'ମୁଁ ଜୀବନର ସେହି ପର୍ଯ୍ୟାୟ ଦେଇ ଗତି କରୁଛି ଯେଉଁଠି ଉତ୍ସାହ ଏବଂ ନିରାଶା ଖୋଜୁ ନାହିଁ'

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ:  ଆଇପିଏଲରେ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଜାରି କରିଛି । ନିଜ ପୂର୍ବ ଫର୍ମକୁ ଫେରିବା ପାଇଁ ସଂଘର୍ଷ କରୁଛନ୍ତି । ଏହାରି ଭିତରେ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି କହିଛନ୍ତି, ସେ ନିଜ ଜୀବନର ସବୁଠୁ ସୁଖ ମୂହୂର୍ତ୍ତରେ ଅଛି ଏବଂ ଫିଲ୍ଡରେ କଣ ଘଟୁଛି ସେଥିରେ ସେ ଉତ୍ସାହ କିମ୍ୱା ନିରାଶା ଖୋଜୁ ନାହାନ୍ତି। ଏହାସହ ସେ କହିଛନ୍ତି ଆଇପିଏଲରେ ପ୍ରାୟ ୯ ସିଜିନ ପରେ ସେ କେବଳ ଏକ ଖେଳାଳି ରୂପେ ଖେଳି ମଧ୍ୟ ଏକ ଦାୟିତ୍ୱବାନ ବରିଷ୍ଠ ଖେଳାଳିର ଭୂମିକା ପାଳନ କରୁଛନ୍ତି ଏବଂ ଅଧିନାୟକ ଫାପ୍ ଡୁପ୍ଲେସିସଙ୍କୁ ପରାମର୍ଶ ଦେବାରେ ପଛଘୁଞ୍ଚା ଦେଉ ନାହାନ୍ତି।

ଷ୍ଟାର ସ୍ପୋର୍ଟସରେ ଇନସାଇଡ୍ ଆରସିବି କାର୍ଯ୍ୟକ୍ରମରେ କୋହଲି ଅଧିନାୟକ ଛାଡିବା ପରେ ନିଜ ଖେଳ ଉପରେ କହିଛନ୍ତି, ‘ସତ କହିବାକୁ ଗଲେ ଏହା ଟିକେ ଅଲଗା। ସୌଭାଗ୍ୟରୁ ଫାପ୍ ଏବଂ ମୋର ସମ୍ପର୍କ ସବୁବେଲେ ଭଲ। ଗୋଟିଏ ଗୋଷ୍ଠୀ ଟିମର ନେତୃତ୍ୱ ନେଉଛି, ଏଥିରେ ଆମେ ସବୁ ପରାମର୍ଶ ଦେଉଛୁ। ପଡିଆରେ ମଧ୍ୟ ଯେତେବେଳେ ଫାପ୍ ଆଉଟ ଫିଲ୍ଡରେ ରହିଥାନ୍ତି, ସେତେବେଳେ ଖେଳାଳିଙ୍କ ସ୍ଥାନ ପରିବର୍ତ୍ତନ ପାଇଁ ମୋତେ ଅନୁମତି ଦିଆଯାଇଛି। ଏମଏସ ସହ ଖେଳିବା ସମୟରେ ମଧ୍ୟ ଏପରି କରୁଥିଲି। ଏକ ଦାୟିତ୍ୱବାନ ବରିଷ୍ଠ ଖେଳାଳି ଭାବେ ଅଧିକ ଯୋଗଦାନ ଦେବା ଏବଂ ଅଧିନାୟକଙ୍କୁ ପରାମର୍ଶ ଦେବାରେ ମୁଁ ଆନନ୍ଦ ଅନୁଭବ କରୁଛି'।

କୋହଲି ଆଇପିଏଲ ୨୦୨୨ର ପ୍ରଥମ ୧୩ଟି ମ୍ୟାଚରେ କେବଳ ୨୩୬ ରନ କରିଛନ୍ତି। ଚଳିତ ସିଜିନରେ ଛଅ ଥର ୧୦ରୁ କମ ରନ କରି ଆଉଟ ହୋଇଛନ୍ତି, ଏଥିରେ ତିନୋଟି ଗୋଲ୍ଡେନ ଡକ୍ ମଧ୍ୟ ସାମିଲ ରହିଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.