ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ମୁଁ ହିନ୍ଦୁ, ହିନ୍ଦୁତ୍ଵବାଦୀ ନୁହେଁ, ମୋଦୀ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ ରାହୁଲ ଗାନ୍ଧୀ

12/12/2021 at 4:31 PM

ଜୟପୁର ୧୨।୧୨: ରାଜସ୍ଥାନରେ ଦରବୃଦ୍ଧି ବିରୋଧରେ କଂଗ୍ରେସର ମହାରାଲିରେ ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ରାଲିକୁ ସମ୍ବୋଧିତ କରି କହିଛନ୍ତି, ଦେଶକୁ ଜନତା ନୁହେଁ ତିନି ଚାରି ପୁଞ୍ଜିପତି ଚଳାଉଛନ୍ତି। ଆଉ ପ୍ରଧାନମନ୍ତ୍ରୀ ସେମାନଙ୍କର କାମ କରୁଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ରାଜନୀତିରେ ଶବ୍ଦର ପ୍ରତିଯୋଗିତା ଚାଲିଛି। ଗୋଟିଏ ଶବ୍ଦ ହେଉଛନ୍ତି ହିନ୍ଦୁ ଏବଂ ଅନ୍ୟଟି ହେଉଛି ହିନ୍ଦତ୍ଵବାଦୀ। ଦେଶରେ ମହଙ୍ଗାର କାରଣ ହିନ୍ଦୁତ୍ଵବାଦୀ। ଏହି ମହଙ୍ଗାଇକୁ ନେଇ ରାହୁଲ କେନ୍ଦ୍ର ସରକାରଙ୍କୁ ଶାଣିତ ଶବ୍ଦରେ  ହମଲା କରିଛନ୍ତି। ଏହି ସମୟରେ ମଞ୍ଚରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଅଜୟ ମାକନ, ମଲ୍ଲିକାର୍ଜୁନ ଖଡଗେ ସମେତ ଅନେକ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ଏହି ସମୟରେ ରାହୁଲ ଗାନ୍ଧୀ କହିଛନ୍ତି, ସେ ହିନ୍ଦୁ ଓ ହିନ୍ଦୁତ୍ଵବାଦୀ ମଧ୍ୟରେ ଥିବା ବ୍ୟବଧାନକୁ ସ୍ପଷ୍ଟ କରିବାକୁ ଚାହୁଁଛି। ସେ କହିଛନ୍ତି ମୁଁ ଜଣେ ହିନ୍ଦୁ, ମାତ୍ର ହିନ୍ଦୁତ୍ଵବାଦୀ ନୁହେଁ। ମହାତ୍ମା ଗାନ୍ଧୀ ହିନ୍ଦୁ ଥିଲେ, ମାତ୍ର ଗୋଡସେ  ହିନ୍ଦୁତ୍ଵବାଦୀ ଥିଲେ। ଯାହା ପଛେ ହୋଇ ଯାଉ ହିନ୍ଦୁ ସତ୍ୟର ସନ୍ଧାନ କରିଥାଏ। ସେ କହିଛନ୍ତି, ମହାତ୍ମା ଗାନ୍ଧୀ ନିଜ ଜୀବନର ସତକୁ ଜାଣିବା ପାଇଁ ସମୟ ବିତାଇଥିବା ବେଳେ ଶେଷରେ ଜଣେ ହିନ୍ଦୁତ୍ଵବାଦୀ ଦେଶକୁ ପରିଚାଳନା କରୁଛି। ଆମକୁ ପୁଣି ଥରେ ହିନ୍ଦୁତ୍ଵବାଦୀଙ୍କୁ କାଢିବାକୁ ପଡିବ, ହିନ୍ଦୁଙ୍କ ରାଜ ଆଣିବାକୁ ପଡିବ।

ରାହୁଲ ଗାନ୍ଧୀ କହିଛନ୍ତି, ହିନ୍ଦୁତ୍ଵବାଦୀ ପୂରା ଜୀବନ କ୍ଷମତା ଖୋଜିବାରେ ଲଗାଇ ଦିଏ। କ୍ଷମତା ପାଇଁ ସେ ସବୁ କିଛି କରି ଦେଇପାରେ। ସେମାନଙ୍କର ରାସ୍ତା ସତ୍ୟାଗ୍ରହ ନୁହେଁ ସତ୍ତାଗ୍ରହ ରହିଥାଏ। ସେ କ୍ଷମତା ପାଇଁ ଲୋକଙ୍କୁ ମାରିବାକୁ ପଛାଏ ନାହିଁ। ହିନ୍ଦୁ ଭୟର ସାମ୍ନା କରିଥାଏ ଏବଂ ଏକ ଇଞ୍ଚ ପଛକୁ ହଟିନଥାଏ। କଂଗ୍ରେସ ନେତା ଏହି ସମୟରେ ଭଗବାନ ଶିବଙ୍କ ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ହିନ୍ଦୁ ଶିବଙ୍କ ପରି ଭୟକୁ ପିଇଯାଏ। ମାତ୍ର ହିନ୍ଦୁତ୍ଵବାଦୀ ଭୟ ଆଗରେ ମୁଣ୍ଡ ନୁଆଇଁଥାଏ। ଭୟ କାରଣରୁ ହିନ୍ଦୁତ୍ଵବାଦୀର ମନରେ ଘୃଣାଭାବ ଜାତ ହୋଇଯାଏ। ରାହୁଲ ଏହି ସମୟରେ ଗୀତାର ମଧ୍ୟ ଉଦାହରଣ ଦେଇଛନ୍ତି। ଗୀତାରେ ଲେଖା ହୋଇଛି ସତ୍ୟ ପାଇଁ ଲଢେଇ କର। ଗୀତାରେ କୃଷ୍ଣ ଏହା କହି ନାହାନ୍ତି ଯେ, କ୍ଷମତା ପାଇଁ ଭାଇଙ୍କୁ ମାର, ନିଜ ଭାଇଙ୍କୁ ସତ୍ୟ ପାଇଁ ମାର। ୩୦୦୦ ବର୍ଷରେ ହିନ୍ଦୁ ଦବି ନାହିଁ କି କେବେ ଦବି ପାରିବ ନାହିଁ।

   Related Posts