LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

‘ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ ’, ବିଜେପିକୁ ରାହୁଲଙ୍କ ଦୃଢ ଜବାବ

25/03/2023 at 4:24 PM

ନୂଆଦିଲ୍ଲୀ: ଲୋକସଭାର ସଦସ୍ୟତା ହରାଇବା ପରେ ଶନିବାର ପ୍ରଥମ ଥର ରାହୁଲ ଗାନ୍ଧୀ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ଉପରେ ଖୁବ୍ ବର୍ଷିଛନ୍ତି। ନିଜ ମନ୍ତବ୍ୟରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ମଧ୍ୟ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ କହିଛନ୍ତି, ବାଚସ୍ପତି ତାଙ୍କୁ ଗୃହରେ କହିବାକୁ ସୁଯୋଗ ଦେଇ ନାହାନ୍ତି। ଦୁଇ ଥର ଚିଠି ଲେଖିଲି ଏବଂ ତୃତୀୟ ଥର ବି ଭେଟିଥିଲି। ତଥାପି ତାଙ୍କୁ କିଛି କହିବାକୁ ସୁଯୋଗ ଦିଆଗଲାନି। ମୋଦୀ ସାଙ୍ଗିଆକୁ ନେଇ ହୋଇଥିବା ପ୍ରଶ୍ନ ଉପର ଜବାବରେ ରାହୁଲ କହିଛନ୍ତି, ମୁଁ କାହାକୁ ଭୟ କରେନି। ମୁଁ ଗାନ୍ଧୀ ଅଟେ ସାଭରକର ନୁହେଁ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ଲୋକସଭାରେ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲି। ଆଦାନୀଙ୍କ ମୁଖ୍ୟ କାମ ବ୍ୟବସାୟ, ମାତ୍ର ଟଙ୍କା ତାଙ୍କର ନୁହେଁ। ମୁଁ କେବଳ ଏତିକି ଜାଣିବାକୁ ଚାହୁଁଛିଥିଲି ଯେ, ଏହି ୨୦ ହଜାର କୋଟି ଟଙ୍କାର କାହାର। ପିଏମ ମୋଦୀ ଏବଂ ଆଦାନୀଙ୍କ ମଧ୍ୟରେ ସଂପର୍କ ନୂଆ ନୁହେଁ। ଏହା ତେବେ ଆରମ୍ଭ ହେଲା ଯେବେ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଉଡାଜାହାଜରେ ଏକାଠି ବସିଥିବା ନରେନ୍ଦ୍ର ମୋଦୀ ଏବଂ ଆଦାନୀଙ୍କ ଫଟୋ ଦେଖାଇଥିଲି। ଏହା ପରେ ମୋର ଭାଷଣକୁ ହଟାଇ ଦିଆଯାଇଥିଲା। ଏହି ବାବଦରେ ମୁଁ ବାଚସ୍ପତିଙ୍କୁ ବିସ୍ତୃତ ଭାବେ ଚିଠି ଲେଖିଥିଲି।

ଏହା ପରେ ବିଜେପି ସଦସ୍ୟ ମୋ ବିଷୟରେ ମିଥ୍ୟା ପ୍ରଚାର ଆରମ୍ଭ କଲେ ଯେ, ମୁଁ ବିଦେଶରେ ସହାୟତା ଲୋଡୁଛି। ମୋର କହିବାର ଥିଲା ଯେ, ଏହା ଭାରତର ସମସ୍ୟା। ମୁଁ ବାଚସ୍ପତିଙ୍କୁ ପତ୍ର ଲେଖି ସଂସଦରେ କହିବାକୁ ସୁଯୋଗ ଦିଆଯାଉ ବୋଲି କହିଥିଲି। ତଥାପି ମୋତେ ସଦନର ନିମ୍ନଗୃହରେ କହିବାକୁ ସୁଯୋଗ ଦିଆଗଲାନି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

କ୍ଷମା ମାଗିବି ନାହିଁ

ମୋଦୀ ସାଙ୍ଗିଆକୁ ନେଇ ହୋଇଥିବା ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ କାହିଁକି କ୍ଷମା ମାଗିବି। ମୁଁ କାହାକୁ ଡରେ ନାହିଁ। ମୁଁ ସାଭରକର ନୁହେଁ ଗାନ୍ଧୀ ଅଟେ। ମୋତେ ଏଥିରେ କିଛି ଫରକ ପଡେ ନାହିଁ ଯେ, ମୁଁ ସଂସଦ ଭିତରେ ରହେ କି ବାହାରେ ନୁହେଁ। ମୁଁ ଯେଉଁଠି ବି ରହେ ନିଜର ସ୍ଵର ଲଗାତାର ଉଠାଇ ଚାଲିବି।

ମୋ ଭାଷଣରେ ଡରିଗଲେ

ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ଭାଷଣ ଶୁଣି ଡରି ଯାଇଛନ୍ତି। ମୁଁ ନିଜର ପରବର୍ତ୍ତୀ ଭାଷଣରେ ଗୌତମ ଆଦାନୀଙ୍କୁ ନେଇ ଟିପ୍ପଣୀ କରିଥାନ୍ତି। ହେଲେ କହିବାକୁ ଦିଆଗଲା ନାହିଁ। କାରଣ ପ୍ରଧାନମନ୍ତ୍ରୀ ମୋଦୀ ମୋତେ ଭୟ କରୁଛନ୍ତି। ତାଙ୍କ ଆଖିରୁ ଏହା ସ୍ପଷ୍ଟ ବାରି ହୋଇ ପଡୁଛି। ମୁଁ ଏଠାରେ ଗଣତାନ୍ତ୍ରିକ ଅଧିକାରର ରକ୍ଷା ପାଇଁ ଆସିଛି। ମୁଁ ମୋଦୀଙ୍କୁ ଡରେ ନାହିଁ। ଏହା ମୋର ଇତିହାସରେ ନାହିଁ। ମୁଁ ପଚାରିବାକୁ ଚାହୁଁଛି ଯେ ଆଦାନୀ ଏବଂ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କଣ ସଂପର୍କ ରହିଛି।

   Related Posts