'ଖେଳରତ୍ନ' ପାଇଁ ମନୋନୟନ ହେବା ବହୁତ ବଡ ସମ୍ମାନର କଥା: ରୋହିତ ଶର୍ମା

Published By : Prameya-News7 Bureau | May 31, 2020 IST

ନୂଆଦିଲ୍ଲୀ ୩୧।୦୫: ଭାରତୀୟ କ୍ରିକେଟ୍‌ ଦଳର ସୀମିତ ଓଭରର ଉପ ଅଧିନାୟକ ରୋହିତ ଶର୍ମା ତାଙ୍କୁ କ୍ରୀଡାର ସର୍ବୋଚ୍ଚ ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’  ପାଇଁ ମନୋନୟନ କରିବା ନେଇ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଏ ନେଇ ନିଜକୁ ସେ ସମ୍ମାନିତ ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(BCCI) ଶନିବାର ଏହି ପୁରସ୍କାର ପାଇଁ ରୋହିତଙ୍କ ନାମ ସୁପାରିଶ କରିଛି।

ଗତ  କିଛି ବର୍ଷରେ ରୋହିତ ଶର୍ମା ନିଜର ପ୍ରଦର୍ଶନ ବଳରେ କ୍ରିକେଟ୍‌ ଦୁନିଆରେ ଭିନ୍ନ ଛାପ ଛାଡିଛନ୍ତି। ବିସିସିଆଇ ଟିଭିରେ ରୋହିତ ଶର୍ମା ଏକ ଭିଡିଓ ଅପଲୋଡ୍ କରି ଦେଶର ସର୍ବୋଚ୍ଚ କ୍ରୀଡାରନ୍ତ୍ର ପୁରସ୍କାର ପାଇଁ ତାଙ୍କର ନାମ ସୁପାରିଶ ହେବା ଉପରେ ପ୍ରତିକ୍ରିୟା ଦେଇଛନ୍ତି।

wp:core-embed/twitter {"url":"https://twitter.com/BCCI/status/1267058458026786822?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fi-am-feeling-extremely-honoured-to-be-nominated-for-the-khel-ratna-award-says-rohit-sharma%2Farticleshow%2F76123545.cms","type":"rich","providerNameSlug":"twitter","className":""}
https://twitter.com/BCCI/status/1267058458026786822?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fsports%2Fcricket%2Fcricket-news%2Fi-am-feeling-extremely-honoured-to-be-nominated-for-the-khel-ratna-award-says-rohit-sharma%2Farticleshow%2F76123545.cms
/wp:core-embed/twitter

ରୋହିତ କହିଛନ୍ତି, ମୁଁ ନିଜକୁ ବହୁତ ସମ୍ମାନିତ ଏବଂ କୃତଜ୍ଞ ଅନୁଭବ କରୁଛି ଯେ, ବିସିସିଆଇ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଲାଗି ମୋର ନାମ ସୁପାରିଶ କରିଛି। ମୁଁ ବିସିସିଆଇ, ନିଜର ସାଥୀ ଖେଳାଳି, ସହାୟକ କର୍ମଚାରୀ, ପ୍ରଶଂସକ ଓ ନିଜର ପରିଜନଙ୍କୁ ଧନ୍ୟବାଦ୍ ଦେଉଛି, ଯେଉଁମାନେ ମୋ ସାଥିରେ ସର୍ବଦା ଛିଡା ହୋଇ ରହିଛନ୍ତି।

ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ଵକପରେ ରୋହିତ ଶର୍ମା ୫ ଶତକ ଅର୍ଜନ କରି ନିଜ ନାମରେ ବିରଳ ରେକର୍ଡ କରିଛନ୍ତି। କୌଣସି ଗୋଟିଏ ବିଶ୍ଵକପରେ ସର୍ବାଧିକ ଶତକ ଲଗାଇବାରେ ରୋହିତ ବିଶ୍ଵକୀର୍ତ୍ତିମାନ କରିଛନ୍ତି। ରୋହିତଙ୍କ ବ୍ୟତୀତ ତାଙ୍କ ସାଥୀ ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ, ଦ୍ରୁତ ବୋଲର ଇଶାନ୍ତ ଶର୍ମା ଓ ମହିଳା କ୍ରିକେଟ୍‌ ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କ ନାମ ମଧ୍ୟ ଅର୍ଜୁନ ଆଓ୍ଵାର୍ଡ ଲାଗି ସୁପାରିଶ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.