ସ୍କୁଟିକୁ ଧକ୍କା ଦେଲା ହାଇଓ୍ବା : ଝିଆରୀ ମୃତ, ଦାଦା ଗୁରୁତର

Published By : Prameya-News7 Bureau | November 30, 2023 IST

ସାଲେପୁର ୩୦।୧୧: ସଡକ ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଘଟିଛି କଟକ-ପାରାଦୀପ ରାସ୍ତାର କିଶନନଗର ଥାନା ଅନ୍ତର୍ଗତ କମରପଦା ବଜାରରେ । କଟକରୁ ବର୍ତ୍ତି ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, କଟକ ବକ୍ସିବଜାର ଅଞ୍ଚଳରୁ ରଘୁନାଥପୁର ବର୍ତ୍ତି ଯାଉଥିଲେ ଉମାକାନ୍ତ ସାସମଲ ଏବଂ ତାଙ୍କ ଝିଆରୀ ସସ୍ମିତା ସାହୁ । ସ୍କୁଟିରେ ଯିବା ସମୟରେ କମରପଦା ନିକଟରେ ହାଇଓ୍ବା ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଝିଆରୀଙ୍କ ମୃତ୍ୟୁ ହୋଇଥିଲା । ଦାଦାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ କଟକ ବଡ଼ ମେଡିକାଲକୁ ପଠାଇଛନ୍ତି । ଘଟଣାସ୍ଥଳରେ କିଶନନଗର ଥାନା ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହିତ ମୃତଦେହଟିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହିତ ତଦନ୍ତ ଚଳାଇଛି ।

You Can Read:

wp:embed {"url":"https://www.prameyanews7.com/vigilance-team-caught-rwss-je-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/vigilance-team-caught-rwss-je-in-bhubaneswar/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.