scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହୁଣ୍ଡାଇ ଲଂଚ କଲା ସେଣ୍ଟ୍ରୋ ସ୍ପେସିଆଲ ଏଡିଶନ ରହିଛି ଏହି ସବୁ ବିଶେଷତ୍ତ୍ୱ

21/10/2019 at 4:47 PM

ହୁଣ୍ଡାଇ ନିଜ ଲୋକପ୍ରିୟ କାର ସେଣ୍ଟ୍ରୋର ସ୍ପେସିଆଲ ଏଡିଶନ ଭାରତରେ ଲଂଚ କରିଛି। ଏହାର ଦାମ ହେଉଛି ୫.୧୬ ଲକ୍ଷ ଟଙ୍କା। ସେଣ୍ଟ୍ରୋର ସ୍ପେସିଆଲ ଏଡିଶନକୁ ଏନିଭର୍ସରୀ ଏଡିସନ ମଧ୍ୟ କୁହାଯାଉଛି। ଏହି କାରର ବୁକିଂ ସମଗ୍ର ଦେଶରେ ଆରମ୍ଭ ହୋଇସାରିଛି। ଖୁବ ଶୀଘ୍ର ଏହି କାରର ଡେଲିଭରି ଆରମ୍ଭ ହେବ। ସେଣ୍ଟ୍ରୋର ସ୍ପେସିଆଲ ଏଡିସନକୁ ୨ଟି ରଂଗରେ ଉପଲବ୍ଧ କରାଯିବ। ତାହା ହେଉଛି ପୋଲାର ହ୍ବାଇଟ ଓ ଏକ୍ବା ଟିଲ।

ସେଣ୍ଟ୍ରୋର ସ୍ପେସିଆଲ ଏଡିସନରେ ଷ୍ଟାଣ୍ଡଡର୍ଡ ମଡେଲ ମୁକାବିଲାରେ ଅନେକ ପରିବର୍ତ୍ତନ କରାଯାଇଛି। ଏହି ମଡେଲରେ ହୁଇଲ କଭରକୁ ଗନମେଟାଲ ଗ୍ରେ ରଂଗ ଦିଆଯାଇଛି। ଏହାର ବୁଟ ଲିଡରେ ଏନିଭର୍ସରୀ ଏଡିଶନର ଲଗୋ ଲଗାଯାଇଛି। ଇଣ୍ଟରିଅରରେ କଳା ରଂଗ ଲଗାଯାଇଛି ତଥା ଅନେକ ସ୍ଥାନରେ ବ୍ଲୁ ଏକ୍ସଟେଣ୍ଟର ବ୍ୟବହାର କରାଯାଇଛି। ହୁଣ୍ଡାଇ ସେଣ୍ଟ୍ରୋ ସ୍ପେସିଆଲ ଏଡିଶନରେ ୧.୧ ଲିଟରର ୪ଟି ସିଲିଣ୍ଡର ପେଟ୍ରୋଲ ଇଞ୍ଜିନ ଲାଗିଛି। ଏହା ୬୮ ବିଏଚପି ପାୱାର ଓ ୯୯ ଏନ୍‌ଏମ୍‌ର ଟର୍କ ଜେନେରେଟ କରିବ।  

 

   Related Posts