'ମୁଁ ଅଧିନାୟକ, ମୁଁ କେବେବି ଦେଖିନି', ଜାଣନ୍ତୁ ରୋହିତ କଣ କହି କୁଲଦୀପଙ୍କ ପାଟି କରିଦେଲେ ଚୁପ୍ !

Published By : Prameya-News7 Bureau | May 30, 2024 IST

ନୂଆଦିଲ୍ଲୀ ୩୦/୦୫: ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଆମେରିକାରେ ପହଞ୍ଚିଛି ଟିମ୍ ଇଣ୍ଡିଆ । କ୍ୟାପଟେନ୍ ରୋହିତ ଏବଂ ଟିମ୍ ଇଣ୍ଡିଆ ନ୍ୟୁୟର୍କରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାକ୍ଟିସ କରିଥିଲେ । ଯେଉଁଠି ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ଖେଳିବ । କିନ୍ତୁ ଏହାପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରୋହିତ ଶର୍ମା ଦଳର ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କୁ ଚୁପ୍ କରିଥିବାର ନଜର ଆସିଛନ୍ତି । ଆସନ୍ତୁ ଜାଣିବା ପୁରା ଘଟଣା...

ବାସ୍ତବରେ, ଭାରତୀୟ ଦଳର ଅନେକ ଖେଳାଳି ଆଇସିସି ପୁରସ୍କାର ମିଳିଥିଲା । ଯେଉଁଥିରେ କୁଲଦୀପ ଯାଦବ ମଧ୍ୟ ସାମିଲ ହୋଇଥିଲେ। କୁଲଦୀପ ଯାଦବଙ୍କୁ 'ଆଇସିସି ODI ଟିମ୍ ଅଫ୍ ଦି ଇୟର' କ୍ୟାପ୍ ମିଳିଥିଲା । ରୋହିତ ଶର୍ମା ଏହି କ୍ୟାପ୍ କୁଲଦୀପ ଯାଦବଙ୍କୁ ଦେଇଥିଲେ। କ୍ୟାପ୍ ଦେବା ପରେ ରୋହିତ କୁଲଦୀପଙ୍କୁ କହିଥିଲେ ଯେ ସେ କିଛି କହିବା ଉଚିତ୍।



ଏହାପରେ କୁଲଦୀପ କହିଥିଲେ, "କିଛି କହିବାର ନାହିଁ। ଗତ ବର୍ଷ ବଲ୍ ଏବଂ ବ୍ୟାଟ୍ ସହିତ ମୋର ଭଲ ସିଜିନ୍ ଥିଲା। କୁଲଦୀପଙ୍କ ପାଟିରୁ ଏହା ଶୁଣି ରୋହିତ ଶର୍ମା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, "ବ୍ୟାଟିଂ କେବେ?" ତା’ପରେ କୁଲଦୀପ କୁହନ୍ତି, ଟେଷ୍ଟ ସିରିଜ୍। ଏହାର ଜବାବରେ ରୋହିତ କହିଛନ୍ତି, ଏହା ODI ପାଇଁ ଅଟେ। କୁଲଦୀପ ଆହୁରି ମଧ୍ୟ ଆଲୋଚନା କରନ୍ତି । ଏହି ସମୟରେ ରୋହିତ ଶର୍ମା କୁହନ୍ତି, "ମୁଁ ଏହି ଦଳର ଅଧିନାୟକ ଥିଲି । ମୁଁ ତୁମକୁ ବ୍ୟାଟିଂ କରିବାର କେବେ ଦେଖି ନଥିଲି। ତେଣୁ ସେ କ’ଣ କହୁଛନ୍ତି ମୁଁ ଜାଣେ ନାହିଁ।" ଏହା କହି ରୋହିତ ଶର୍ମା ଚାଲିଗଲେ। 

ସୂଚନାଥାଉକି, ଟି-୨୦ ବିଶ୍ୱକପ ଜୁନ୍ ୧ ରୁ ଆରମ୍ଭ ହେବ। କିନ୍ତୁ ଟିମ୍ ଇଣ୍ଡିଆ ଜୁନ୍ ୫ ରୁ ଏହି ଅଭିଯାନ ଆରମ୍ଭ କରିବ । ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ନ୍ୟୁୟର୍କରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହା ପରେ ଦ୍ୱିତୀୟ ମ୍ୟାଚ୍ ୯ ଜୁନ ପାକିସ୍ତାନ ବିପକ୍ଷରେ ହେବ। ତେବେ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ, ଯାହା ଜୁନ୍ ୧ ରେ ଖେଳାଯିବ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.