ନୂଆଦିଲ୍ଲୀ: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଦେଶର ସବୁଠାରୁ ବଡ଼ ଆଇପିଓ ଆଣିବାକୁ ଯାଉଛି । ଏହି ଆଇପିଓ ପ୍ରାୟ ୨୫,୦୦୦ କୋଟି ଟଙ୍କାର ହେବ । ଆଇପିଓ ପାଇଁ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ବଜାର ନିୟାମକ ସେବି ପାଖରେ DRHP ମଧ୍ୟ ଦାଖଲ କରିଛି । କମ୍ପାନି ନିଜର ୧୭.୫ ପ୍ରତିଶତ ସେୟାର ବିକ୍ରି କରି ଏହି ଟଙ୍କା ସଂଗ୍ରହ କରିବାକୁ ଚାହୁଁଛି । ଅନ୍ୟପଟେ ପେରେଣ୍ଟ କମ୍ପାନି ହ୍ୟୁଣ୍ଡାଇ ମୋଟର ମଧ୍ୟ ଏହି ଇଶ୍ୟୁରେ ନିଜର ୧୪.୨ ପ୍ରତିଶତ ସେୟାର ବିକ୍ରି କରିବେ । ତେବେ ଆସନ୍ତୁ ଜାଣିବା କିଛି ବଡ଼ IPO ବିଷୟରେ ।
ଏଲଆଇସି ଆଇପିଓ
ସରକାରୀ ବୀମା କମ୍ପାନି ଏଲଆଇସି ୨୦୨୨ରେ ନିଜର ଆଇପିଓ ଲଞ୍ଚ୍ କରିଥିଲା । ଏହାଦ୍ୱାରା କମ୍ପାନି ୨୧,୦୦୮.୪୮ କୋଟି ଟଙ୍କା ବଜାରରୁ ଉଠାଇଥିଲା । କମ୍ପାନିର ସେୟାର ମୂଲ୍ୟ ୯୦୨ ଟଙ୍କାରୁ ୯୪୯ ଟଙ୍କା ମଧ୍ୟରେ ଥିଲା । ଏଲଆଇସିର ସେୟାର ୨୦୨୨ ମେ ୧୭ରେ ସେୟାର ବଜାରରେ ତାଲିକାଭୁକ୍ତ ହୋଇଥିଲା ।
ପେଟିଏମ୍
ୱାନ୍୯୭ କମ୍ୟୁନିକେସନ ୨୦୨୧ରେ ଆଇପିଓ ଜରିଆରେ ୧୮୩୦୦ କୋଟି ଟଙ୍କା ବଜାରରୁ ଏକାଠି କରିଥିଲା । ଏହି ଆଇପିଓ ୨୦୨୧ ନଭେମ୍ୱର ୮ରୁ ୧୦ ଯାଏ ଖୋଲାଥିଲା । କମ୍ପାନିର ଗୋଟିଏ ସେୟାର ମୂଲ୍ୟ ୨୦୮୦ ଟଙ୍କାରୁ ୨୧୫୦ ମଧ୍ୟରେ ସ୍ଥିର କରାଯାଇଥିଲା । ପେଟିଏମ୍ ସେୟାର ୨୦୨୧ ନଭେମ୍ୱର ୧୮ରେ ମାର୍କେଟରେ ସୂଚୀବଦ୍ଧ ହୋଇଥିଲା ।
କୋଲ୍ ଇଣ୍ଡିଆ
୨୦୧୦ରେ କୋଲ୍ ଇଣ୍ଡିଆ ଆଇପିଓ ଜରିଆରେ ୧୫୧୯୯.୪୪ କୋଟି ଟଙ୍କା ହାସଲ କରିଥିଲା । ଏହି ଆଇପିଓ ୨୦୧୦ ଅକ୍ଟୋବର ୧୮ରୁ ୨୧ ଯାଏ ଖୋଲାଥିଲା । କମ୍ପାନିର ଗୋଟିଏ ସେୟାର ମୂଲ୍ୟ ୨୨୫ ଟଙ୍କାରୁ ୨୪୫ ଟଙ୍କା ମଧ୍ୟ ରହିଥିଲା । କୋଲ୍ ଇଣ୍ଡିଆର ସେୟାର ୨୦୧୦ ନଭେମ୍ୱର ୪ରେ ଏନଏସଇ ଏବଂ ବିଏସଇରେ ସୂଚୀବଦ୍ଧ ହୋଇଥିଲା ।
ଜେନେରାଲ୍ ଇନ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ
ଜେନେରାଲ୍ ଇନ୍ୟୁରାନ୍ସ କର୍ପୋରେସନ ଅଫ୍ ଇଣ୍ଡିଆ IPO ଜରିଆରେ ୧୧,୧୭୫ କୋଟି ଟଙ୍କା ବଜାରୁ ଏକାଠି କରିଥିଲା । ଏହି ଆଇପିଓ ୨୦୧୭ ଅକ୍ଟୋବର ୧୧ରୁ ୧୩ ଯାଏ ଖୋଲା ରହିଥିଲା । କମ୍ପାନିର ଗୋଟିଏ ସେୟାରର ମୂଲ୍ୟ ୮୫୫ ଟଙ୍କାରୁ ୯୧୨ ଟଙ୍କା ଯାଏ ଥିଲା ।
ଏସବିଆଇ କାର୍ଡ
ଏସବିଆଇ କାର୍ଡ ୨୦୨୦ରେ ଆଇପିଓ ଜାରି କରିଥିଲା । ଏହି ଆଇପିଓ ୨୦୨୦ ମାର୍ଚ୍ଚ ୨ରୁ ୫ ଯାଏ ଖୋଲା ରହିଥିଲା । ଏସବିଆଇ କାର୍ଡ ଆଇପିଓ ଜରିଆରେ ୧୦,୩୫୪.୭୭ କୋଟି ଟଙ୍କ ବଜାରରୁ ପାଇଥିଲା । ଏହାର ଗୋଟିଏ ସେୟାରର ମୂଲ୍ ୭୫୦ରୁ ୭୫୫ ଟଙ୍କା ଭିତରେ ଥିଲା ।