପାୟର୍ସ କଲ୍ କାରଣରୁ ବଞ୍ଚି ଯାଇଥିଲି। ଚହଲ ଜଣେ ଦମଦାର ବୋଲର ଏବଂ ମୋତେ ତାଙ୍କ ସହ ଏମିତି  ଲଢେଇରେ ଖୁବ୍ ମଜା ଲାଗିଛି।

ଲଗାତାର ଆଠଟି ମ୍ୟାଚ୍ ହାରିବା ପରେ ଚଳିତ ସିଜିନରେ ଶେଷରେ ବିଜୟର ସ୍ଵାଦ ଚାଖିଛି ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ। ଏଥିସହ କ୍ରମାଗତ ନଅଟି ମ୍ୟାଚ୍ ହାରିବାର ଅଲୋଡା ରେକର୍ଡରୁ ଦଳ ବର୍ତ୍ତି ଯାଇଛି। ବୋଲରଙ୍କ ଦମଦାର ବୋଲିଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୨ରେ ପ୍ରଥମ ବିଜୟ ହାସଲ କରିଛି। ଯାଦବ ୩୯ ବଲରୁ ୫ ଚୌକା ଏବଂ ୨ ଛକା ସହ ୫୧ ରନ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି।

   Related Posts