Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଚଳନ୍ତା ହାଇୱାରେ ଲାଗିଲା ନିଆଁ, ଡ୍ରାଇଭର ଆହତ

14/03/2023 at 3:34 PM

ବଡବିଲ ୧୪।୩: ଚଳନ୍ତା ହାଇୱାରେ ଲାଗିଲା ନିଆଁ । ହୁତୁହୁତୁ ହୋଇ ଜଳିଗଲା ଟ୍ରକ୍ । କେନ୍ଦୁଝର ଜିଲ୍ଲା, ଯୋଡ଼ା, କଳାପାହାଡ଼ ନିକଟରେ ଓଡି୦୯ପି୬୫୫୪ ନମ୍ବର ଥିବା ଏକ ଆଇରନ ଫାଇନ୍ସ ବୋଝେଇ ହାଇୱା ଟ୍ରକରେ ଅଗ୍ନିକାଣ୍ଡ ଘଟିଛି । ଟ୍ରକଟି କାଶିଆ ଖଣିରୁ ଆଇରନ୍ ଫାଇନ୍ସ ବୋଝେଇ କରି ଦେଓଝର ଅଭିମୁଖେ ଯାଉଥିବା ବେଳେ ୫୨୦ନଂ ଜାତୀୟ ରାଜପଥର କଳାପାହାଡ଼ ନିକଟରେ ଟ୍ରକର ପଛପଟେ ହଠାତ ନିଆଁ ଲାଗିଯାଇଥିଲା ।

ତେବେ ହାଇୱା ଡ୍ରାଇଭର ନିଆଁ ଲାଗିଥିବା ଜାଣିବାକୁ ପାଇବା ପରେ ରାସ୍ତାକଡ଼ରେ ଟ୍ରକକୁ ଛିଡା କରି ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହେବା ସହିତ ଆହତ ହୋଇଥିଲେ । ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।  ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଗାଡ଼ିର ପଛପଟ ପୋଡ଼ି ପାଉଁଶ ହୋଇଯାଇଥିଲା । ସେପଟେ ଆହତ ଡ୍ରାଇଭର ସତ୍ୟନ୍ଦ୍ରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି ।  ଡ୍ରାଇଭର ସତ୍ୟନ୍ଦ୍ରଙ୍କ କହିବା କଥା, ଡାହାଣ ପଟ ପଛ ଟାୟାର ଅତ୍ୟଧିକ ଗରମ ହେବା କାରଣରୁ ସେଥିରୁ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିଲା ।

   Related Posts