ରାସ୍ତା ଉପରେ ଜଳିଗଲା ହାଇୱା

Published By : Prameya-News7 Bureau | October 19, 2020 IST

ଭୁବନେଶ୍ୱର ୧୯।୧୦: ରାସ୍ତା ଉପରେ ଜଳିଗଲା ହାଇୱା । ପାହାଳ ଫାଣ୍ଡି ନିକଟ ରାସ୍ତା ଉପରେ ଠିଆ ହୋଇଥିବା ଏକ ହାଇୱାରେ ହଠାତ୍ ନିଆଁ ଲାଗି ଯାଇଥିଲା । ଖବର ପାଇ କଳ୍ପନା ଓ ବାରଙ୍ଗରୁ ଦୁଇଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟ୍ରକଟିରେ ବାଲି ବୋଝେଇ ହୋଇ ରହିଥିଲା । ତେବେ ଅଗ୍ନିକାଣ୍ଡ ସମୟରେ ଗାଡିରେ ଡ୍ରାଇଭର କିମ୍ବା ହେଲପର ନଥିଲେ । ସର୍ଟ ସର୍କଟ ଯୋଗୁ ଟ୍ରକରେ ନିଆଁ ଲାଗି ଯାଇଥିବା କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.