Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

‘ମୁଁ ବ୍ରାହ୍ମଣ, ମୋତେ ବିଜେପିର କ୍ୟାରେକ୍ଟର ସାର୍ଟିଫିକେଟ୍ ଦରକାର ନାହିଁ’

14/12/2021 at 6:34 PM

ପାଣାଜି ୧୪।୧୨: ଗୋଆ ନିର୍ବାନଚରେ ବିଜେପିକୁ ମାତ୍ ଦେବାକୁ ଅଣ୍ଟା ଭିଡିଛି ପଶ୍ଚିମବଙ୍ଗରେ ସରକାରରେ ଥିବା ତୃଣମୂଳ କଂଗ୍ରେସ। ଦୁଇ ଦିନିଆ ଗୋଆ ଗସ୍ତରେ ଥିବା ଟିଏମସି ପ୍ରମୁଖ ମମତା ବାନାର୍ଜୀ ନିର୍ବାଚନ ପ୍ରଚାରରେ ଖେଳିଛନ୍ତି ବ୍ରାହ୍ମଣ କାର୍ଡ। ସେ କହିଛନ୍ତି ମୁଁ ବ୍ରାହ୍ମଣ ପରିବାରରୁ ଆସିଛି। ମୋତେ କାହାରିଠୁ କ୍ୟାରେକ୍ଟର ସାର୍ଟିଫିକେଟ୍‌ ଦରକାର ନାହିଁ।

ସେ କହିଛନ୍ତି, ଆମେ ଗୋଆରେ ବିଜେପିକୁ ଶେଷ କରିବାକୁ ଚାହୁଁଛୁ। ଗୋଆରେ ବିଜେପିକୁ ହରାଇବାକୁ ହେଲେ ସଭିଙ୍କୁ ଏକଜୁଟ୍ ହେବାକୁ ପଡିବ। ମୁଁ ଏଠାକୁ ଆପଣଙ୍କ ସହ ମୁକାବିଲା କରିବାକୁ ଆସିନାହିଁ। ମୁଁ ଚାହେଁ ନାହିଁ କୌଣସି ବାହାର ବ୍ୟକ୍ତି ଗୋଆକୁ ନିୟନ୍ତ୍ରଣ ନକରୁ। ମୁଁ ବି ଏକ  ବ୍ରାହ୍ମଣ ପରିବାରରୁ ଆସିଛି। ମୋତେ ବିଜେପିଠୁ କୌଣସି କ୍ୟାରେକ୍ଟର ସାର୍ଟିଫିକେଟ୍‌ର ଆବଶ୍ୟକତା ନାହିଁ ବୋଲି ଶାଣିତ ସ୍ଵରରେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଏହା ମଧ୍ୟରେ ଟିଏମସି ଦାବି କରିଛି ଯେ, ମଙ୍ଗଳବାର କଂଗ୍ରେସର ଅନେକ ନେତା ମମତାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଟିଏମସିରେ ଯୋଗ ଦେଇଛନ୍ତି। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ କମିଟିର ପୂର୍ବତନ ସଦସ୍ୟ ମାର୍ତ୍ତା ସାଲଦନହା ମଧ୍ୟ ସାମିଲ୍। ମମତା ବାନାର୍ଜୀ ସୋମବାରଠୁ ଗୋଆ ଗସ୍ତରେ ଅଛନ୍ତି। ସୋମବାର ମମତା କହିଥିଲେ ଯେ, ଯଦି ବିଜେପିକୁ ହରାଇବାକୁ ଚାହାନ୍ତି ତେବେ ଟିଏମସି ସହିତ ଆସନ୍ତୁ। ଟିଏମସିକୁ ସମର୍ଥନ କରନ୍ତୁ।

ମମତା ସୋମବାର ଗୋଆରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଏକମାତ୍ର ବିଧାୟକ ଚର୍ଚ୍ଚିଲ ଅଲେମାଓ ମଧ୍ୟ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ମମତା କହିଥିଲେ, ଗୋଆରେ ବିଜେପି ସହ ମୁକାବିଲା କରିବାକୁ କେହି ପ୍ରସ୍ତୁତ ନାହାନ୍ତି। ତେଣୁ ଟିଏମସି ରାଜ୍ୟରେ ବିଜେପିକୁ କଡା ଟକ୍କର ଦେବାକୁ ନିଷ୍ପତ୍ତି ନେଇଛି।  

   Related Posts