‘ପଳାତକ ନୁହେଁ, ବିଦ୍ରୋଦୀ…ଶୀଘ୍ର ସାମନାକୁ ଆସିବି’, ନୂଆ ଭିଡିଓ ଜାରି କଲା ଅମୃତପାଲ
30/03/2023 at 10:57 PM

ନୂଆଦିଲ୍ଲୀ: ଅଡିଓ କ୍ଲିପ୍ ସାମନାକୁ ଆସିବା ପରେ ଗୁରୁବାର ସଂଧ୍ୟାରେ ପଳାତକ ଅମୃତପାଲର ଏକ ନୂଆ ଭିଡିଓ ସାମନାକୁ ଆସିଛି । ଏଥିରେ ସେ କହୁଛି, ‘ମୁଁ ପଳାୟନ କରୁ ନାହିଁ, ବିଦ୍ରୋହର ରାସ୍ତାରେ ଅଛି, ଶୀଘ୍ର ଦୁନିଆ ସାମନାକୁ ଆସିବି । ମୁଁ ପଳାତକ ଏବଂ ନିଜ ସହଯୋଗୀଙ୍କୁ ଛାଡ଼ି ଚାଲିଯିବି ଦୁନିଆ ଏହି ଭ୍ରାନ୍ତିରେ ନ ରହୁ । ମୁଁ ଆଜି ବି ନିଜ କାମ ଏବଂ ନିଜ ସହଯୋଗୀଙ୍କ ସହ ରହିଛି’ ।
ଭିଡିଓରେ ଅମୃତପାଲ କହୁଛି, ‘ସେ ଦେଶ ଛାଡି ପଳାୟନ କରିବ ନାହିଁ । ଯଥେଦାରଙ୍କ ପାଇଁ ଏକ ପରୀକ୍ଷାର ସମୟ’। ଏହା ସହ ସେ ନିଜ ପରିବାରକୁ ମଧ୍ୟ ଘର ଛାଡି ନ ଯିବା ପାଇଁ ଅପିଲ୍ କରିଛି । ସେ କହିଛି ଯେ ଗୁରୁ ସମସ୍ତଙ୍କ ରକ୍ଷା କରି ଆସୁଛନ୍ତି, ଆଗକୁ ମଧ୍ୟ କରିବେ ।
ଏହା ପୂର୍ବରୁ ଅମୃତପାଲ ଅଡିଓରେ କହିଥିଲା ଯେ ଆତ୍ମସମର୍ପଣ କରିବା ସର୍ତ ମିଛ ଥିଲା । ଏହା ସହ ପୋଲିସର ଚାପରେ ଭିଡିଓ କରିଥିବା ଦାବିକୁ ମଧ୍ୟ ସେ ଖଣ୍ଡନ କରିଥିଲା । ନିଜ ଇଚ୍ଛାରେ ଭିଡିଓ କରିଥିବା ସେ କହିଥିଲା । ଆତ୍ମସମର୍ପଣର ପ୍ରଶ୍ନ ଉଠୁ ନାହିଁ, ଗିରଫ ହେବାକୁ ଭୟ କରୁନି । ସୁରକ୍ଷିତ ଥିବା ସନ୍ଦେଶ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ସେ ଅପିଲ୍ କରିଥିଲା । ତେବେ ଗୋଟିଏ ସମୟ ଖାଦ୍ୟ ଖାଉଥିବା କାରଣରୁ ସାମନ୍ୟ ଅସୁସ୍ଥ ଥିବା ଅମୃତପାଲ ଅଡିଓରେ କହୁଥିବା ଶୁଣିବାକୁ ମିଳିଥିଲା ।