“ମୁଁ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ”, ଲୋକସଭା ସଦସ୍ୟତା ହରାଇବା ପରେ ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା
24/03/2023 at 7:20 PM

ନୂଆଦିଲ୍ଲୀ: ଲୋକସଭା ସଦସ୍ୟତା ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ କହିଛନ୍ତି, ମୁଁ ଭାରତର ସ୍ଵର ପାଇଁ ଲଢେଇ କରୁଛି। ଏଥିପାଇଁ ମୁଁ ସବୁ ପ୍ରକାରର ମୂଲ୍ୟ ଦେବାକୁ ପ୍ରସ୍ତୁତ। ଗୁଜରାଟର ସୁରଟ ଅଦାଲତ ଏକ ମାହହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଗତକାଲି ଦୁଇ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ପରେ ଆଜି ସାମ୍ବିଧାନିକ ଆଇନ ଅନୁସାରେ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଛି।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୦୧୯ର ମାନହାନୀ ମାମଲାରେ ଦୁଇ ବର୍ଷର ଦଣ୍ଡାଦେଶ ପରେ ସେ ଲୋକସଭାର ସଦସ୍ୟତା ହରାଇଛନ୍ତି। ଲୋକସଭା ସଚିବାଳୟ ତାଙ୍କର ନିର୍ବାଚନୀ କ୍ଷେତ୍ର କେରଳର ଓ୍ଵାଇନାଡ ଆସନକୁ ଖାଲି ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ ଏହି ଆସନ ଉପରେ ଉପନିର୍ବାଚନ ଘୋଷଣା କରି ପାରନ୍ତି। ରାହୁଲଙ୍କୁ ଦିଲ୍ଲୀ ସ୍ଥିତ ନିଜର ସରକାରୀ ବାସଭବନ ଖାଲି କରିବା ପାଇଁ ଗୋଟିଏ ମାସ ସମୟ ମିଳିବ।
मैं भारत की आवाज़ के लिए लड़ रहा हूं।
— Rahul Gandhi (@RahulGandhi) March 24, 2023
मैं हर कीमत चुकाने को तैयार हूं।
କଂଗ୍ରେସ କେନ୍ଦ୍ରର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରି କହିଛି ଯେ, ରାହୁଲ ଗାନ୍ଧୀଙ୍କୁ ସ୍ଵରକୁ ଚପାଇବା ପାଇଁ ଉଦ୍ୟମ କରାଯାଉଛି। କାରଣ ସେ ବାରମ୍ବାର ସରକାର ଉପରେ ପ୍ରଶ୍ନ କରୁଛନ୍ତି। ଏହା ପଛର ବଡ ଷଡଯନ୍ତ୍ର ରହିଛି। ବିଜେପି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ବୈଧ୍ୟ ଦର୍ଶାଇଛି। ରାହୁଲ ସମଗ୍ର ପଛୁଆ ବର୍ଗର ଅପମାନ କରିଥିବା ବିଜେପି କହିଛି। ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବା ରାହୁଲ ଗାନ୍ଧୀଙ୍କୁ କୋର୍ଟରୁ ଜାମିନ ମଧ୍ୟ ମିଳିଛି ଏବଂ ସଜାକୁ ୩୦ ଦିନ ପାଇଁ ସ୍ଥଗିତ ରଖାଯାଇଛି, ଯଦ୍ଵାରା ହାଇକୋର୍ଟରେ ତାଙ୍କୁ ଅପିଲ୍ କରିବାର ସୁଯୋଗ ମିଳିବ।
୨୦୧୯ ଲୋକସଭା ନିର୍ବାଚନରେ ରାହୁଲ ଦେଇଥିଲେ ବୟାନ
୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ ଏକ ରାଲିକୁ ସମ୍ବୋଧିର କରି ମୋଦୀଙ୍କ ସରନେମ(ସାଜ୍ଞା) ଉଲ୍ଲେଖ କରିଥିଲେ। ସେ ଲଳିତ ମୋଦୀ, ନିରବ ମୋଦୀଙ୍କ ନାମ ନେଇ କହିଥିଲେ ଯେ, ସମସ୍ତ ଚାରି ଚୋରଙ୍କ ସରନେମ ମୋଦୀ ହିଁ କାହିଁକି ରହୁଛି। ଏହାକୁ ଆଧାର କରି ଗୁଜରାଟର ସୁରଟ ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରାଇଥିଲେ। ଯାହା ଉପରେ ଆଜି ସୁରଟ କୋର୍ଟରେ ଶୁଣାଣି ହୋଇଥିଲା ଏବଂ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।