Delhi LG vs CM: ବିନା ଦସ୍ତଖତରେ ମୋ ନିକଟକୁ ଆସୁଛି ପ୍ରସ୍ତାବ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଦେଖୁଛନ୍ତି ନା ନାହିଁ- ଉପ ରାଜ୍ୟପାଳ

Published By : Prameya-News7 Bureau | August 23, 2022 IST

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଏବଂ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ମଧ୍ୟରେ ବିବାଦ ଥମିବାର ନା ନେଉନାହିଁ।  ପୁଣି ଥରେ ଉପ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଭିଯୋଗ ହୋଇଛି ଉପ ରାଜ୍ୟପାଳଙ୍କ ନିକଟକୁ ଏମିତି ପ୍ରସ୍ତାବ ଆସୁଛି, ଯାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହିଁ ରହୁନାହିଁ।

ଏ ନେଇ ଉପ ରାଜ୍ୟପାଳଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଏକ ଚିଠି ଲେଖା ଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମୁଖ୍ୟମନ୍ତ୍ରୀଙ୍କ ବିନା ଦସ୍ତଖତରେ ଅନେକ ପ୍ରସ୍ତାବ ଉପ ରାଜ୍ୟପାଳଙ୍କ ନିକଟକୁ ଆସୁଛି। କୌଣସି ବି ପ୍ରସ୍ତାବ କିମ୍ବା ମତାମତ ପଠାଇବା ସମୟରେ ମୁଖ୍ୟମନ୍ତ୍ରୀ ଏହା ସୁନିଶ୍ଚିତ କରନ୍ତୁ ଯେ, ଏହା ଉପରେ ତାଙ୍କର ଦସ୍ତଖତ ରହିବ ନା କୌଣସି ଅଧିକାରୀଙ୍କର ରହିବ।

ଚିଠିରେ ଏହା ଉପରେ ଜୋର ଦିଆଯାଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ବିନା ଦସ୍ତଖତରେ ଯାହା ସବୁ ପ୍ରସ୍ତାବ ଆସୁଛି ସେଥିରୁ କିଛି ଜଣା ପଡୁନି ଯେ ବାସ୍ତବରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବଗୁଡିକୁ ଦେଖୁଛନ୍ତି ନା ନାହିଁ। ତାଙ୍କ ନିକଟରେ ଏହାର ସୂଚନା ରହୁଛି କି ନାହିଁ। ତେଣୁ ଦସ୍ତଖତ ସହିତ ପ୍ରସ୍ତାବଗୁଡିକୁ ପଠାଯାଉ। ଉଲ୍ଲେଖନୀୟ ପୂର୍ବରୁ ଅନେକ ପ୍ରସଙ୍ଗକୁ ନେଇ ଏଲଜି ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମୁହାଁମୁହିଁ ହୋଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.