Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ମୋତେ ଆଇନ ମନ୍ତ୍ରୀଙ୍କ ସହ ଯୁକ୍ତି କରିବାର ନାହିଁ, କଲେଜିୟମ ସିଷ୍ଟମର ପ୍ରଶଂସା କରି ଏମିତି କହିଲେ ସିଜେଆଇ

18/03/2023 at 10:42 PM

ନୂଆଦିଲ୍ଲୀ:  ଦେଶରେ ବିଚାରପତିଙ୍କ ନିଯୁକ୍ତି ନେଇ ଗଠିତ କଲେଜିୟମକୁ ନେଇ ସୁପ୍ରିମକୋର୍ଟ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି କ୍ରମରେ ପୁଣି ଥରେ କଲେଜିୟମ ସପକ୍ଷରେ ନିଜର ମତ ରଖିଛନ୍ତି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ। ସେ କହିଛନ୍ତି, କୌଣସି ପ୍ରଣାଳୀ  ପୂର୍ଣ୍ଣ ନଥାଏ। ମାତ୍ର ଏହା ଆମ ପାଇଁ ଉପଲବ୍ଧ ସର୍ବୋତ୍କୃଷ୍ଟ ଉନ୍ନତ ପ୍ରଣାଳୀ। କଲେଜିୟମ ପ୍ରଣାଳୀ କେନ୍ଦ୍ର ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ଏକ ପ୍ରମୁଖ ବିବାଦର କାରଣ ପାଲଟିଛି। ଇଣ୍ଡିଆ ଟୁଡେ କନକ୍ଲେଭ-୨୦୨୩ରେ ନିଜର ମତ ରଖି ସିଜେଆଇ କହିଛନ୍ତି ଯେ, ଯଦି ନ୍ୟାୟପାଳିକାକୁ ସ୍ଵତନ୍ତ୍ର ରହିବାକୁ ଅଛି ତେବେ ବାହ୍ୟ ପ୍ରଭାବରୁ ମୁକ୍ତ  ରହିବାକୁ ପଡିବ।

ଜଷ୍ଟିସ  ଚନ୍ଦ୍ରଚୂଡ କହିଛନ୍ତି, ସବୁ ପ୍ରଣାଳୀ ପୂର୍ଣ୍ଣ ନଥାଏ, ମାତ୍ର ଏହା ସବୁଠୁ ଉନ୍ନତ ପ୍ରଣାଳୀ, ଯାହାକୁ ଆମେ ବିକଶିତ କରିଛୁ। ଆମର ଉଦ୍ଦେଶ୍ୟ ନ୍ୟାୟପାଳିକାର ସ୍ଵାଧୀନତାକୁ ସୁରକ୍ଷିତ ରଖିବାର ଥିଲା। ଯଦି ନ୍ୟାୟପାଳିକାକୁ ସ୍ଵତନ୍ତ୍ର ରହିବାର ଅଛି ତେବେ ବାହ୍ୟ ପ୍ରଭାବରୁ ମୁକ୍ତ ରହିବାକୁ ପଡିବ।

ସର୍ବୋଚ୍ଚ ନ୍ୟାୟାଳୟର କଲେଜିୟମ ପ୍ରଣାଳୀକୁ ନେଇ ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କ ଅସନ୍ତୋଷ ଉପରେ ପ୍ରଧାନ ବିଚାରପତି ଉତ୍ତର ଦେଇଛନ୍ତି। ସେ କହିଛନ୍ତି, ଧାରଣାରେ ପାର୍ଥକ୍ୟ ରହିବାରେ ଭୁଲ୍ ନୁହେଁ ? ମାତ୍ର ମୋତେ ଭିନ୍ନ ଭିନ୍ନ ଧାରଣାରୁ ଏକ ମଜବୁତ ସାମ୍ବିଧାନିକ ଭାବନା ସହିତ ମୁକାବିଲା କରିବାକୁ ପଡିବ।  ମୁଁ ଏହି ସବୁ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିବାକୁ ଚାହୁଁନି। ଆମେ ଭିନ୍ନ ଭିନ୍ନ ଧାରଣା ଏବଂ ଚିନ୍ତାଧାରା ରଖିବାକୁ ବାଧ୍ୟ ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, କେଉଁ ମାମଲାରେ କିଭଳି ଶୁଣାଣି ହେବ ସେ ନେଇ ସରକାରଙ୍କ ପକ୍ଷରୁ କୌଣସି ଚାପ ପଡେ ନାହିଁ। ମୁଁ ୨୩ ବର୍ଷ ଧରି ବିଚାରପତି ରହି ଆସିଛି। ଏହି ସମୟରେ କେହି ହେଲେ ମୋତେ କହି ନାହାନ୍ତି ଯେ, ମାମଲାରେ କିଭଳି ନିର୍ଣ୍ଣୟ ନିଆଯିବ। ଏଠାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାପ ନାହିଁ। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଏହାର ପ୍ରମାଣ ଯେ, ନ୍ୟାୟପାଳିକା ଉପରେ କୌଣସି ଚାପ ନାହିଁ।

   Related Posts