ଭୁବନେଶ୍ଵର ଆସୁଥିବା ବିମାନର ହାଇଡ୍ରୋଲିକ୍ ଫେଲ୍, ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ଦିଲ୍ଲୀରୁ ଭୁବନେଶ୍ଵର ଯାତ୍ରା କରୁଥିବା ଭିସ୍ତାରା ବିମାନର ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ। ସୋମବାର ସନ୍ଧ୍ୟାରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଦିଲ୍ଲୀ ବିମାନ ବନ୍ଦରରେ ସଂପୂର୍ଣ୍ଣ ଜରୁରୀକାଳୀନ ଘୋଷଣା କରାଯାଇଛି। ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହେବା କାରଣରୁ ଉଡାଣ ଭରିବା ପରେ ବିମାନଟି ବିମାନ ବନ୍ଦରକୁ ଫେରି ଆସିିଛି।

ଘଟଣାଟି ଆଜି ସନ୍ଧ୍ୟା ୭ଟା ୫୩ରେ ଘଟିଛି। ଡିଜିସିଏ ସୂତ୍ର ଅନୁଯାୟୀ ଭିସ୍ତାରାର ବିମାନ ଏ୩୨୦ର ଗ୍ରୀନ ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହେବା କାରଣରୁ ବିମାନ ଏୟାର ଟର୍ଣ୍ଣ ବ୍ୟାକ୍‌ରେ ଫସି ଯାଇଥିଲା। ସୌଭାଗ୍ୟକ୍ରମେ ବିମାନଟି ୮ଟା ୧୯ରେ ସୁରକ୍ଷିତ ଭାବେ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି।

ଡିଜିସିଏ ଅନୁଯାୟୀ, ଉଡାଣ ଭରିବା ମାତ୍ରେ ବିମାନର ପାଇଲଟ୍‌ ବିମାନର  ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହୋଇଥିବା ଜାଣିବାକୁ ପାଇଥିଲେ। ତୁରନ୍ତ ଏହାର ସୂଚନା ପାଇଲଟ୍ ଏଟିସିକୁ ଦେଇଥିଲେ। ଯାହା ପରେ ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରାଯାଇଥିଲା। ଘଟଣାସ୍ଥଳରେ ଦମକଳ ବାହିନୀକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.